ମହାରାଷ୍ଟ୍ରରେ କୋରୋନାର ପ୍ରକୋପ, ଚଳିତ ବର୍ଷ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
Advertisement
Article Detail0/zeeodisha/odisha864782

ମହାରାଷ୍ଟ୍ରରେ କୋରୋନାର ପ୍ରକୋପ, ଚଳିତ ବର୍ଷ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

Coronavirus in Maharashtra: କୋରୋନା ଭୂତାଣୁ (Coronavirus) ରୁ ରକ୍ଷା ପାଇବା ପାଇଁ ଯେଉଁଠି ଭାରତରେ ଟିକାକରଣ (Vaccination) କୁ ଦ୍ରୁତ କରାଯାଉଛି, ଅନ୍ୟପଟେ ଦେଶରେ ଲଗାତର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି । ସବୁଠାରୁ ଗମ୍ଭୀର ପରିସ୍ଥିତି ମହାରାଷ୍ଟ୍ର (Maharashtra) ରେ ଦେଖାଦେଇଛି । ଯେଉଁ

ମହାରାଷ୍ଟ୍ରରେ କୋରୋନାର ପ୍ରକୋପ, ଚଳିତ ବର୍ଷ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ମୁମ୍ୱାଇ: Coronavirus in Maharashtra: କୋରୋନା ଭୂତାଣୁ (Coronavirus) ରୁ ରକ୍ଷା ପାଇବା ପାଇଁ ଯେଉଁଠି ଭାରତରେ ଟିକାକରଣ (Vaccination) କୁ ଦ୍ରୁତ କରାଯାଉଛି, ଅନ୍ୟପଟେ ଦେଶରେ ଲଗାତର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି । ସବୁଠାରୁ ଗମ୍ଭୀର ପରିସ୍ଥିତି ମହାରାଷ୍ଟ୍ର (Maharashtra) ରେ ଦେଖାଦେଇଛି । ଯେଉଁଠାରେ ଶୁକ୍ରବାର ଅର୍ଥାତ ଗୋଟିଏ ଦିନରେ ୧୫,୮୧୫ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଗତ ୬ ମାସ ମଧ୍ୟରେ ଗୋଟିଏ ଦିନରେ ଏହା ସର୍ବାଧିକ ରିପୋର୍ଟ ହୋଇଥିବା ସଂକ୍ରମିତ ମାମଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ସହରରେ ଲକଡାଉନ୍ (Lockdown) ଲଗାଯାଇଛି । ଏହା ସତ୍ତ୍ୱେ କୋଭିଡ ନିୟମ (COVID-19 Rules) କୁ ଅଣଦେଖା କରାଯାଉଥିବାର ଦେଖାଯାଉଛି । ଲୋକମାନେ ଲକଡାଉନ୍ ପୂର୍ବରୁ ଭିଡ଼ ଭିତରେ ଏକାଠି ହେଉଛନ୍ତି ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ବଢ଼ିଲା କୋରୋନା ସଙ୍କଟ: ନାଗପୁର ପରେ ଅକୋଲାରେ ଲକଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ

ମହାରାଷ୍ଟ୍ରରେ ଗତ ବର୍ଷ ଅକ୍ଟୋବରରେ ୧୫,୦୦୦ ସଂକ୍ରମିତ ମାମଲା ମିଳିଥିଲା । କିନ୍ତୁ ଗତ ମାସରେ ପୁଣି ଥରେ ଏଥିରେ ଲଗାତର ବୃଦ୍ଧିକୁ ଦେଖିବାକୁ ମିଳିଛି । ବୁଧବାର ରାଜ୍ୟରେ ୧୩,୬୫୯ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବାବେଳେ ଗୁରୁବାର ୧୪,୩୧୭ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ରାଜ୍ୟରେ ମୋଟ ସଂକ୍ରମିତ ମାମଲା ୨୨ ଲକ୍ଷ ୮୨ ହଜାରକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୨,୭୨୩ରେ ପହଞ୍ଚିଛି । ସେପଟେ ଶୁକ୍ରବାର ରାଜ୍ୟରେ ୫୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-କୋରୋନାର ୟୁ-ଟର୍ଣ୍ଣ: କ'ଣ ପୁଣି ଲକଡାଉନ୍ ଆଡକୁ ବଢ଼ୁଛି ଦେଶ? ମହାରାଷ୍ଟ୍ର, ଦିଲ୍ଲୀ-ପଞ୍ଜାବର ଅବସ୍ଥା ଚିନ୍ତାଜନକ

ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ନାଗପୁରରେ ସାତ ଦିନିଆ ତାଲା ଲଗାଯାଇଥିବାବେଳେ ପୁଣେରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଔରଙ୍ଗାବାଦ ମଧ୍ୟ ସପ୍ତାହ ଶେଷରେ ପ୍ରାୟ ଟୋଟଲ୍ ଲକଡାଉନ୍ ଘୋଷଣା କରିଛି । ଗତ ମାସରେ ଅମ୍ରାବତୀରେ ଲକଡାଉନ୍ କରାଯାଇଥିଲା । ଜଲଗାଁଓରେ ମାର୍ଚ୍ଚ ୧୧ରୁ ୧୫ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗୁ କରାଯାଇଛି । ଏହା ବ୍ୟତୀତ ମୁମ୍ବାଇ, ନାଗପୁର, ପିମ୍ପ୍ରି ଚିଞ୍ଚୱାଡ, ନାସିକ, ଔରଙ୍ଗାବାଦ, ଥାନେ, ନଭି ମୁମ୍ବାଇ, କଲ୍ୟାଣ ଡୋମ୍ବିଭାଲୀ, ଆକୋଲା, ୟାଭାଟମାଲ, ୱାସିମ ଏବଂ ବୁଲଧାନାରେ ମଧ୍ୟ କୋରୋନା କଟକଣା କଡ଼ାକଡ଼ି କରାଯାଇଛି ।