LIC ପଲିସି ଧାରକଙ୍କ ପାଇଁ ଖୁସି ଖବର
Advertisement
Article Detail0/zeeodisha/odisha737156

LIC ପଲିସି ଧାରକଙ୍କ ପାଇଁ ଖୁସି ଖବର

ମନି କଣ୍ଟ୍ରୋଲର ଖବର ଅନୁଯାୟୀ, ଲକଡାଉନରେ LICକୁ ୧ ହଜାର କୋଟିର ପ୍ରିମିୟମ ଅନଲାଇନରେ ମିଳିଛି । LIC ର ନୂତନ ପ୍ରିମିୟମର ୯୫ ପ୍ରତିଶତ ଏଜେଣ୍ଟମାନଙ୍କ ମାଧ୍ୟମରେ ଅଫଲାଇନରେ ଆସୁଥାଏ ।

LIC ପଲିସି ଧାରକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଆପଣ ଶ୍ରୀନଗର କିମ୍ବା ଲେହ-ଲଦାଖକୁ ଯାଆନ୍ତୁ, ବା ଉତ୍ତର-ପୂର୍ବର ଯେକୌଣସି ରାଜ୍ୟକୁ ଦେଖନ୍ତୁ । ଏଲଆଇସି (LIC)ର ଏଜେଣ୍ଟ ଆପଣଙ୍କୁ ସବୁ ସ୍ଥାନରେ ଦେଖାଯିବ । ଏପରିକି ଏହାର ଏଜେଣ୍ଟମାନେ ପ୍ରତ୍ୟେକ ଗାଁରେ ରହିଛନ୍ତି । ସେଥିପାଇଁ କୁହାଯାଏ ଯେ ଆପଣ କୌଣସି ଗ୍ରାମରେ ଡାକଘର ଦେଖନ୍ତୁ କି ନ ଦେଖନ୍ତୁ, କିନ୍ତୁ LIC ର ଏଜେଣ୍ଟଙ୍କୁ ନିଶ୍ଚିତ ଭାବରେ ଦେଖିପାରିବେ । କିନ୍ତୁ କୋରୋନା ସମୟରେ ବର୍ତ୍ତମାନ ଅଧିକାଂଶ ପଲିସି ଅନଲାଇନରେ କିଣାଯାଉଛି । କୋରୋନା (Coronavirus) ଏବଂ ସାମାଜିକ ଦୂରତା କାଳରେ ଜୀବନ ବୀମା ନେଉଥିବା ଲୋକମାନେ ଏଜେଣ୍ଟ ଖୋଜନ୍ତି ନାହିଁ, ଲୋକମାନେ କମ୍ପାନୀର ୱେବସାଇଟରୁ ଅନଲାଇନ୍ ପଲିସି ନେଉଛନ୍ତି । ସେଥିପାଇଁ LIC ଏକ ନୂତନ ଆପ୍ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛି ।

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ

ନୂତନ ଆପ୍ ଆଣିବାକୁ ପ୍ରସ୍ତୁତି କରୁଛି LIC 

ମନି କଣ୍ଟ୍ରୋଲର ଖବର ଅନୁଯାୟୀ, ଲକଡାଉନରେ LICକୁ ୧ ହଜାର କୋଟିର ପ୍ରିମିୟମ ଅନଲାଇନରେ ମିଳିଛି । LIC ର ନୂତନ ପ୍ରିମିୟମର ୯୫ ପ୍ରତିଶତ ଏଜେଣ୍ଟମାନଙ୍କ ମାଧ୍ୟମରେ ଅଫଲାଇନରେ ଆସୁଥାଏ । କିନ୍ତୁ ବର୍ତ୍ତମାନ କମ୍ପାନୀର ୧୨ ଲକ୍ଷ ଏଜେଣ୍ଟ ମଧ୍ୟ ଘରେ ବସି ଅନଲାଇନ୍ ପ୍ରିମିୟମ୍ ସଂଗ୍ରହ କରୁଛନ୍ତି ଆଉ ପଲିସି ନବୀକରଣ କରୁଛନ୍ତି । ଏହି ବିଷୟରେ ଏକ ଆପ୍ ଆଣିବାକୁ LIC ମଧ୍ୟ ପ୍ରସ୍ତୁତି କରୁଛି ।

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ୱର ୧ରୁ ବଦଳିଯିବ ଏହି ୮ଟି ଜିନିଷ ! ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

କୋଭିଡ ଯୁଗରେ ଜୀବନ ବୀମା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଅନଲାଇନ୍ ମାଧ୍ୟମରେ ସମୟ ସହ ତାଳ ଦେଇ ଗ୍ରାହକଙ୍କ ପାଖରେ ପହଞ୍ଚିବାର ସର୍ବୋତ୍ତମ ଉପାୟ ମଧ୍ୟ ଏହା ।