ଏହି କର୍ମଚାରୀଙ୍କ ୧୦ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା, ସେପ୍ଟେମ୍ବରରେ ମିଳିବ ଡବଲ ଲାଭ
Advertisement
Article Detail0/zeeodisha/odisha959916

ଏହି କର୍ମଚାରୀଙ୍କ ୧୦ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା, ସେପ୍ଟେମ୍ବରରେ ମିଳିବ ଡବଲ ଲାଭ

ଅର୍ଥ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ ଡିଏ ପରିମାଣ ୧୫୯.୯ ପ୍ରତିଶତରୁ ବୃଦ୍ଧି ଘଟି ୧୭୦.୫ ପ୍ରତିଶତ ହୋଇଯାଇଛି ।

ଏହି କର୍ମଚାରୀଙ୍କ ୧୦ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା, ସେପ୍ଟେମ୍ବରରେ ମିଳିବ ଡବଲ ଲାଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାର (Central Govt) ଭାରତୀୟ ସଞ୍ଚାର ନିଗମ ଲିମିଟେଡ (BSNL) ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ଏହି ସପ୍ତାହରେ ଲାଗୁ ହୋଇଛି । ଏହା ସହିତ ସେପ୍ଟେମ୍ବରର ବେତନରେ DA ପରିମାଣ ବୃଦ୍ଧି ହେବାର ସମ୍ଭାବନା ବଢଛି । ଆହୁରି ମଧ୍ୟ HRA ର ପରିମାଣ ମଧ୍ୟ ପ୍ରଭାବିତ ହେବ । ତାହା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅର୍ଥାତ ସେମାନେ ଦ୍ୱିଗୁଣ ଲାଭ ପାଇବେ ।

ଅର୍ଥ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ ଡିଏ ପରିମାଣ ୧୫୯.୯ ପ୍ରତିଶତରୁ ବୃଦ୍ଧି ଘଟି ୧୭୦.୫ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନ BSNL ର Board level ଓ  below Board level posts ରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ବର୍ଦ୍ଧିତ ହାରରେ DA ପାଇବେ । ସେହି କର୍ମଚାରୀଙ୍କ ପାଇଁ ଏହି ଡିଏ ବୃଦ୍ଧି କରାଯାଇଛି ଯେଉଁମାନେ ୨୦୦୭ ବେତନ ସଂଶୋଧନ ଆଧାରରେ ବେତନ ପାଉଛନ୍ତି । ଅଣ-କାର୍ଯ୍ୟନିର୍ବାହୀ କର୍ମଚାରୀଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି LPG କନେକ୍ସନ ତ ପରିବାରକୁ ମାଗଣାରେ ମିଳିବ ଏହି ସୁବିଧା, ଜାଣନ୍ତୁ ଏହା ବିଷୟରେ...

DA ୧୫୯.୯ ପ୍ରତିଶତ ରଖାଯାଇଛି 

Assistant General Manager (Estt.I) ସଞ୍ଜୀବ କୁମାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୦୧.୧୦.୨୦୨୦, ୦୧.୦୧.୨୦୨୧ ଏବଂ ୦୧.୦୪.୨୦୨୧ ର DA ପରିମାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେହି ସମୟରେ ଡିଏ ଫ୍ରିଜ୍ ରଖାଯାଇଥିଲା । ୦୧.୧୦.୨୦୨୦ରୁ ୩୦.୬୦.୨୦୨୧ ପାଇଁ DA କୁ ୧୫୯.୯ ପ୍ରତିଶତ ରଖାଯାଇଛି ।

୭୮.୩୨୩ ଲୋକଙ୍କୁ ଦିଆଯାଇଛି VRS

ନିକଟ ଅତୀତରେ ସରକାର କହିଛନ୍ତି ଯେ, ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ରେ ମୋଟ ୧,୪୯,୫୭୭ କର୍ମଚାରୀ ଥିଲେ, ସେଥିମଧ୍ୟରୁ ୭୮,୩୨୩ ଜଣ ବ୍ୟକ୍ତି ସ୍ୱେଚ୍ଛାକୃତ ଅବସର ଯୋଜନା (VRS) ଅଧୀନରେ ଅବସର ନେଇଛନ୍ତି । ଯୋଗାଯୋଗ ମନ୍ତ୍ରୀ ଦେବସିନ ଚୌହାନ କହିଛନ୍ତି ଯେ, ଜାନୁୟାରୀ ୧, ୨୦୨୦ ସୁଦ୍ଧା ବିଏସଏନଏଲର ମୋଟ କର୍ମଚାରୀଙ୍କ ସଂଖ୍ୟା ୧,୪୯,୫୭୭ ଥିଲା । ଏହା ପରେ ୭୮,୩୨୩ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ VRS ଅଧୀନରେ ଅବସର ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ

କୌଣସି ପେମେଣ୍ଟ ବକେୟା ନାହିଁ

ଚୌହାନ ସୂଚନା ଦେଇଛନ୍ତି ଯେ VRS ଚୟନ କରୁଥିବା କର୍ମଚାରୀଙ୍କ ସମ୍ପର୍କରେ ବିଭାଗ ତରଫରୁ BSNL କୁ କରାଯାଇଥିବା ପେମେଣ୍ଟର କୌଣସି ଅର୍ଥ ବକେୟା  ନାହିଁ । VRS ବିକଳ୍ପ ଦିଆଯାଇଥିବା କର୍ମଚାରୀଙ୍କ ପାଇଁ ଅନୁଗ୍ରହ ରାଶି ଭାବରେ ବିଭାଗ BSNL କୁ ୧୩,୫୪୨.୦୫ କୋଟି ଟଙ୍କା ପ୍ରଦାନ କରିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ବଢ଼ିବ ଦରମା!