୩୮ ଦେଶରେ ବ୍ୟାପିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବଡ଼ ବୟାନ ଦେଲା WHO
Advertisement
Article Detail0/zeeodisha/odisha1040454

୩୮ ଦେଶରେ ବ୍ୟାପିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବଡ଼ ବୟାନ ଦେଲା WHO

ଡେଲ୍ଟା ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଓମିକ୍ରନ୍ ଠାରୁ ରକ୍ଷା ପାଇବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବ । 

୩୮ ଦେଶରେ ବ୍ୟାପିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବଡ଼ ବୟାନ ଦେଲା WHO

ନୂଆଦିଲ୍ଲୀ: Coronavirus New Variant Omicron Cases: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର କହିଛି ଯେ କୋରୋନା ଭାଇରସ୍ ସଂକ୍ରମଣର ନୂଆ ପ୍ରକାର ବା ଭାରିଆଣ୍ଟ ଓମିକ୍ରନ୍ (Coronavirus New Variant Omicron) ପୃଥିବୀର ୩୮ଟି ଦେଶକୁ ବ୍ୟାପିଛି, କିନ୍ତୁ ଏହି ଯୋଗୁଁ ଏପର୍ଯ୍ୟନ୍ତ କୌଣସି ରୋଗୀଙ୍କର ମୃତ୍ୟୁ ହୋଇ ନାହିଁ । WHO କହିଛି ଯେ ଓମିକ୍ରନ୍ ସମ୍ବନ୍ଧୀୟ ମୃତ୍ୟୁର କୌଣସି ମାମଲା ରିପୋର୍ଟ ହୋଇନାହିଁ, କିନ୍ତୁ ନୂତନ ପ୍ରକାରଟି ଆସନ୍ତା କିଛି ମାସ ମଧ୍ୟରେ ୟୁରୋପର  ଅଧାରୁ ଅଧିକ କୋଭିଡ ମାମଲା (Europe COVID-19 Cases) ର କାରଣ ହୋଇପାରେ ।

ଏହାସହ WHO ଚେତାବନୀ ଦେଇଛି ଯେ, 'ଏହା ନିର୍ଦ୍ଧାରିତ କରିବା ପାଇଁ ସପ୍ତାହ ଲାଗିପାରେ ଯେ ଭାରିଏଣ୍ଟ କେତେ ସଂକ୍ରାମକ, କ'ଣ ଏହା ଅଧିକ ଭୟଙ୍କର ରୋଗ ସୃଷ୍ଟିର କାରଣ ପାଲଟିବ ଓ ଏହା ବିରୁଦ୍ଧରେ କେତେ ପ୍ରଭାବଶାଳୀ ଚିକିତ୍ସା ଏବଂ ଟୀକା ଅଛି ।' ଆମେ ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ଆମେରିକା ଓ ଅଷ୍ଟ୍ରେଲିଆ ଭାରିଆଣ୍ଟର ସ୍ଥାନୀୟ ରୂପରେ ପ୍ରସାରିତ ମାମଲାକୁ ନିଶ୍ଚିତ କରିଛନ୍ତି । ଏଥି ସହିତ, ଦକ୍ଷିଣ ଆଫ୍ରିକାରେ କୋଭିଡ-19ର ମାମଲା ବୃଦ୍ଧି ପାଇଛି ।

ଡେଲ୍ଟା ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଓମିକ୍ରନ୍ ଠାରୁ ରକ୍ଷା ପାଇବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବ । WHO ଅଧିକାରୀ କହିଛନ୍ତି ଯେ ଓମିକ୍ରନ୍ ସାମ୍ନାକୁ ଆସିବା ପରେ ମଧ୍ୟ ଡେଲ୍ଟା ସ୍ୱରୂପ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ଏହି ମହାମାରୀ ବିରୋଧରେ ଲଢ଼େଇର ଆଧାର ହେବା ଆବଶ୍ୟକ । ପଶ୍ଚିମ ପ୍ରଶାନ୍ତ ମହାସାଗରର WHO ର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ତାକେଶୀ କସଇ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୀମା ପ୍ରତିବନ୍ଧକ ଭୂତାଣୁ ପ୍ରବେଶକୁ ବିଳମ୍ବ କରିପାରେ ଓ ଏହାକୁ ପ୍ରସ୍ତୁତ କରିବାକୁ ସମୟ ଦେଇପାରେ । କିନ୍ତୁ, ପ୍ରତ୍ୟେକ ଦେଶ ଓ ପ୍ରତ୍ୟେକ ସମ୍ପ୍ରଦାୟ ମାମଲାଗୁଡ଼ିକର ନୂତନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।

ସେ କହିଛନ୍ତି ଯେ ଭଲ ଖବର ହେଉଛି ଯେ ଓମିକ୍ରନକୁ ନେଇ ଆମ ପାଖରେ କୌଣସି ଏପରି ସୂଚନା ନାହିଁ ଯାହା ଆମ ପ୍ରତିକ୍ରିୟାର ଦିଗ ବଦଳାଇବାର ଆବଶ୍ୟକ ବୋଲି ସୂଚିତ କରୁଛି । WHO ର ଆଞ୍ଚଳିକ ଜରୁରୀକାଳୀନ ପରିସ୍ଥିତି ନିର୍ଦ୍ଦେଶକ ଡକ୍ଟର ବି ଓଲୋୱୋକୁରେ କହିଛନ୍ତି ଯେ ଏହାର ଅର୍ଥ ହେଉଛି ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିବା ସହିତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପରେ ଟିକାକରଣ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୪୧୪ ସଂକ୍ରମିତଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ଏହା ବି ପଢ଼ନ୍ତୁ:-ଆସୁଛି 'ଜୱାଦ': ଜାଣନ୍ତୁ ବାତ୍ୟା ସମୟରେ କ'ଣ କରିବେ, ଆଉ ନକରିବେ...

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଲାଭ