ଡ୍ରାଇଭିଂ ଲାଇସେନ୍ସ ଓ RC କୁ ନେଇ ଆସିଲା ବହୁତ ବଡ଼ ଅପଡେଟ୍, ପଢ଼ନ୍ତୁ ପୁରା ଖବର
Advertisement

ଡ୍ରାଇଭିଂ ଲାଇସେନ୍ସ ଓ RC କୁ ନେଇ ଆସିଲା ବହୁତ ବଡ଼ ଅପଡେଟ୍, ପଢ଼ନ୍ତୁ ପୁରା ଖବର

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ( Ministry of Transport and Highways) ଅନୁଯାୟୀ, କୋଭିଡ-19 ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।

ଡ୍ରାଇଭିଂ ଲାଇସେନ୍ସ ଓ RC କୁ ନେଇ ଆସିଲା ବହୁତ ବଡ଼ ଅପଡେଟ୍, ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (Driving Licence), ପଞ୍ଜୀକରଣ ପ୍ରମାଣପତ୍ର (RC) ଏବଂ ଅନ୍ୟାନ୍ୟ ପରମିଟର ବୈଧତା ଚଳିତ ବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଥିଲା । ଏହାର ଅର୍ଥ ହେଉଛି ଯଦି ଗାଡ଼ି ସହ ଜଡିତ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକର ବୈଧତା ମିଆଦ ପୂର୍ଣ୍ଣ ହୋଇଛି, ତେବେ ସରକାର ଆପଣଙ୍କ ପାଇଁ ଏକ ମାସ ସମୟ ଦେଇଛନ୍ତି । ଏହି ଅବଧିରେ ଆପଣ ଡକ୍ୟୁମେଣ୍ଟ୍ ରିନ୍ୟୁ କରିପାରିବେ । ଏଥି ସହିତ ଏହି ସମୟ ମଧ୍ୟରେ ଡକ୍ୟୁମେଣ୍ଟଗୁଡିକର ବୈଧତା ସମାପ୍ତ ହେବାକୁ ନେଇ ଟ୍ରାଫିକ ପୋଲିସ ହଇରାଣ କରିପାରିବ ନାହିଁ ।

କାହିଁକି ନିଆଗଲା ନିଷ୍ପତ୍ତି  

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ( Ministry of Transport and Highways) ଅନୁଯାୟୀ, କୋଭିଡ-19 ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପ୍ରଥମ ଥର ନୁହେଁ ଯେ ବୈଧତା ବୃଦ୍ଧି କରାଯାଇଛି, ଏହା ପୂର୍ବରୁ କେନ୍ଦ୍ର ସରକାର ଅନେକ ଥର ଏହି ନିଷ୍ପତ୍ତି ନେଇଛନ୍ତି । ସର୍ବପ୍ରଥମେ ୩୦ ମାର୍ଚ୍ଚ ୨୦୨୦ରେ ମୋଦି ସରକାର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟ ଥିଲା ଯେତେବେଳେ ଦେଶରେ ତାଲା ପଡ଼ିଥିଲା । ଏହା ପରେ ଯାନ ସହ ଜଡିତ ସମସ୍ତ ଦଲିଲର ବୈଧତା ୯ ଜୁନ୍ ୨୦୨୦, ୨୪ ଅଗଷ୍ଟ ୨୦୨୦, ୨୭ ଡିସେମ୍ବର ୨୦୨୦, ୨୬ ମାର୍ଚ୍ଚ ୨୦୨୧, ୧୭ ଜୁନ୍ ୨୦୨୧ ଏବଂ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ଏହାର ରିନ୍ୟୁ କରିବା ପାଇଁ ଚଳିତ ବର୍ଷର ଅକ୍ଟୋବର ୩୧ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି ।

ଦିଲ୍ଲୀ ସରକାର ମଧ୍ୟ ପ୍ରଦାନ କରିଛନ୍ତି ସୁଯୋଗ

ଏହାପୂର୍ବରୁ ଦିଲ୍ଲୀ ସରକାର ଡ୍ରାଇଭିଂ ଲାଇସେନ୍ସ (DL), ପଞ୍ଜୀକରଣ ପ୍ରମାଣପତ୍ର (RC) ଓ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟର ବୈଧତାକୁ ସେପ୍ଟେମ୍ବର ୩୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ବାସ୍ତବରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଯାନବାହନ ସମ୍ବନ୍ଧୀୟ ଆବଶ୍ୟକୀୟ ଡକ୍ୟୁମେଣ୍ଟର ବୈଧତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲା, ଏହା ପରେ ଦିଲ୍ଲୀ ସରକାର ଏହି ଆଦେଶ ଜାରି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ଆସିଯାଇଛି ଅକ୍ଟୋବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ ଚାହିଁ କି ମଧ୍ୟ ତାଲିବାନକୁ ସାହାଯ୍ୟ କରିପାରୁନି ପାକିସ୍ତାନ, ଏହା ହେଉଛି କାରଣ