ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା
Advertisement
Article Detail0/zeeodisha/odisha932968

ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

Coronavirus in India:ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । 

ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ତାଣ୍ଡବ କମ୍ ହେବାରେ ଲାଗିଛି । ଯାହା ଫଳରେ ଦେଶରେ ଧୀରେ ଧୀରେ କୋରୋନା ମାମଲା କମିବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି । ବିଗତ ୫ ଦିନ ଧରି ଲଗାତର ୫୦ ହଜାରରୁ କମ୍ କୋରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୬୧୭ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯ ହଜାର ୩୮୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୧୨,୭୬୭ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।  

ଅଧିକ ପଢ଼ନ୍ତୁ:-ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ସହରରେ ରେଟ୍

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪ ଲକ୍ଷ ୫୮ ହଜାର ୨୫୧ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୫ ଲକ୍ଷ ୯ ହଜାର ୬୩୭ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୧୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଲଗାତର ୫୦ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୧ ପର୍ଯ୍ୟନ୍ତ ସାରା ଦେଶରେ ୩୪ କୋଟି ୭୬ ହଜାର ୨୩୨ କୋରୋନା ଟିକାର ଡୋଜ ଲଗାଯାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଲକ୍ଷ ୧୭ ହଜାର ୬୬୧ କୋରୋନା ଟିକାର ଡୋଜ୍ ଲାଗିସାରିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ଏହି ମାସରେ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା ସହ ଏରିୟର

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।