Agnipath Recruitment Scheme : ଭାରତୀୟ ସେନାରେ ସର୍ଟ ଟର୍ମ ନିଯୁକ୍ତି ସୁଯୋଗ, ମାସକୁ ମିଳିବ ଏତିକି ଟଙ୍କା ଦରମା
Advertisement
Article Detail0/zeeodisha/odisha1219498

Agnipath Recruitment Scheme : ଭାରତୀୟ ସେନାରେ ସର୍ଟ ଟର୍ମ ନିଯୁକ୍ତି ସୁଯୋଗ, ମାସକୁ ମିଳିବ ଏତିକି ଟଙ୍କା ଦରମା

'ଅଗ୍ନିପଥ' ଯୋଜନାର ଅନୁମୋଦନ ଘୋଷଣା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, 'ଅଗ୍ନିପଥ' ଯୋଜନା ଅଧୀନରେ ସଶସ୍ତ୍ର ବାହିନୀର ଏକ ଯୁବ ପ୍ରୋଫାଇଲ୍ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଅନେକ ଦେଶରେ ପରୀକ୍ଷା କରିବା ପରେ ଭାରତ ସରକାର 'ଅଗ୍ନିପଥ' ନିଯୁକ୍ତି ସ୍କିମ ଆଣିଛନ୍ତି। 

ପ୍ରତିକାତ୍ମକ ଫଟୋ

Agnipath Recruitment Scheme : ଦୁଇ ବର୍ଷରୁ ବିଜ୍ଞପ୍ତି ବାହାରିନଥିବା ଭାରତୀୟ ସେନାରେ ନୁଯୁକ୍ତି ସ୍ୱପ୍ନ ଦେଖୁଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। କେନ୍ଦ୍ର ସୁରକ୍ଷା କ୍ୟାବିନେଟ କମିଟି ମଙ୍ଗଳବାର ଏକ ଐତିହାସିକ ନିଷ୍ପତ୍ତି ନେଇଛି। 'ଅଗ୍ନିପଥ' ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ନୂତନ ନିଯୁକ୍ତି ଯୋଜନା ଅଧୀନରେ ଭାରତୀୟ ଯୁବକଙ୍କୁ ସଶସ୍ତ୍ର ସେବାରେ ଯୋଗଦେବା ପାଇଁ ଏକ ସୁଯୋଗ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। 

'ଅଗ୍ନିପଥ' ଯୋଜନାର ଅନୁମୋଦନ ଘୋଷଣା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, 'ଅଗ୍ନିପଥ' ଯୋଜନା ଅଧୀନରେ ସଶସ୍ତ୍ର ବାହିନୀର ଏକ ଯୁବ ପ୍ରୋଫାଇଲ୍ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଅନେକ ଦେଶରେ ପରୀକ୍ଷା କରିବା ପରେ ଭାରତ ସରକାର 'ଅଗ୍ନିପଥ' ନିଯୁକ୍ତି ସ୍କିମ ଆଣିଛନ୍ତି। ଏହା ଯୁବପିଢିଙ୍କୁ ନୂତନ ଟେକ୍ନୋଲୋଜି ପାଇଁ ତାଲିମ ଦେବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ସ୍ତରରେ ମଧ୍ୟ ଉନ୍ନତି ଆଣିବ। ଏହି ଯୋଜନା ବିଭିନ୍ନ କ୍ଷେତ୍ରରେ ନୂତନ ଦକ୍ଷତା ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ।

ନୂତନ ନିଯୁକ୍ତି ମଡେଲକୁ Tour of Duty ମଧ୍ୟ କୁହାଯିବ। ଏଥିରେ ସାଧାରଣ ନାଗରିକଙ୍କୁ ଚାରି ବର୍ଷ ପାଇଁ ସେନାର ତିନୋଟି ବାହିନୀରେ ନିଯୁକ୍ତ ମିଳିବ। ଏହି ଯୋଜନା ଆର୍ଥିକ ଦୃଷ୍ଟିରୁ ମଧ୍ୟ ସେନାକୁ ଉପକୃତ କରିବ। ଭାରତୀୟ ସେନାର ଏହି ପ୍ରଥମ ମଡେଲ। ଅଗ୍ନିପଥ ଯୋଜନା ଅଧିନରେ ନିଯୁକ୍ତ ସୈନିକମାନଙ୍କ ନାମ ଅଗ୍ନିବୀର (Agniveers) ରଖାଯିବ। ଚାରି ବର୍ଷର ସେବା ପରେ ଅଗ୍ନିବୀରମାନେ ୧୦ ଲକ୍ଷରୁ ଅଧିକ ଟଙ୍କା (ଟ୍ୟାକ୍ସ ମୁକ୍ତ) ପାଇବେ ଏବଂ ସେବା ପାଇଁ ସେମାନଙ୍କୁ ଏକ ପ୍ରମାଣପତ୍ର ଦିଆଯିବ।

Also Read: ମୋଦି ସରକାରଙ୍କ ବଡ଼ ଘୋଷଣା; ୨୦୨୪ ନିର୍ବାଚନ ପୂର୍ବରୁ ଏତିକି ବେକାରୀ ଯୁବକ ଯୁବତୀ ପାଇବେ ସରକାରୀ ଚାକିରି

Agnipath Recruitment Scheme ଅଧିନରେ ପ୍ରତିବର୍ଷ ୪୫୦୦୦ରୁ ୫୦୦୦୦ ଯୁବକଙ୍କୁ ନିଯୁକ୍ତି ଦିଆଯିବ। ବର୍ଷକୁ ଦୁଇ ଥର ଅର୍ଥାତ ପ୍ରତି ଛଅ ମାସରେ ଥରେ ନିଯୁକ୍ତି ବିଜ୍ଞାପନ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏବେ ତିନି ବାହିନୀର ଅଫିସରରୁ ନିମ୍ନ ରାଙ୍କର ହେବ। ୪ ବର୍ଷର ଅବଧି ଶେଷ ହେବା ପରେ ୨୫% ଅଗ୍ନିବୀରଙ୍କୁ ପୁନର୍ବାର ନିଯୁକ୍ତି ମିଳିବ। ଏହି ଟୁର୍ ଅଫ୍ ଡ୍ୟୁଟି ସ୍କିମ୍ ଅଧୀନରେ ଜଣେ ଅଗ୍ନିବୀରଙ୍କ ପ୍ରାରମ୍ଭିକ ଦରମା ୩୦୦୦୦ ଟଙ୍କା ହେବ। ପର୍ଯ୍ୟାୟକ୍ରମେ ଏଥିରେ ବୃଦ୍ଧି ହେବ ଏବଂ ଚତୁର୍ଥ ବର୍ଷ ଶେଷ ସୁଦ୍ଧା ତାହା ୪୦୦୦୦ ଟଙ୍କା ପର୍ଯ୍ୟନ୍ତ ଯିବ। ବେତନର ୩୦ ପ୍ରତିଶତ ଅର୍ଥକୁ ସଞ୍ଚୟ ଭାବରେ ରଖାଯିବ ଏବଂ ସେବା ନିଧି ଯୋଜନା ଅନୁଯାୟୀ ସରକାର ପ୍ରତି ମାସରେ ସମାନ ପରିମାଣର ଅଂଶ ପ୍ରଦାନ କରିବେ। 

ଅଗ୍ନିପଥ ନିଯୁକ୍ତି ଯୋଜନା ବିଷୟରେ:-

  • ଭାରତୀୟ ସେନାର ତିନି ବାହିନୀରେ ସେବା ସୁଯୋଗ ମିଳିବ।
  • ଏହା ଏକ ସର୍ଟ ଟର୍ମ ବା ସାମୟିକ ନିଯୁକ୍ତି।
  • ପଦବୀ: ପ୍ରତିବର୍ଷ ୪୫୦୦୦ରୁ ୫୦୦୦୦।
  • କାର୍ଯ୍ୟକାଳ: ୪ ବର୍ଷ।
  • ତାଲିମ ଅବଧି: ୧୦ ସପ୍ତାହରୁ ଛଅ ମାସ।
  • ଅଫିସର ରାଙ୍କରେ ନିଯୁକ୍ତି ମିଳିବ ନାହିଁ।
  • ନିଯୁକ୍ତି ବୟସ: ୧୭ରୁ ୨୧ ବର୍ଷ।
  • ଶିକ୍ଷାଗତ ଯୋଗ୍ୟତା: ଦଶମ ବା ଦ୍ୱାଦଶ।
  • ଦରମା: ୩୦୦୦୦ରୁ ୪୦୦୦୦ ଟଙ୍କା।
  • ଅଗ୍ନିପଥ କର୍ପସ ଫଣ୍ଡକୁ ଯିବ: ମୂଳ ଦରମାର ୩୦%।
  • ସେବା ଶେଷରେ ଦେୟ: ସେବା ନିଧି ପ୍ୟାକେଜ ଅନୁସାରେ ୧୧ ଲକ୍ଷ ୭୧ ହଜାର ଟଙ୍କା (ଟିକସମୁକ୍ତ)।
  • ଅନ୍ୟାନ୍ୟ: ମୃତ୍ୟୁ ଏବଂ ବିକଳାଙ୍ଗ ପ୍ୟାକେଜ୍ (ଜୀବନ ବୀମା- ୪୮ ଲକ୍ଷ ଟଙ୍କା, ଶହୀଦ ହେଲେ ଅତିରିକ୍ତ ୪୪ ଲକ୍ଷ ଟଙ୍କା)।
  • ବିକଳାଙ୍ଗ- ଶତ ପ୍ରତିଶତକୁ ୪୪ ଲକ୍ଷ ଟଙ୍କା, ୭୫ ପ୍ରତିଶତକୁ ୨୫ ଲକ୍ଷ ଟଙ୍କା ଓ ୫୦ ପ୍ରତିଶତକୁ ୧୫ ଲକ୍ଷ ଟଙ୍କା ଦିଆଯିବ।
  • ରାସନ, ପୋଷାକ, ଟିଏ ପରି ଭତ୍ତା ମିଳିବ।