ସରକାରୀ କର୍ମଚାରୀଙ୍କ ପାଇଁ ଡବଲ୍ ଖୁସି ଖବର! ମହଙ୍ଗା ଭତ୍ତାରେ ୧୪ ପ୍ରତିଶତ ବୃଦ୍ଧି, ମିଳିବ ୧୦ ମାସର ବକେୟା ରାଶି
Advertisement
Article Detail0/zeeodisha/odisha1189437

ସରକାରୀ କର୍ମଚାରୀଙ୍କ ପାଇଁ ଡବଲ୍ ଖୁସି ଖବର! ମହଙ୍ଗା ଭତ୍ତାରେ ୧୪ ପ୍ରତିଶତ ବୃଦ୍ଧି, ମିଳିବ ୧୦ ମାସର ବକେୟା ରାଶି

6th Pay Commission, Central Government Employees, Railway Employees, DA Hike: ମାର୍ଚ୍ଚ ମାସରେ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏମାନେ ସେହି ଲକ୍ଷ ଲକ୍ଷ କର୍ମଚାରୀ ଯେଉଁମାନେ ସପ୍ତମ ବେତନ କମିଶନ (7th Pay Commission) ଅନ୍ତର୍ଗତ ଦରମା ପାଉଛନ୍ତି । ବର୍ତ୍ତମାନ ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ହୋଇଯାଇଛି । ଏମାନଙ୍କ ବେସିକ୍ ଦରମା ହେଉଛି ୧୮ ହଜାର ଟଙ୍କା । ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରି ସରକାର ବେସିକ୍ ସର୍ବନିମ୍ନ ଦରମାକୁ ୭୦୦୦ରୁ ୧୮୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ ।

ସରକାରୀ କର୍ମଚାରୀଙ୍କ ପାଇଁ ଡବଲ୍ ଖୁସି ଖବର! ମହଙ୍ଗା ଭତ୍ତାରେ ୧୪ ପ୍ରତିଶତ ବୃଦ୍ଧି, ମିଳିବ ୧୦ ମାସର ବକେୟା ରାଶି

ନୂଆଦିଲ୍ଲୀ: 6th Pay Commission, Central Government Employees, Railway Employees, DA Hike: ଭାରତୀୟ ରେଲୱେ (Indian Railways) ନିଜର କର୍ମଚାରୀ (Railway Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ଏକ ବୃହତ ବୃଦ୍ଧି ଘୋଷଣା କରିଛି । ସରକାରଙ୍କ ଅନୁମୋଦନ ନେବା ପରେ ରେଳବାଇ ବୋର୍ଡ ଷଷ୍ଠ ବେତନ ଆୟୋଗ (6th Pay Commission) ର କର୍ମଚାରୀଙ୍କ ଡିଏ ବୃଦ୍ଧି (DA Hike) କରିବାକୁ ଘୋଷଣା କରିଛି । ଏହି ବୃଦ୍ଧି ୧ ଜୁଲାଇ ୨୦୨୧ ଓ ୧ ଜାନୁଆରୀ ୨୦୨୨ରୁ କାର୍ଯ୍ୟକାରୀ ହୋଇଛି । ଆଜ୍ଞା ହଁ, ରେଳ ବିଭାଗ ନିଜର କର୍ମଚାରୀଙ୍କ ମହଙ୍ଗାରେ ଭତ୍ତା ଏକକାଳୀନ ୧୪ ପ୍ରତିଶତ ବୃଦ୍ଧି କରିଛି ।

ଏମାନେ ହେଉଛନ୍ତି ସେହି କର୍ମଚାରୀ ଯେଉଁମାନେ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ପାଉଛନ୍ତି । ଡିଏ (DA) ରେ ଏହି ବୃଦ୍ଧି ଦରମାରେ ହଜାର ହଜାର ଟଙ୍କା ବଢ଼ିବ । ଏହା ସହିତ ୧୦ ମାସର ମୋଟା ଅଙ୍କର ବକେୟା ରାଶି ମଧ୍ୟ ମିଳିବ । ରେଲୱେ ବୋର୍ଡ (Railway Board) ଏହାର ଆଦେଶ ଜାରି କରିଦେଇଛି । ରେଲୱେ ବୋର୍ଡ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରିଛି । ଏଥିରେ କୁହାଯାଇଛି ଯେ ଷଷ୍ଠ ବେତନ କମିଶନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ ଓ ୧ ଜାନୁୟାରୀ ୨୦୨୨ରୁ ବୃଦ୍ଧି କରାଯାଇଛି ।

ଷଷ୍ଠ ବେତନ ଆୟୋଗ (6th Pay Commission) ଅନ୍ତର୍ଗତ ଦରମା ନେଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧,  ୨୦୨୧ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ଅର୍ଥାତ୍ ବର୍ତ୍ତମାନ ଏହା ୧୮୯ ପ୍ରତିଶତରୁ ବଢ଼ି ୧୯୬ ପ୍ରତିଶତକୁ ପହଞ୍ଚିଛି । ଏହା ସହିତ ରେଲୱେ ବୋର୍ଡ ଜାନୁଆରୀ ୧, ୨୦୨୨ରୁ ପୁନର୍ବାର ମହଙ୍ଗା ଭତ୍ତାକୁ ୭ ପ୍ରତିଶତ ବୃଦ୍ଧି କରିଛି । ଏହା ସହିତ ଏହା ୧୯୬ ପ୍ରତିଶତରୁ ବଢ଼ି ୨୦୩ ପ୍ରତିଶତକୁ ପହଞ୍ଚିଛି । ରେଳବାଇର ଏହି ନିଷ୍ପତ୍ତିରୁ ରେଳ କର୍ମଚାରୀମାନେ ଦ୍ୱିଗୁଣ ଲାଭ ପାଇବେ । ଅଧିକ ମହଙ୍ଗା ଭତ୍ତା ସହିତ ରେଳ କର୍ମଚାରୀମାନେ ମଧ୍ୟ ୧୦ ମାସର ବକେୟା ପାଇବେ । ଅର୍ଥ ନିର୍ଦ୍ଦେଶାଳୟ ଓ ରେଳ ମନ୍ତ୍ରଣାଳୟର ଅନୁମୋଦନ ନେବା ପରେ ରେଳବାଇ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିଛି ।

ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଆରମ୍ଭ ହେଲା ହଙ୍ଗାମା, ଇଜିପ୍ଟ କଲା ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଦାବି ଉପରେ କଙ୍ଗନା ରାଣାୱତ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ମାମଲା

ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏମାନେ ସେହି ଲକ୍ଷ ଲକ୍ଷ କର୍ମଚାରୀ ଯେଉଁମାନେ ସପ୍ତମ ବେତନ କମିଶନ (7th Pay Commission) ଅନ୍ତର୍ଗତ ଦରମା ପାଉଛନ୍ତି । ବର୍ତ୍ତମାନ ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ହୋଇଯାଇଛି । ଏମାନଙ୍କ ବେସିକ୍ ଦରମା ହେଉଛି ୧୮ ହଜାର ଟଙ୍କା । ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରି ସରକାର ବେସିକ୍ ସର୍ବନିମ୍ନ ଦରମାକୁ ୭୦୦୦ରୁ ୧୮୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ ।