ୟୁପିରେ ଦ୍ରୁତଗତିରେ ବଢୁଥିବା କୋରୋନା ମାମଲା ପୁଣି ଥରେ ଯୋଗୀ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଯାଞ୍ଚ ବୃଦ୍ଧି, ମନିଟରିଂ କମିଟିଗୁଡ଼ିକୁ ଅଧିକ ସକ୍ରିୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ହୋଲିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ବିଦ୍ୟାଳୟଗୁଡିକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା, ତାହା ବର୍ତ୍ତମାନ ଏପ୍ରିଲ ୪ ଅର୍ଥାତ ରବିବାର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
Trending Photos
ନୂଆଦିଲ୍ଲୀ: ନୂତନ ଶିକ୍ଷା ଅଧିବେଶନ ଅନ୍ତର୍ଗତ ବିଦ୍ୟାଳୟରେ ପାଠପଢ଼ା ଏପ୍ରିଲ ୫ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଷ୍ଟେଟ୍ ବୋର୍ଡର ପରୀକ୍ଷା ମଧ୍ୟ ମୁଣ୍ଡ ଉପରେ ରହିଛି, କିନ୍ତୁ କୋରୋନାର ପ୍ରକୋପ (Coronavirus Crisis) ଯୋଗୁଁ ସ୍କୁଲ (School) ଖୋଲାଯାଉ ନାହିଁ । ମଧ୍ୟପ୍ରଦେଶ ଓ ପଞ୍ଜାବ ସରକାର (Madhya Pradesh-Punjab Govt) ପୁଣି ସ୍କୁଲ ଛୁଟି ବଢ଼ାଇ ଦେଇଛନ୍ତି । ମଧ୍ୟପ୍ରଦେଶ ସରକାର ଏପ୍ରିଲ ୧୫ ଯାଏ ଅଷ୍ଟମ ଶ୍ରେଣୀ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏଥି ସହିତ ପଞ୍ଜାବ ସରକାର ଏପ୍ରିଲ ୧୦ ଯାଏ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ୧୦ଟି ରାଜ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି ପାଇଁ କହିଥିଲେ, କିନ୍ତୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କୋରୋନା ମାମଲା ବୃଦ୍ଧି ପାଇବା ପରେ ଅନୁମାନ କରାଯାଉଛି ଯେ ଦେଶର ଅନ୍ୟ ରାଜ୍ୟ ପରିସ୍ଥିତି ଗମ୍ଭୀର ହେଲେ ସ୍କୁଲକୁ ଏପ୍ରିଲରେ ମଧ୍ୟ ବନ୍ଦ ରଖିପାରନ୍ତି ।
ଅଧିକ ପଢ଼ନ୍ତୁ:-ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ! ଏବେ ଟ୍ରେନରେ ରାତିରେ କରିପାରିବେନି ମୋବାଇଲ-ଲାପଟପ୍ ଚାର୍ଜ, ଜାଣନ୍ତୁ ଏହାର କାରଣ
ଉତ୍ତର ପ୍ରଦେଶରେ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ
ୟୁପିରେ ଦ୍ରୁତଗତିରେ ବଢୁଥିବା କୋରୋନା ମାମଲା ପୁଣି ଥରେ ଯୋଗୀ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଯାଞ୍ଚ ବୃଦ୍ଧି, ମନିଟରିଂ କମିଟିଗୁଡ଼ିକୁ ଅଧିକ ସକ୍ରିୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ହୋଲିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ବିଦ୍ୟାଳୟଗୁଡିକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା, ତାହା ବର୍ତ୍ତମାନ ଏପ୍ରିଲ ୪ ଅର୍ଥାତ ରବିବାର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ କୋଭିଡ-19 ପ୍ରୋଟୋକଲକୁ କଡାକଡି ପାଳନ କରି ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବ । ଅନ୍ୟ ରାଜ୍ୟ ପରି ଉତ୍ତର ପ୍ରଦେଶରେ ମଧ୍ୟ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଥିଲେ ।
ଅଧିକ ପଢ଼ନ୍ତୁ:-ପିଅନ୍ତୁ ହଳଦୀ ପାଣି, ମିଳିବ ଅଦ୍ଭୁତ ଲାଭ
ପଞ୍ଜାବରେ ଏପ୍ରିଲ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ
କୋରୋନାର ବଢୁଥିବା ସଂକ୍ରମଣ ମଧ୍ୟରେ ପଞ୍ଜାବ ସରକାର ପୂର୍ବରୁ ଜାରି କରାଯାଇଥିବା ନିଷେଧାଦେଶକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମଙ୍ଗଳବାର କୋରୋନାକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୧୦ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ଏବଂ ହୋଟେଲ, ସିନେମା ଏବଂ ମଲ୍ଟିପ୍ଲେକ୍ସ ଉପରେ ପ୍ରତିବନ୍ଧକ ଜାରି ରହିବ । ଯେଉଁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ସେହି ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ହୁସନ ଲାଲ ସିଏମସି ଲୁଧିଆନା ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ଏପ୍ରିଲ ୬ରେ କୋରୋନା ଶିଖରରେ ରହିବ । ମେ ମାସର ମଧ୍ୟଭାଗ କିମ୍ବା ଶେଷ ସୁଦ୍ଧା ମାମଲା ସଂଖ୍ୟା ହ୍ରାସ ପାଇବ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର
ମଧ୍ୟପ୍ରଦେଶରେ ଏବେ ଏପ୍ରିଲ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ
କୋରୋନାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପ୍ରିଲ ୧୫ ପର୍ଯ୍ୟନ୍ତ ଅଫଲାଇନ୍ କ୍ଲାସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟ ଶିକ୍ଷା ବିଭାଗ ମଧ୍ୟ ନିର୍ଦ୍ଦେଶ ଜାରି କରିଛି । ଏହି ସମୟରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସ୍ ପୂର୍ବ ପରି ଜାରି ହେବ । ଏହି ପରିପ୍ରେକ୍ଷୀରେ ନିୟମ ପାଳନ କରିବାକୁ ବିଭାଗ ସମସ୍ତ କଲେକ୍ଟର, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।