PIB ଫ୍ୟାକ୍ଟ ଚେକ୍ କହିଛି ଯେ, ନକଲି ଭିଡିଓରେ ଦିଆଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସରକାର ଏଭଳି ଯୋଜନା ଆଣିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । PIB ଫ୍ୟାକ୍ଟ ଚେକ୍ ଲୋକଙ୍କୁ ଏପରି ମିଥ୍ୟା ଖବରରୁ ସତର୍କ ରହିବାକୁ ଚେତାବନୀ ଦେଇଛି ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ ସେପ୍ଟେମ୍ବର ୧ରୁ ବିଜୁଳି ବିଲ୍ (Electricity Bill Waiver) ଛାଡ ବିଷୟରେ କୌଣସି ଖବର ପଢ଼ିଛନ୍ତି କିମ୍ବା ଶୁଣିଛନ୍ତି, ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା । ଗତ କିଛି ଦିନ ହେବ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ (YouTube Video Fake) ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କୁହାଯାଇଛି ଯେ ସରକାର ବିଦ୍ୟୁତ୍ ବିଲ୍ ଛାଡ ଯୋଜନା ୨୦୨୦ ଆଣୁଛନ୍ତି । ଏହା ଅନୁଯାୟୀ ସେପ୍ଟେମ୍ବରରୁ ସମଗ୍ର ଦେଶରେ ସମସ୍ତଙ୍କର ବିଦ୍ୟୁତ୍ ବିଲ୍ ଛାଡ କରାଯିବ । ଏହି ବିଷୟରେ PIB ଫ୍ୟାକ୍ଟ ଚେକ୍ (PIB Fact Check) କରି କହିଛି ଯେ ଏହି ଦାବି ମିଥ୍ୟା । ଆଉ ଏଭଳି ଯୋଜନା ସରକାର ଘୋଷଣା କରିନାହାଁନ୍ତି ।
ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କ ପାଇଁ ଖୁସି ଖବର
ବିଦ୍ୟୁତ୍ ବିଲ୍ ଛାଡ ଖବର ମିଥ୍ୟା
PIB ଫ୍ୟାକ୍ଟ ଚେକ୍ କହିଛି ଯେ, ନକଲି ଭିଡିଓରେ ଦିଆଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସରକାର ଏଭଳି ଯୋଜନା ଆଣିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । PIB ଫ୍ୟାକ୍ଟ ଚେକ୍ ଲୋକଙ୍କୁ ଏପରି ମିଥ୍ୟା ଖବରରୁ ସତର୍କ ରହିବାକୁ ଚେତାବନୀ ଦେଇଛି ।
एक #Youtube वीडियो में यह दावा किया जा रहा है कि बिजली बिल माफी योजना 2020 के तहत 1 सितंबर से पूरे देश मे सबका बिजली बिल माफ होगा। #PIBFactCheck: यह दावा फर्जी है। सरकार द्वारा ऐसी किसी योजना की घोषणा नहीं की गई है pic.twitter.com/sKt7yljiJr
— PIB Fact Check (@PIBFactCheck) August 28, 2020
ଅଧିକ ପଢ଼ନ୍ତୁ:-ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ
ଅଧିକ ପଢ଼ନ୍ତୁ:-ସେପ୍ଟେମ୍ୱର ୧ରୁ ବଦଳିଯିବ ଏହି ୮ଟି ଜିନିଷ ! ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
PIB ଫ୍ୟାକ୍ଟ ଚେକ୍ କେନ୍ଦ୍ର ସରକାରଙ୍କ ନୀତି / ଯୋଜନା / ବିଭାଗ / ମନ୍ତ୍ରଣାଳୟ ବିଷୟରେ ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ । ସରକାରଙ୍କ ସହ ଜଡିତ କୌଣସି ଖବର ସତ କି ମିଥ୍ୟା ତାହା ଜାଣିବା ପାଇଁ PIB ଫ୍ୟାକ୍ଟ ଚେକର ସାହାଯ୍ୟ ନିଆଯାଇପାରେ । ଯେକୌଣସି ବ୍ୟକ୍ତି PIB ଫ୍ୟାକ୍ଟ ଚେକକୁ ସନ୍ଦେହଜନକ ଖବରର ସ୍କ୍ରିନସଟ୍, ଟ୍ୱିଟ୍, ଫେସବୁକ୍ ପୋଷ୍ଟ କିମ୍ବା URL କୁ ହ୍ୱାଟସ୍ଆପ୍ ନମ୍ବର 918799711259ରେ ପଠାଇ ପାରିବେ କିମ୍ବା ଏହାକୁ pibfactcheck@gmail.com କୁ ମେଲ୍ କରିପାରିବେ ।