୨ ବୋତଲ ମଦ ପିଇବା ପରେ ମଧ୍ୟ ହେଲାନି ନିଶା, ଗୃହ ମନ୍ତ୍ରୀଙ୍କୁ ଲେଖିଲେ ଚିଠି
Advertisement
Article Detail0/zeeodisha/odisha1178380

୨ ବୋତଲ ମଦ ପିଇବା ପରେ ମଧ୍ୟ ହେଲାନି ନିଶା, ଗୃହ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଖାଦ୍ୟ ପଦାର୍ଥରେ ମିଶ୍ରଣ ହୋଇଥାଏ । ଏହି ମିଶ୍ରଣକୁ ନେଇ ଅନେକ ଲୋକ ପୋଲିସ ନିକଟରେ ଅଭିଯୋଗ କରିବାକୁ ଆସନ୍ତି କିମ୍ବା ଉପଭୋକ୍ତା କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । ଡାଲି, ଚାଉଳ, ତେଲ, ମସଲା, ଘି, ମିଠା ଭଳି ଖାଦ୍ୟ ପଦାର୍ଥରେ ମିଶ୍ରଣ ଖବର ଆପଣ ନିଶ୍ଚୟ ଶୁଣିଥିବେ । ସତେଜ ଦେଖାଇବା ପାଇଁ ଫଳ ଓ ପନିପରିବା ମଧ୍ୟ ରଙ୍ଗୀନ କରାଯାଇଥାଏ ଓ ସେଥିରେ ରାସାୟନ

୨ ବୋତଲ ମଦ ପିଇବା ପରେ ମଧ୍ୟ ହେଲାନି ନିଶା, ଗୃହ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଖାଦ୍ୟ ପଦାର୍ଥରେ ମିଶ୍ରଣ ହୋଇଥାଏ । ଏହି ମିଶ୍ରଣକୁ ନେଇ ଅନେକ ଲୋକ ପୋଲିସ ନିକଟରେ ଅଭିଯୋଗ କରିବାକୁ ଆସନ୍ତି କିମ୍ବା ଉପଭୋକ୍ତା କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । ଡାଲି, ଚାଉଳ, ତେଲ, ମସଲା, ଘି, ମିଠା ଭଳି ଖାଦ୍ୟ ପଦାର୍ଥରେ ମିଶ୍ରଣ ଖବର ଆପଣ ନିଶ୍ଚୟ ଶୁଣିଥିବେ । ସତେଜ ଦେଖାଇବା ପାଇଁ ଫଳ ଓ ପନିପରିବା ମଧ୍ୟ ରଙ୍ଗୀନ କରାଯାଇଥାଏ ଓ ସେଥିରେ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଏ । ଏପରିକି ମଦ୍ୟ (Liquor) ଓ ଔଷଧ (Medicine) ରେ ମଧ୍ୟ ମଧ୍ୟ ମିଶ୍ରଣ ହୋଇଥାଏ । ବିଷାକ୍ତ ମଦ ପିଇ ଅନେକ ନିରୀହ ଜୀବନ ନଷ୍ଟ ହେବାର ଖବର ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କେବେ ଆପଣ ମଦରେ ମିଶ୍ରଣର ଅଭିଯୋଗ ନେଇ କୌଣସି ବ୍ୟକ୍ତିଙ୍କୁ ପୋଲିସ ନିକଟକୁ ଯିବାର ଦେଖିଛନ୍ତି କିମ୍ୱା ଶୁଣିଛନ୍ତି କି? ଆଜ୍ଞା ହଁ, ମଧ୍ୟ ପ୍ରଦେଶରେ ମଧ୍ୟ ଏପରି ଏକ ଘଟଣା ଘଟିଛି ।

ମଧ୍ୟ ପ୍ରଦେଶ (Madhya Pradesh) ର ଉଜ୍ଜୈନ (Ujjain) ରେ ଜଣେ ମଦ୍ୟପ ରାଜ୍ୟ ଗୃହମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପଠାଇଛନ୍ତି । ପ୍ରମାଣ ସ୍ୱରୂପ ସେ ଦୁଇ ବୋତଲ ମଦ ନେଇ ଅବକାରୀ ପୋଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଥିଲେ । ଦୈନିକ ଭାସ୍କର ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି କହିଛନ୍ତି ଯେ, ସେ ଦୁଇ ବୋତଲ ଦେଶୀ ମଦ ପିଇଥିଲେ କିନ୍ତୁ ତାଙ୍କୁ ସାମାନ୍ୟ ନିଶା ମଧ୍ୟ ହୋଇ ନଥିଲା । ଯାହା ପରେ ଅସନ୍ତୁଷ୍ଟ ମଦ୍ୟପ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଉଜ୍ଜୈନର ବାହାଦୂର ଗଞ୍ଜର ଆର୍ଯ୍ୟ ସମାଜ ମାର୍ଗରେ ରହୁଥିବା ଲୋକେନ୍ଦ୍ର ସୋଠିଆ (Lokendra Sothia) ଙ୍କର ମଦ୍ୟପାନ କରିବାର ଅଭ୍ୟାସ ଅଛି ।

ଏପ୍ରିଲ ୧୨ରେ ସେ କ୍ଷୀର ସାଗର ଅଞ୍ଚଳର ଏକ ମଦ ଦୋକାନରୁ ଚାରି କ୍ୱାର୍ଟର ମଦ କିଣିଥିଲେ । ଲୋକେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ଦୁଇ କ୍ୱାର୍ଟର ମଦ ପିଇବା ପରେ ମଧ୍ୟ ତାଙ୍କୁ ଟିକେ ମଧ୍ୟ ନିଶା ହୋଇ ନଥିଲା । ଲୋକେନ୍ଦ୍ର କହିଛନ୍ତି ଯେ ସେ ୨୦ ବର୍ଷ ଧରି ମଦ୍ୟପାନ କରୁଛନ୍ତି ଓ ଯେତେବେଳେ ଦୁଇ ବୋତଲ ପିଇବା ପରେ ମଧ୍ୟ ସାମାନ୍ୟ ନିଶା ହୋଇନଥିଲା, ସେତେବେଳେ ସେ ବୁଝିଯାଇଥିଲେ ଯେ ମଦରେ ମିଶ୍ରଣ କରାଯାଇଛି ।

ଦୁଇ କ୍ୱାର୍ଟର ଦେଶୀ ମଦ ପିଇବା ପରେ ଲୋକେନ୍ଦ୍ର ଅବକାରୀ ପୋଲିସ୍ ଷ୍ଟେସନରେ ପହଞ୍ଚି ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଲୋକେନ୍ଦ୍ର ତାଙ୍କ ଅଭିଯୋଗ ପତ୍ରରେ କହିଛନ୍ତି ଯେ, ବୋତଲରେ ମଦ ନଥିଲା, ବରଂ ପାଣି ଥିଲା । ଏହାର ପ୍ରମାଣ ଭାବରେ ସେ ପୋଲିସ ନିକଟରେ ଦୁଇ କ୍ୱାର୍ଟର ମଦ ମଧ୍ୟ ଜମା କରିଛନ୍ତି  । ସେ ଅବକାରୀ ଅଧିକାରୀଙ୍କ ଦ୍ୱାରା ତଦନ୍ତ ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ:-କେଉଁ ଧର୍ମରେ ଅଧିକ ଜନ୍ମ ହେଉଛି ଶିଶୁ, ହିନ୍ଦୁ ନା ମୁସଲମାନ? ସାମ୍ନାକୁ ଆସିଲା NFHS ର ନୂଆ ରିପୋର୍ଟ

ଏହା ବି ପଢ଼ନ୍ତୁ:-'ସୁରଟ ଫର୍ମୁଲା' କ'ଣ, ଯାହା ଉପରେ ଗୁଜୁରାଟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି; ଜାଣନ୍ତୁ କେମିତି ବଢୁଛି କଂଗ୍ରେସର ଅସୁବିଧା

ଏହା ବି ପଢ଼ନ୍ତୁ:-ମନ୍ତ୍ରୀଙ୍କ ପୁଅ ବାରମ୍ୱାର କରିଥିଲେ ଦୁଷ୍କର୍ମ, ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

 

ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ଲୋକେନ୍ଦ୍ର ଉପଭୋକ୍ତା କୋର୍ଟରେ ଅପିଲ୍ କରିବା ବିଷୟରେ ମଧ୍ୟ କହିଛନ୍ତି । ମଦ୍ୟପମାନଙ୍କୁ ନ୍ୟାୟ ଦେବା ପାଇଁ ଲୋକେନ୍ଦ୍ର ଏହି ପଦକ୍ଷେପ ନେଇଛନ୍ତି । ଲୋକେନ୍ଦ୍ର ଉଜ୍ଜୈନର ଏସପି, ଅବକାରୀ ବିଭାଗ ଏବଂ ଗୃହମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ହୋଇଥିବା ଠକେଇ ଅନ୍ୟ କାହା ସହିତ ହେବା ଉଚିତ ନୁହେଁ ।