ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଇଂଲଣ୍ଡକୁ ଫେରିଲା ଲକଡାଉନ
Advertisement
Article Detail0/zeeodisha/odisha777250

ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଇଂଲଣ୍ଡକୁ ଫେରିଲା ଲକଡାଉନ

ଏକ ମାସର ଲକଡାଉନ୍ ଘୋଷଣା କରିବା ପୂର୍ବରୁ ବୋରିସ୍ ଜନସନ ତାଙ୍କ କ୍ୟାବିନେଟ ସହିତ ଏକ ଦୀର୍ଘ ସମୟ ଧରି ବୈଠକ କରିଥିଲେ ।

ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଇଂଲଣ୍ଡକୁ ଫେରିଲା ଲକଡାଉନ

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଥମିବାର ନାଁ ନେଉନାହିଁ । ପୁଣିଥରେ ସମଗ୍ର ବିଶ୍ୱରେ କୋରୋନାର ପ୍ରକୋପ ବଢିବାରେ ଲାଗିଛି । ଏହି କ୍ରମରେ ଇଂଲଣ୍ଡରେ ପୁଣି ଲକଡାଉନ୍ (Lockdown in England) ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Boris Johnson) ଡିସେମ୍ବର ୧ ଯାଏ ଆଉ ଏକ ଲକଡାଉନ୍ ଲାଗୁ କରିବାର ଘୋଷଣା କରିଛନ୍ତି । ଅନ୍ୟପଟେ ଇଂଲଣ୍ଡରେ କୋରୋନା ଭୂତାଣୁ ମାମଲା ୧୦ ଲକ୍ଷ ପାର କରିସାରିଛି । ଏହି ଲକଡାଉନରେ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଖୋଲା ରହିବାକୁ ଅନୁମତି ଦିଆଯିବ । ଅନାବଶ୍ୟକ ଦୋକାନ, ରେଷ୍ଟୁରାଣ୍ଟ, ପବ୍ ଏବଂ ହୋଟେଲ ବନ୍ଦ ରହିବ । ଏହା ବ୍ୟତୀତ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ରହିବ ।

ଅଧିକ ପଢ଼ନ୍ତୁ:-ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ତରଙ୍ଗ, ଭୟଙ୍କର ଚେତାବନୀ ଜାରି କଲା WHO

ଏକ ମାସର ଲକଡାଉନ୍ ଘୋଷଣା କରିବା ପୂର୍ବରୁ ବୋରିସ୍ ଜନସନ ତାଙ୍କ କ୍ୟାବିନେଟ ସହିତ ଏକ ଦୀର୍ଘ ସମୟ ଧରି ବୈଠକ କରିଥିଲେ ।  କୋରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେତୁ ଚିନ୍ତା ପ୍ରକଟ କରି ବୈଠକରେ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରିଟେନରେ ପ୍ରତିଦିନ ୨୦,୦୦୦ରୁ ଅଧିକ ନୂଆ କୋରୋନା ଭୂତାଣୁ ମାମଲା ଚିହ୍ନଟ ହେଉଛି । ଜାନୁଆରୀ ୩୧ରୁ ଅକ୍ଟୋବର ୩୧,୨୦୨୦ ମଧ୍ୟରେ ଇଂଲଣ୍ଡରେ ୧୦,୧୧,୬୬୦ ପଜିଟିଭ ମାମଲା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧,୯୧୫ ନୂତନ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ୩୨୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ଘର ଭିତରେ ଶୀଘ୍ର ବ୍ୟାପିଥାଏ କୋରୋନା ଭୂତାଣୁ, ଚିନ୍ତା ବଢ଼ାଇଲା ଏହି ନୂଆ ରିପୋର୍ଟ

କୋରୋନାର ସମ୍ଭାବ୍ୟ ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ବେଲଜିୟମ, ପର୍ତ୍ତୁଗାଲ, ଅଷ୍ଟ୍ରିଆ ଏବଂ ଜର୍ମାନୀ କଡା ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଭିଡିଓ ଟ୍ୱିଟ୍ କରି ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ୪ ସପ୍ତାହ ପରେ ପରିସ୍ଥିତିର ସମୀକ୍ଷା କରାଯିବ ବୋଲି ଟ୍ୱିଟରେ ଦର୍ଶାଯାଇଛି । ଏହା ପରେ ଏହାକୁ ବୃଦ୍ଧି କିମ୍ବା ହଟାଇବା ପାଇଁ ନିଷ୍ପତ୍ତି ନିଆଯିବ ।