Coronavirus in India: ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ସଂକ୍ରମଣର ପ୍ରକୋପ ବର୍ତ୍ତମାନ ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ତେବେ ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରତିଦିନ ପ୍ରାୟ ୪୦ ହଜାର ନୂତନ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୮୦୬ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଚିନ୍ତାର ଖବର ଏହା ଯେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟାରେ କମି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୧୩୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଦିନକରେ ୨,୦୯୫ ସକ୍ରିୟ ମାମଲା ବଢ଼ିଯାଇଛି ।
ଅଧିକ ପଢ଼ନ୍ତୁ:-ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ସଙ୍କଟ, ଟିମ୍ ଇଣ୍ଡିଆର ୨ ଖେଳାଳି କୋରୋନା ସଂକ୍ରମିତ
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୩୨ ହଜାର ୦୪୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୧୧ ହଜାର ୯୮୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା
ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା କମ୍ ରହିଛି । ଜୁଲାଇ ୧୪ ପର୍ଯ୍ୟନ୍ତ ସାରା ଦେଶରେ ୩୯ କୋଟି ୧୩ ଲକ୍ଷ ୪୦ ହଜାର ୪୯୧ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ଲକ୍ଷ ୯୭ ହଜାର ୦୫୮ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୩ କୋଟି ୮୦ ଲକ୍ଷ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ୪୩ ହଜାର କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ କମ୍ ରହିଛି ।
ଅଧିକ ପଢ଼ନ୍ତୁ:-ଆଜି କାଶୀ ଯିବେ ପିଏମ ମୋଦି: ୧୫୦୦ କୋଟି ମୂଲ୍ୟର ପ୍ରକଳ୍ପର କରିବେ ଲୋକାର୍ପଣ, ଜାଣନ୍ତୁ ପାଞ୍ଚ ଘଣ୍ଟାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ...
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୩ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
୮ଟି ରାଜ୍ୟରେ ଲକଡାଉନ୍ ପରି ପ୍ରତିବନ୍ଧକ
ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ଆଜି ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ଲାଗିଲା ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍?
୨୩ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ଲକଡାଉନ୍
ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ତାଲା ପଡିଛି । ଏଠାରେ ପ୍ରତିବନ୍ଧକ ସହିତ ରିହାତି ମଧ୍ୟ ଅଛି । ଏଥିମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀର, ଲଦାଖ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ଆସାମପୁର ପ୍ରଦେଶ ଏବଂ ଗୁଜରାଟ ଅନ୍ତର୍ଭୁକ୍ତ ରହିଛି ।