କେଉଁ ଧର୍ମରେ ଅଧିକ ଜନ୍ମ ହେଉଛି ଶିଶୁ, ହିନ୍ଦୁ ନା ମୁସଲମାନ? ସାମ୍ନାକୁ ଆସିଲା NFHS ର ନୂଆ ରିପୋର୍ଟ
Advertisement
Article Detail0/zeeodisha/odisha1178335

କେଉଁ ଧର୍ମରେ ଅଧିକ ଜନ୍ମ ହେଉଛି ଶିଶୁ, ହିନ୍ଦୁ ନା ମୁସଲମାନ? ସାମ୍ନାକୁ ଆସିଲା NFHS ର ନୂଆ ରିପୋର୍ଟ

ସର୍ବେକ୍ଷଣରେ, ୩୫ ପ୍ରତିଶତ ପୁରୁଷ ମନେ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ । ଏଥି ସହିତ ୧୯.୬ ପ୍ରତିଶତ ପୁରୁଷ ମନେ କରନ୍ତି ଯେ ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳାମାନେ ସ୍ୱଚ୍ଛନ୍ଦ ହୋଇପାରନ୍ତି । ଏହି ସର୍ଭେରେ ୨୮ଟି ରାଜ୍ୟର ୭୦୭ଟି ଜିଲ୍ଲା ଓ ଦେଶର ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୬.୩୭ ଲକ୍ଷ ନମୁନା ନିଆଯାଇଛି । ଚଣ୍ଡିଗଡ଼ରେ ସର୍ବାଧିକ ୬୯ ପ୍ରତିଶତ ପୁରୁଷ ମନେ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ ଓ ପୁରୁଷମାନେ ଏହା ବିଷୟରେ ଚିନ୍ତା କରିବା ଆବଶ୍ୟକ କରନ୍ତି ନାହିଁ । 

କେଉଁ ଧର୍ମରେ ଅଧିକ ଜନ୍ମ ହେଉଛି ଶିଶୁ, ହିନ୍ଦୁ ନା ମୁସଲମାନ? ସାମ୍ନାକୁ ଆସିଲା NFHS ର ନୂଆ ରିପୋର୍ଟ

ନୂଆଦିଲ୍ଲୀ: ଜନସଂଖ୍ୟା ବଢ଼ୁଛି ନା ଏଥିରେ ବୃଦ୍ଧି ଘଟୁଛି, ନା ଏହା ସ୍ଥିର ଅଛି, ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ରହିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (National Family Health Survey:NFHS) ର ନୂଆ ରିପୋର୍ଟରେ ଏହା ଜଣାପଡିଛି ଯେ ଦେଶରେ ଶିଶୁ ଜନ୍ମ ହାର ହ୍ରାସ ପାଇଛି । NFHS ରିପୋର୍ଟ ଅନୁଯାୟୀ, ଦେଶରେ ଶିଶୁ ଜନ୍ମ ହାର ୨.୨ ପ୍ରତିଶତରୁ ହ୍ରାସ ଘଟି ୨ ପ୍ରତିଶତକୁ ଖସି ଆସିଛି । ଶିଶୁ କମ୍ ସଂଖ୍ୟାରେ ଜନ୍ମ ହେଉଛନ୍ତି । ଶିଶୁ କମ୍ ଜନ୍ମ ଗ୍ରହଣ କରୁଛନ୍ତି ଓ ସମସ୍ତ ଧର୍ମରେ ଏହା ପୂର୍ବ ଅପେକ୍ଷା କମ୍ ହୋଇଛି । ସେହିପରି ଧୀରେ ଧୀରେ ଝିଅମାନଙ୍କୁ ନେଇ ଦେଶରେ ଚିନ୍ତାଧାରା ବଦଳୁଛି । ଦେଶରେ ଦୁଇଟି ଝିଅ ଥିବା ୬୫ ପ୍ରତିଶତ ମହିଳା ଏପରି ଅଛନ୍ତି, ଯେଉଁମାନଙ୍କର ପୁଅ ପାଇଁ କୌଣସି ଇଚ୍ଛା ନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-5 ର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ପୂର୍ବ ଅପେକ୍ଷା ସମସ୍ତ ଧାର୍ମିକ ଗୋଷ୍ଠୀରେ ବର୍ତ୍ତମାନ କମ୍ ପିଲା ଜନ୍ମ ଗ୍ରହଣ କରୁଛନ୍ତି । ୨୦୧୫-୧୬ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ର ଚତୁର୍ଥ  ଓ ୨୦୧୯-୨୧ରେ ପଞ୍ଚମ ସର୍ଭେ କରାଯାଇଥିଲା । ଏହି ସପ୍ତାହର ପ୍ରାରମ୍ଭରେ ପ୍ରକାଶିତ ଆଧିକାରୀକ ତଥ୍ୟରୁ ଜଣାପଡ଼ିଛି ଯେ ଉଚ୍ଚ ପ୍ରଜନନ ହାର ଥିବା ଗୋଷ୍ଠୀଗୁଡ଼ିକ ତୀବ୍ର ହ୍ରାସ ପାଉଛନ୍ତି । ଏହିପରି ମୁସଲମାନଙ୍କ ଭିତରେ NFHS-4 ଓ NFHS-5 ମଧ୍ୟରେ ୨.୬୨ରୁ ୨.୩୬ ପର୍ଯ୍ୟନ୍ତ ୯.୯ ପ୍ରତିଶତର ସବୁଠାରୁ ଅଧିକ ଦ୍ରୁତ ହ୍ରାସ ଦେଖାଯାଇଛି । ଏହା ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଅଧିକ ଅଟେ । ୧୯୯୨-୯୩ରେ ସର୍ବେକ୍ଷଣ ଆରମ୍ଭ ପରଠାରୁ ଭାରତରେ TFR (Total Fertility Rate) ମୋଟ ପ୍ରଜନନ ହାର ୩.୪ରୁ ୪୦ ପ୍ରତିଶତରୁ ଅଧିକ ହ୍ରାସ ଘଟି ୨.୦ ହୋଇଯାଇଛି । ଏଥି ସହିତ ଏହା ସେହି ସ୍ତରରେ ପହଞ୍ଚିଛି ଯାହା ଜନସଂଖ୍ୟାକୁ ସ୍ଥିର ରଖିଥାଏ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟରୁ ଜଣାପଡିଛି ଯେ ମୁସଲମାନ (Muslims) ବ୍ୟତୀତ ଅନ୍ୟ ସମସ୍ତ ପ୍ରମୁଖ ଧାର୍ମିକ ଗୋଷ୍ଠୀ ବର୍ତ୍ତମାନ ପ୍ରତିସ୍ଥାପନ ସ୍ତରରୁ ତଳକୁ  TFR  ହାସଲ କରିନେଇଛନ୍ତି । ତଥାପି ସର୍ଭେର ପ୍ରତ୍ୟେକ ପର୍ଯ୍ୟାୟରେ ତୀବ୍ର ହ୍ରାସ ସତ୍ତ୍ୱେ ମୁସଲମାନମାନଙ୍କ ମଧ୍ୟରେ ଏହି ହାର ସାମାନ୍ୟ ଅଧିକ । ଏପର୍ଯ୍ୟନ୍ତ ପାଞ୍ଚଟି NFHS ସର୍ଭେରେ ମୁସଲମାନଙ୍କ TFR ରେ ୪୬.୫ ପ୍ରତିଶତର ହ୍ରାସ ଘଟିଛି । ହିନ୍ଦୁମାନଙ୍କ (Hindus) ମଧ୍ୟରେ ୪୧.୨ ପ୍ରତିଶତ,  ଖ୍ରୀଷ୍ଟିଆନ ଓ ଶିଖଙ୍କ ମଧ୍ୟରେ ପ୍ରାୟ ତୃତୀୟାଂଶ ହ୍ରାସ ଦେଖାଯାଇଛି ।

ଏହା ମଧ୍ୟ ଦେଖାଯାଇଛି ଯେ ଗୋଟିଏ ସମ୍ପ୍ରଦାୟ ପାଇଁ TFR ରାଜ୍ୟ ହିସାବରେ ଭିନ୍ନ ଅଟେ । ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶର ହିନ୍ଦୁମାନଙ୍କର TFR ହେଉଛି ୨.୨୯, କିନ୍ତୁ ତାମିଲନାଡୁରେ ସେହି ସମ୍ପ୍ରଦାୟର TFR ୧.୭୫ ପ୍ରତିଶତ ରହିଛି, ଯାହା ପ୍ରତିସ୍ଥାପନ ହାରଠାରୁ କମ୍ ରହିଛି । ସେହିଭଳି ୟୁପିରେ ମୁସଲିମମାନଙ୍କ TFR ହେଉଛି ୨.୬୬, କିନ୍ତୁ ତାମିଲନାଡୁରେ ଏହା ୧.୯୩ ଅଟେ, ଯାହା ପୁନର୍ବାର ପ୍ରତିସ୍ଥାପନ ହାର ଠାରୁ କମ୍ ଅଟେ ।

ଏହା ବି ପଢ଼ନ୍ତୁ:-'ସୁରଟ ଫର୍ମୁଲା' କ'ଣ, ଯାହା ଉପରେ ଗୁଜୁରାଟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି; ଜାଣନ୍ତୁ କେମିତି ବଢୁଛି କଂଗ୍ରେସର ଅସୁବିଧା

ଏହା ବି ପଢ଼ନ୍ତୁ:-ମନ୍ତ୍ରୀଙ୍କ ପୁଅ ବାରମ୍ୱାର କରିଥିଲେ ଦୁଷ୍କର୍ମ, ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

ଏହା ବି ପଢ଼ନ୍ତୁ:-ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ଦକ୍ଷିଣ କୋରିଆ ଓ ଜାପାନର ବଢ଼ିଲା ଚିନ୍ତା

 

ସର୍ବେକ୍ଷଣରେ, ୩୫ ପ୍ରତିଶତ ପୁରୁଷ ମନେ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ । ଏଥି ସହିତ ୧୯.୬ ପ୍ରତିଶତ ପୁରୁଷ ମନେ କରନ୍ତି ଯେ ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳାମାନେ ସ୍ୱଚ୍ଛନ୍ଦ ହୋଇପାରନ୍ତି । ଏହି ସର୍ଭେରେ ୨୮ଟି ରାଜ୍ୟର ୭୦୭ଟି ଜିଲ୍ଲା ଓ ଦେଶର ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୬.୩୭ ଲକ୍ଷ ନମୁନା ନିଆଯାଇଛି । ଚଣ୍ଡିଗଡ଼ରେ ସର୍ବାଧିକ ୬୯ ପ୍ରତିଶତ ପୁରୁଷ ମନେ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ ଓ ପୁରୁଷମାନେ ଏହା ବିଷୟରେ ଚିନ୍ତା କରିବା ଆବଶ୍ୟକ କରନ୍ତି ନାହିଁ । କେରଳରେ ସର୍ବେକ୍ଷଣ କରାଯାଇଥିବା ୪୪.୧ ପ୍ରତିଶତ ପୁରୁଷ କହିଛନ୍ତି ଯେ ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳାମାନେ ସ୍ୱଚ୍ଛନ୍ଦ ହୋଇପାରନ୍ତି । ସେପଟେ କେବଳ ୫ଟି ରାଜ୍ୟ ଏପରି ଅଛି ଯେଉଁଠାରେ ପ୍ରଜନନ ହାର ୨.୧ ପ୍ରତିଶତରୁ ଅଧିକ । ଏହି ରାଜ୍ୟ ଗୁଡ଼ିକ ହେଉଛି, ବିହାର, ମେଘାଳୟ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ମଣିପୁର ।