ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମିଳିବ କ୍ଷତିପୂରଣ, ଘୋଷଣା କଲା ଭାରତ ବାୟୋଟେକ୍
Advertisement

ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମିଳିବ କ୍ଷତିପୂରଣ, ଘୋଷଣା କଲା ଭାରତ ବାୟୋଟେକ୍

କମ୍ପାନୀ କହିଛି ଯେ ଟିକା ଦିଆଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏକ ସହମତି ଫର୍ମରେ ଦସ୍ତଖତ କରିବାକୁ ପଡିବ ।

ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମିଳିବ କ୍ଷତିପୂରଣ, ଘୋଷଣା କଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ (Bharat Biotech) କୋରୋନା ଭୂତାଣୁ ଟିକା (Coronavirus Vaccine) ସମ୍ବନ୍ଧରେ ଏକ ବଡ ଘୋଷଣା କରିଛି । କମ୍ପାନୀ କହିଛି ଯେ କୋଭ୍ୟାକ୍ସିନ (Covaxin) ଲଗାଇବା ପରେ ପ୍ରତିକୂଳ ପ୍ରଭାବ ହେଲେ କମ୍ପାନୀ କ୍ଷତିପୂରଣ ଦେବ । ଭାରତ ସରକାର (Indian Govt) ଭାରତ ବାୟୋଟେକରୁ କୋରୋନା ଟିକାର ୫୫ ଲକ୍ଷ ଡୋଜ୍ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-'ମମତା ବୁଝି ସାରିଲେଣି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ଟିଏମସି ପାଖରେ ନାହିଁ କୌଣସି ବିକଳ୍ପ'

କମ୍ପାନୀ କହିଛି ଯେ ଟିକା ଦିଆଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏକ ସହମତି ଫର୍ମରେ ଦସ୍ତଖତ କରିବାକୁ ପଡିବ । କମ୍ପାନୀ କହିଛି ଯେ ଯଦି କୌଣସି ଘଟଣା ଘଟିବା ସ୍ଥିତିରେ କ୍ଷତିପୂରଣ କମ୍ପାନୀ ପକ୍ଷରୁ ଦିଆଯିବ । ଯଦି କୋଭ୍ୟାକ୍ସିନ୍ ଲଗାଇବା ପରେ ଲାଭାର୍ଥୀଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ, ତେବେ ସରକାରୀ ଡାକ୍ତରଖାନାରେ ଏହି ଚିକିତ୍ସା ଯୋଗାଇ ଦିଆଯିବ ।

ଅଧିକ ପଢ଼ନ୍ତୁ:-ଏହି ୬ଟି କାରଣରୁ ଏଥର ହାରିପାରନ୍ତି ମମତା ବାନାର୍ଜୀ

କମ୍ପାନୀ ଆହୁରି ମଧ୍ୟ କହିଛି ଯେ କୌଣସି ଗୁରୁତର ପରିଣାମ ହେଲେ କମ୍ପାନୀ ତରଫରୁ କ୍ଷତିପୂରଣ ପ୍ରଦାନ କରାଯିବ । ଏହି କ୍ଷତିପୂରଣ ସେତେବେଳେ ଦିଆଯିବ ଯେତେବେଳେ ଖରାପ ପରିଣାମ ଟିକାକରଣରେ ହେବ । ସେପଟେ କ୍ଲିନିକାଲ୍ ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ,କୋଭ୍ୟାକ୍ସିନର ଆଣ୍ଟିଡୋଟ୍ ଉତ୍ପାଦନ କରିବାର କ୍ଷମତା ପରିଲକ୍ଷିତ ହୋଇଥିଲା । ଏହି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ତରଫରୁ କୁହାଯାଇଛି ଯେ ଟିକାର କ୍ଲିନିକାଲ୍ କ୍ଷମତା ବିଷୟରେ ଏପର୍ଯ୍ୟନ୍ତ କୁହାଯିବା ବାକି ରହିଛି । ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ପରୀକ୍ଷାର ତଥ୍ୟକୁ ଅଧ୍ୟୟନ କରାଯାଉଛି ।