କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୩ ସଂକ୍ରମିତ
Advertisement
Article Detail0/zeeodisha/odisha1014280

କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୩ ସଂକ୍ରମିତ

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ମଙ୍ଗଳବାର ୮,୫୩୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୪୯ ଲକ୍ଷ ୬ ହଜାର ୧୨୫କୁ ବୃଦ୍ଧି ପାଇଛି । 

କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୩ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି କୋରୋନା ଭୂତାଣୁ ମାମଲା ଓ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଇଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୩୦୬ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୭୬୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୪ ହଜାର ୮୯୯ ସକ୍ରିୟ ମାମଲାରେ ହ୍ରାସ ଘଟିଛି । 

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ମଙ୍ଗଳବାର ୮,୫୩୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୪୯ ଲକ୍ଷ ୬ ହଜାର ୧୨୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮,୫୯୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୩୬୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୮,୮,୭୭୫ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୭୭,୩୬୬ କୋରୋନାର ସକ୍ରିୟ ମାମଲା ରହିଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୧ ଲକ୍ଷ ୮୯ ହଜାର ୭୭୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩୫ ଲକ୍ଷ ୬୭ ହଜାର ୬୯୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୬୭ ହଜାର ୬୯୫ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୫୪ ହଜାର ୭୧୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅକ୍ଟୋବର ୨୪ ପର୍ଯ୍ୟନ୍ତ ସାରା ଦେଶରେ ୧୦୨ କୋଟି ୨୭ ଲକ୍ଷ ୧୨ ହଜାର କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ଲକ୍ଷ ୩୦ ହଜାର କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୦ କୋଟି କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୩ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୮ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୦.୫୧ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଏହା ବି ପଢ଼ନ୍ତୁ:-ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!

ଏହା ବି ପଢ଼ନ୍ତୁ:-ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍