ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୦୦ରୁ ଉର୍ଦ୍ଧ୍ୱ ଲୋକ
Advertisement
Article Detail0/zeeodisha/odisha940380

ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୦୦ରୁ ଉର୍ଦ୍ଧ୍ୱ ଲୋକ

Coronavirus in India: ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୦୦ରୁ ଉର୍ଦ୍ଧ୍ୱ ଲୋକ

ନୂଆଦିଲ୍ଲୀ: Coronavirus in India: ଦେଶରେ ଲଗାତର କୋରୋନା ମାମଲା କମିବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ହଜାର ୧୫୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୨୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେହିପରି ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୮୯୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଦିନକରେ ୮,୭୪୫ ସକ୍ରିୟ ମାମଲା ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-ଆଜି ପୁଣି ପେଟ୍ରୋଲ ଦରରେ ବୃଦ୍ଧି, କିନ୍ତୁ ଶସ୍ତା ହେଲା ଡିଜେଲ

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୬୩ ହଜାର ୬୬୫ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୭ ଲକ୍ଷ  ୯୯ ହଜାର ୫୩୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୫୦ ହଜାର ୮୯୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮ ହଜାର ୭୬୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ବଜ୍ରପାତ ଘଟି ୫୪ ଜଣଙ୍କ ମୃତ୍ୟୁ, ୪୨ ଛେଳିଙ୍କ ଗଲା ଜୀବନ

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୧୧ ପର୍ଯ୍ୟନ୍ତ ସାରା ଦେଶରେ ୩୭ କୋଟି ୭୩ ଲକ୍ଷରୁ ଅଧିକ କୋରୋନା ଟିକାର ଡୋଜ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୩ କୋଟି ୨୩ ଲକ୍ଷ ୧୭ ହଜାର ୮୧୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୩୨ ହଜାର ୩୪୩ କୋରୋନା ନମୁନା ପରୀକ୍ଷା କରାଯାଇଛି ।

ଅଧିକ ପଢ଼ନ୍ତୁ:-ଚୀନ ନେଲା ଚଳିତ ବର୍ଷର ସବୁଠାରୁ ବଡ଼ ନିଷ୍ପତ୍ତି, କେବଳ ଭାରତ ନୁହେଁ ସମଗ୍ର ଦୁନିଆ ହେବ ପ୍ରଭାବିତ

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୫୩୫ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହି ସମୟ ମଧ୍ୟରେ ୬,୦୧୩ ଜଣ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି ଏବଂ ୧୫୬ ଜଣଙ୍କର ମୃତ୍ୟୁ ଘଟିଛି ।

ମୋଟ ମାମଲା: ୬୧,୫୭,୭୯୯ 

ମୋଟ ଡିସଚାର୍ଜ: ୫୯,୧୨,୪୭୯

ମୋଟ ମୃତ୍ୟୁ: ୧,୨୫,୮୭୮ 

ମୋଟ ସକ୍ରିୟ ମାମଲା: ୧,୧୬,୧୬୫

ଦିଲ୍ଲୀର ଅବସ୍ଥା

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୩ ନୂଆ କୋରୋନା ମାମଲା ରିପୋର୍ଟ ହୋଇଥିଲା । ଯାହା ପରେ ସୁସ୍ଥ ହାର ୯୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଦିଲ୍ଲୀରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସକ୍ରିୟ ମାମଲା: ୭୪୩

ମୋଟ ସୁସ୍ଥ ହାର: ୧୪,୦୯,୩୨୫

ମୋଟ ମୃତ୍ୟୁ: ୨୫,୦୧୫