କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା
Advertisement
Article Detail0/zeeodisha/odisha941962

କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା

7th Pay Commission Latest Updates: ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗତ ଦେଢ଼ ବର୍ଷ ଧରି ବିଚାରାଧୀନ ଥିବା ମହଙ୍ଗା ଭତ୍ତା (DA) କୁ ପୁନଃ ଲାଗୁ କରିବାକୁ ମଞ୍ଜୁରୀ ଦିଆଯାଇଛି ।

କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: 7th Pay Commission Latest Updates: ୧.୨ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ (Central Government Employees And Pensioners)  ଦୀର୍ଘ ଦିନ ଧରି ସେମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (DR) କୁ ଅପେକ୍ଷା କରିବସିଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି । ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହଙ୍ଗା ଭତ୍ତା (DA) ପୁଣି ଲାଗୁ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ମୋଦି ସରକାର (Modi Governmet) ଙ୍କ ଏହି ନିଷ୍ପତ୍ତି ସହିତ କର୍ମଚାରୀ ଓ ପେନସନଭୋଗୀଙ୍କ ମୁହଁରେ ପୁଣିଥରେ ହସ ଫେରି ଆସିବ।

ଅଧିକ ପଢ଼ନ୍ତୁ:-୬ କୋଟି କର୍ମଚାରୀଙ୍କ ପାଇଁ ବଡ଼ ଖବର!

DA କୁ ୧୭% ରୁ ୨୮% କୁ ବୃଦ୍ଧି କରିବାକୁ ମଞ୍ଜୁରୀ: ସୂତ୍ର 

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗତ ଦେଢ଼ ବର୍ଷ ଧରି ବିଚାରାଧୀନ ଥିବା ମହଙ୍ଗା ଭତ୍ତାକୁ ପୁନଃ ଲାଗୁ କରିବାକୁ ମଞ୍ଜୁରୀ ଦିଆଯାଇଛି । ସୂଚନାନୁସାରେ, କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ୨୮% ହାରରେ ମହଙ୍ଗା ଭତ୍ତା ପାଇବେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୭% ହାରରେ ମିଳୁଛି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ବର୍ତ୍ତମାନ ୧୧% ଅଧିକ ମହଙ୍ଗା ଭତ୍ତା ପାଇବେ ।

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ବଡ଼ ଆତଙ୍କୀ ଆକ୍ରମଣ: ୮ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

କୋରୋନା କାରଣରୁ ଅଟକାଯାଇଥିଲା DA

ଆପଣଙ୍କୁ କହିରଖୁଛୁ ଯେ, କୋରୋନା ମହାମାରୀ ହେତୁ କେନ୍ଦ୍ର ସରକାର ଗତ ବର୍ଷ ଠାରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ରିଲିଫ ଉପରେ ରୋକ ଲଗାଇଦେଇଥିଲେ । କେନ୍ଦ୍ରୀୟ କର୍ମଚାରୀମାନେ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦, ଜାନୁୟାରୀ ୨୦୨୧ ଏବଂ ଜୁଲାଇ ୨୦୨୧ ପାଇଁ ମହଙ୍ଗା ଭତ୍ତା ପାଇବେ । କେନ୍ଦ୍ର ସରକାର ପୂର୍ବରୁ ଜାନୁଆରୀ ୨୦୨୦ରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ । ପୁନର୍ବାର ସେହି ବର୍ଷ ଜୁନ୍ ୨୦୨୦ରେ DA କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ପରେ ଜାନୁଆରୀ ୨୦୨୧ରେ ୪ ପ୍ରତିଶତ DA ବୃଦ୍ଧି କରାଯାଇଥିଲା । ଏଭଳି ପରିସ୍ଥିତିରେ ମୋଟ ବୃଦ୍ଧି ୧୧ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ । ଏହି ତିନୋଟି ବକେୟା ଭତ୍ତା କର୍ମଚାରୀମାନଙ୍କୁ ତିନି କିସ୍ତିରେ ଦିଆଯିବ ।

ଅଧିକ ପଢ଼ନ୍ତୁ:-ଡେଲ୍ଟା ଭାରିଆଣ୍ଟକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ଜୁଲାଇରେ କେତେ ବଢ଼ିବ DA

ତେବେ ଜୁଲାଇ ମାସର DA ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ଜୁଲାଇରେ DA ୩ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ମନେ କରାଯାଉଛି । ଯଦି ଏହା ଘଟେ, ତେବେ ସମୁଦାୟ ମହଙ୍ଗା ଭତ୍ତା ୩୧ ପ୍ରତିଶତ ହେବ । ସେପ୍ଟେମ୍ବରରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବର୍ଦ୍ଧିତ DA ମିଳିବା ଆରମ୍ଭ ହୋଇଯିବ ।