ପଞ୍ଜାବ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ଗ୍ରାମାଞ୍ଚଳରେ କୋରୋନା ସଂକ୍ରମଣର ମୃତ୍ୟୁ ହାର ୨.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ସଂଖ୍ୟା ଏକ ପ୍ରତିଶତରୁ କମ୍ । ପଞ୍ଜାବର ମାଲୱା ଅଞ୍ଚଳରେ ସର୍ବାଧିକ ସଂଖ୍ୟକ କୋଭିଡ ମାମଲା ଚିହ୍ନଟ ହୋଇଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ବର୍ତ୍ତମାନ ଦେଶରେ ସହରାଞ୍ଚଳ ବ୍ୟତୀତ ଗ୍ରାମାଞ୍ଚଳରେ କୋରୋନା ସଙ୍କଟ (COVID-19 Crisis) ବ୍ୟାପିବା ଆରମ୍ଭ କରିଛି । ଉତ୍ତରପ୍ରଦେଶ ଓ ବିହାରର ଅନେକ ଗାଁରୁ ଭୟଭୀତ ଖବର ଶୁଣିବାକୁ ମିଳୁଛି, ଏହା ପରେ ପଞ୍ଜାବ ଓ ହରିୟାଣାର ଗାଁରେ ମଧ୍ୟ ଅବସ୍ଥା ଖରାପ ହେବା ପରି ଦେଖାଯାଉଛି । ଦିନକୁ ଦିନ ବଢୁଥିବା ମାମଲା ମଧ୍ୟରେ ପଞ୍ଜାବ ଓ ହରିୟାଣା ଗ୍ରାମଗୁଡିକରେ ଟେଷ୍ଟିଂରେ ଶୀଘ୍ର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଗୋଟିଏ ପୁଅର ଅନ୍ତିମ ସଂସ୍କାର କରି ଘରେ ଫେରିଲା ପରେ ମିଳିଲା କୋରୋନା ସହ ଲଢୁଥିବା ଅନ୍ୟ ଏକ ପୁଅର ମୃତଦେହ
ପଞ୍ଜାବ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ଗ୍ରାମାଞ୍ଚଳରେ କୋରୋନା ସଂକ୍ରମଣର ମୃତ୍ୟୁ ହାର ୨.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ସଂଖ୍ୟା ଏକ ପ୍ରତିଶତରୁ କମ୍ । ପଞ୍ଜାବର ମାଲୱା ଅଞ୍ଚଳରେ ସର୍ବାଧିକ ସଂଖ୍ୟକ କୋଭିଡ ମାମଲା ଚିହ୍ନଟ ହୋଇଛି ।
ବର୍ତ୍ତମାନ ପଞ୍ଜାବର ଗାଁରେ ଲୋକଙ୍କ ନମୁନା ନେବା ଆରମ୍ଭ କରାଯାଇଛି । ଏହାସହ ଯେଉଁମାନଙ୍କର କୌଣସି ଲକ୍ଷଣ ଅଛି ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ପରୀକ୍ଷା କରାଯିବ । ଗ୍ରାମରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ସେଲ୍ଫ-ଆଇସୋଲେଶନରେ ବିଳମ୍ୱ ଓ ଚିକିତ୍ସାରେ ଅବହେଳା । ଗାଁର ଲୋକମାନେ ପ୍ରାୟତଃ ଜ୍ୱର ଔଷଧ ଖାଉଛନ୍ତି, କିନ୍ତୁ ପରୀକ୍ଷଣରୁ ଦୂରେଇ ଯାଉଛନ୍ତି ।
ଅଧିକ ପଢ଼ନ୍ତୁ:-ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍
ହରିୟାଣାରେ ଚାଲିଛି ବ୍ୟାପକ ସ୍ତରରେ ପ୍ରସ୍ତୁତି
ପଞ୍ଜାବ ନିକଟସ୍ଥ ହରିୟାଣା ଗ୍ରାମରେ ମଧ୍ୟ କୋରୋନା ସଙ୍କଟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ୮୦୦୦ ଛୋଟ ଦଳ ଗଠନ କରିଛନ୍ତି, ଯାହା ରାଜ୍ୟର ଗ୍ରାମଗୁଡିକରେ ସ୍କ୍ରିନିଂ ଅଭିଯାନକୁ ତ୍ୱରାନ୍ୱିତ କରିବ । ଯେଉଁ ଗ୍ରାମରେ ସଙ୍କଟ ବଢୁଥିବା ଦେଖାଯାଉଛି, ସେଠାରେ ମେ ୧୫ରୁ ଆଇସୋଲେଶନ କେନ୍ଦ୍ର ଆରମ୍ଭ କରିବାକୁ କୁହାଯାଇଛି । ହରିୟାଣା ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ରାଜ୍ୟର ଗ୍ରାମଗୁଡିକରେ ୧୦୦୦ ଆଇସୋଲେଶନ କେନ୍ଦ୍ରର ବ୍ୟବସ୍ଥା କରାଯିବ । ହରିୟାଣା ରୋଡୱେଜ୍ ୧୧୦ ବସକୁ ମିନି ଆମ୍ବୁଲାନ୍ସରେ ପରିଣତ କରିଛି ।
ଅଧିକ ପଢ଼ନ୍ତୁ:-କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ
ଗ୍ରାମାଞ୍ଚଳରେ କୋରୋନା ପ୍ରବେଶକୁ ନେଇ ହାହାକାର
ଉଲ୍ଲେଖନୀୟ କଥା ହେଉଛି, କୋରୋନାର ଦ୍ୱିତୀୟ ଲହର ବଡ଼ ସହରର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏଭଳି ପରିସ୍ଥିତିରେ ବିଶେଷଜ୍ଞଙ୍କ ଦ୍ୱାରା ଚେତାବନୀ ଦିଆଯାଉଥିଲା ଯେ ବର୍ତ୍ତମାନ ଗ୍ରାମଗୁଡିକୁ ସୁରକ୍ଷିତ ରଖିବାକୁ ପଡିବ । କିନ୍ତୁ ଅନେକ ଗ୍ରାମରେ ଲୋକମାନେ ଜ୍ୱର, ଥଣ୍ଡା ରୋଗରେ ପୀଡିତ ଅଛନ୍ତି ଏବଂ ଚିକିତ୍ସା ଅଭାବରୁ ଲୋକମାନେ ଜୀବନ ହରାଉଛନ୍ତି ।