ପୁଣି ବଢ଼ିଲା କୋରୋନା ମାମଲା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ୫୪୧ ସଂକ୍ରମିତଙ୍କ ମୃତ୍ୟୁ
Advertisement

ପୁଣି ବଢ଼ିଲା କୋରୋନା ମାମଲା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ୫୪୧ ସଂକ୍ରମିତଙ୍କ ମୃତ୍ୟୁ

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୬ ଲକ୍ଷ ୫୫ ହଜାର  ୮୨୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୮ ଲକ୍ଷ ୨୦ ହଜାର ୫୨୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୁଣି ବଢ଼ିଲା କୋରୋନା ମାମଲା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ୫୪୧ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ଏବେବି ଜାରି ରହିଛି । ବିଗତ କିଛି ଦିନ ହେବ ଦେଶରେ ୪୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୮୩୧ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୨୫୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୨୦୩୨ ସଂକ୍ରମିତ ମାମଲା ବଢ଼ିଯାଇଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୬ ଲକ୍ଷ ୫୫ ହଜାର  ୮୨୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୮ ଲକ୍ଷ ୨୦ ହଜାର ୫୨୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୧୦ ହଜାର ୯୫୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୪ ହଜାର ୩୫୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ସାରା ଦେଶରେ ୪୬ କୋଟି ୭୨ ଲକ୍ଷ  ୫୨  ହଜାର ୭୭୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ଲକ୍ଷ ୧୫ ହଜାର ୮୪୨ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୬ କୋଟି ୮୨ ଲକ୍ଷ ୧୬ ହଜାର ୫୧୦  କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୮୯ ହଜାର ୪୭୨ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୮ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-ମାସର ପ୍ରଥମ ଦିନ ଜାରି ହେଲା ଡିଜେଲ-ପେଟ୍ରୋଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୦ ହଜାର ୬୨୪ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ଗତ ପାଞ୍ଚ ଦିନ ମଧ୍ୟରେ ମୋଟ ନୂଆ ମାମଲା ଏକ ଲକ୍ଷରୁ ଅଧିକ ହୋଇଯାଇଛି । ଏହା କ୍ରମାଗତ ପଞ୍ଚମ ଦିନ ଯାହାକି ରାଜ୍ୟରେ ୨୦,୦୦୦ ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୬,୮୬୫ ଲୋକ ଆରୋଗ୍ୟ ହୋଇଥିବାବେଳେ ମୋଟ ସକ୍ରିୟ ସଂଖ୍ୟା ୧,୬୪,୫୦୦ ରେକର୍ଡ କରାଯାଇଛି । ରାଜ୍ୟରେ କୋରୋନା ଯୋଗୁଁ ୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୬ ହଜାର ୭୮୧ରେ ପହଞ୍ଚିଛି ।

୮ଟି ରାଜ୍ୟରେ ଲକଡାଉନ୍ ପରି ପ୍ରତିବନ୍ଧକ

ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।

୨୩ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ଲକଡାଉନ୍ 

ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ତାଲା ପଡିଛି । ଏଠାରେ ପ୍ରତିବନ୍ଧକ ସହିତ ରିହାତି ମଧ୍ୟ ଅଛି । ଏଥିମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀର, ଲଦାଖ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ଆସାମପୁର ପ୍ରଦେଶ ଏବଂ ଗୁଜରାଟ ଅନ୍ତର୍ଭୁକ୍ତ ରହିଛି ।