Coronavirus in India: ଚଳିତ ମାସରେ ତୃତୀୟ ଥର ପାଇଁ ଦିନକରେ ୪୦ ହଜାରରୁ କମ୍ କୋରୋନା ମାମଲା ସାମ୍ନାକୁ ଆସିଛି । ଯାହା ଏକ ଆଶ୍ୱସ୍ତିକର ଖବର । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୦୭୦ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୧ ଜଣ ସଂକ୍ରମିତ
Trending Photos
ନୂଆଦିଲ୍ଲୀ: Coronavirus in India: ଚଳିତ ମାସରେ ତୃତୀୟ ଥର ପାଇଁ ଦିନକରେ ୪୦ ହଜାରରୁ କମ୍ କୋରୋନା ମାମଲା ସାମ୍ନାକୁ ଆସିଛି । ଯାହା ଏକ ଆଶ୍ୱସ୍ତିକର ଖବର । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୦୭୦ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୯୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୫,୩୩୧ ସଂକ୍ରମିତ ମାମଲା ହ୍ରାସ ପାଇଛି ।
ଶନିବାର କେରଳରେ କୋରୋନା ଭୂତାଣୁ ସଂକ୍ରମଣର ୨୦,୩୬୭ ନୂଆ ମାମଲା ଆସିବା ପରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୫ ଲକ୍ଷ ୩୩ ହଜାର ୯୧୮କୁ ବୃଦ୍ଧି ପାଇଛି । ଏହି ସମୟରେ ୧୩୯ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୭,୬୫୪କୁ ବୃଦ୍ଧି ପାଇଛି । କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୨୬୫ ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି, ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷ ୩୭ ହଜାର ୫୭୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ କେରଳରେ ୧ ଲକ୍ଷ ୭୮ ହଜାର ୧୬୬ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ କାମର ଖବର: ମହୁରେ ଏହି ଜିନିଷ ମିଶାଇ କରନ୍ତୁ ସେବନ, ଆପଣଙ୍କୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ...
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୯ ଲକ୍ଷ ୩୪ ହଜାର ୪୪୫ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୦ ଲକ୍ଷ ୯୯ ହଜାର ୭୭୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୬ ହଜାର ୮୨୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୭ ହଜାର ୮୬୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୭ ପର୍ଯ୍ୟନ୍ତ ସାରା ଦେଶରେ ୫୦ କୋଟି ୬୮ ଲକ୍ଷ ୧୦ ହଜାର ୪୯୨ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫ ଲକ୍ଷ ୯୧ ହଜାର ୬୫୭ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୮ କୋଟି ୩୯ ହଜାର ୧୮୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୭ ଲକ୍ଷ ୨୨ ହଜାର ୨୨୧ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।
ଅଧିକ ପଢ଼ନ୍ତୁ:-ଏହି କର୍ମଚାରୀଙ୍କ ୧୦ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା, ସେପ୍ଟେମ୍ବରରେ ମିଳିବ ଡବଲ ଲାଭ
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୯ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।