କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ
Advertisement
Article Detail0/zeeodisha/odisha737367

କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ଅଗଷ୍ଟ ୨୮ରେ ପ୍ରକାଶିତ WHO ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ନୂଆ କୋରୋନା ମାମଲାରେ ବ୍ରାଜିଲ (Brazil) ଏବଂ ଆମେରିକା (America) ଠାରୁ ଭାରତ ଆଗରେ ରହିଛି । 

କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ତମାଲ ବାକଚି, ନୂଆଦିଲ୍ଲୀ: Coronavirus India Update: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଜାରି ରହିଛି । ଏହି ବୈଶ୍ୱିକ ମହାମାରୀ କୋରୋନା ଭୂତାଣୁ (Coronavirus) ଯୋଗୁଁ ବିଶ୍ୱରେ ଭାରତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଦୁନିଆରେ ଭାରତ (India) ରେ ଲଗାତର ବିଗତ ୨୫ ଦିନ ଧରି ସର୍ବାଧିକ ସଂଖ୍ୟକ କୋରୋନା ମାମଲା ସାମ୍ନାକୁ ଆସିଛି । ଅଗଷ୍ଟ ୨୮ରେ ପ୍ରକାଶିତ WHO ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ନୂଆ କୋରୋନା ମାମଲାରେ ବ୍ରାଜିଲ (Brazil) ଏବଂ ଆମେରିକା (America) ଠାରୁ ଭାରତ ଆଗରେ ରହିଛି । ଅଗଷ୍ଟ ୨୮ରେ ଯେଉଁଠାରେ ଭାରତରେ ୭୭,୨୬୬ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ତ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଭାରତ କୋରୋନା ମାମଲାରେ ବିଶ୍ୱ ରେକର୍ଡ କରିଛି । କାରଣ ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇ ୧୬ରେ ଆମେରିକାରେ ହିଁ ଗୋଟିଏ ଦିନରେ ୭୭,୨୫୫ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା ।  ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ୪୭,୧୬୧ ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୧୦୮୫ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଆମେରିକାରେ ୪୫,୪୮୪ ନୂତନ କୋଭିଡ-19 (COVID-19) ମାମଲା ରିପୋର୍ଟ ହୋଇଥିବା ବେଳେ ୧୨୨୯ ଜଣଙ୍କର ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ବରରୁ ସାରା ଦେଶରେ ଛାଡ କରାଯିବ ବିଜୁଳି ବିଲ୍ ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ବର୍ତ୍ତମାନ ଯଦି ଆମେ କେବଳ ଭାରତ ବିଷୟରେ ଆଲୋଚନା କରିବା ଏବଂ ଏଠାକାର ରାଜ୍ୟର କୋରୋନା ଡାଟାକୁ ଦେଖିବା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬,୪୭୨ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୪,୪୨୭ ନୂତନ ମାମଲା ଚିହ୍ନଟ ହୋଇଛି । ଏହା ପରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ୧୦ ହଜାର ୫୨୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ କର୍ଣ୍ଣାଟକରେ ୮,୯୬୦  ସଂକ୍ରମିତ, ତାମିଲନାଡୁରେ ୫,୯୯୬ ସଂକ୍ରମିତ ଏବଂ ଉତ୍ତରପ୍ରଦେଶରେ ୫,୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ୱର ୧ରୁ ବଦଳିଯିବ ଏହି ୮ଟି ଜିନିଷ ! ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ

ଅନ୍ୟପକ୍ଷରେ ଯଦି ଆମେ ରାଜ୍ୟ ଅନୁଯାୟୀ ମୃତକଙ୍କ ସଂଖ୍ୟା ବିଷୟରେ ଆଲୋଚନା କରିବା । ତେବେ ମହାରାଷ୍ଟ୍ର ମଧ୍ୟ ଏହି ତାଲିକାରେ ଶୀର୍ଷରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ କର୍ଣ୍ଣାଟକରେ ୧୩୬ ଜଣ, ତାମିଲନାଡୁରେ ୧୦୨ ଜଣ, ଆନ୍ଧ୍ରପ୍ରଦେଶରେ ୮୧ ଜଣ ଏବଂ ଉତ୍ତରପ୍ରଦେଶରେ ୭୭ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହାସହ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୪,୬୩,୦୭୨ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ୬୨,୫୫୦ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଯାଏ ଦେଶରେ ୨୬,୪୮,୯୯୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଦେଶରେ ୭,୫୨,୪୨୪ ସକ୍ରିୟ କୋରୋନା ମାମଲା ରହିଛି ।