'ସିଡନୀ ଡାଏଲୋଗ'କୁ ସମ୍ବୋଧନ କଲେ ପିଏମ ମୋଦି, ଜାଣନ୍ତୁ ତାଙ୍କ ଭାଷଣର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା
Advertisement
Article Detail0/zeeodisha/odisha1029963

'ସିଡନୀ ଡାଏଲୋଗ'କୁ ସମ୍ବୋଧନ କଲେ ପିଏମ ମୋଦି, ଜାଣନ୍ତୁ ତାଙ୍କ ଭାଷଣର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା

ନଭେମ୍ୱର ୧୭ରୁ ୧୯ ପର୍ଯ୍ୟନ୍ତ 'ସିଡନୀ ସମ୍ୱାଦ' (Sydney Dialogue) ଆୟୋଜିତ ହେଉଛି । ଏହା 'ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍'ର ଏକ ପଦକ୍ଷେପ । 'ସିଡନୀ ଡାଏଲୋଗ'ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ସମ୍ୱୋଧନ କରିବେ ।

'ସିଡନୀ ଡାଏଲୋଗ'କୁ ସମ୍ବୋଧନ କଲେ ପିଏମ ମୋଦି, ଜାଣନ୍ତୁ ତାଙ୍କ ଭାଷଣର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର 'ସିଡନୀ ସମ୍ୱାଦ'କୁ (PM Narendra Modi address at Sydney Dialogue) 'ଭାରତରେ ଟେକ୍ନୋଲୋଜି ବିକାଶ ତଥା ବିପ୍ଳବ' ପ୍ରସଙ୍ଗରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ ଏହା ଅନ୍ତର୍ଜାତୀୟ ପ୍ରତିଯୋଗିତା, ଶକ୍ତି ଏବଂ ନେତୃତ୍ୱକୁ ନୂଆ ରୂପ ଦେଉଛି । ଏହା ପ୍ରଗତି ଓ ସମୃଦ୍ଧିର ସୁଯୋଗର ଏକ ନୂତନ ଯୁଗର ଆରମ୍ଭ କରିଛି । 

ନଭେମ୍ବର ୧୯ ପର୍ଯ୍ୟନ୍ତ 'ସିଡନୀ ସମ୍ୱାଦ'ର ହେବ ଆୟୋଜନ

ନଭେମ୍ୱର ୧୭ରୁ ୧୯ ପର୍ଯ୍ୟନ୍ତ 'ସିଡନୀ ସମ୍ୱାଦ' (Sydney Dialogue) ଆୟୋଜିତ ହେଉଛି । ଏହା 'ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍'ର ଏକ ପଦକ୍ଷେପ । 'ସିଡନୀ ଡାଏଲୋଗ'ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ସମ୍ୱୋଧନ ପ୍ରଦାନ କରିବେ । ଆସନ୍ତୁ ଜାଣିବା ପିଏମ ମୋଦିଙ୍କ ସମ୍ୱୋଧନର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା...

୧. ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ଯେ ସିଡନୀ ସମ୍ୱାଦକୁ ସମ୍ବୋଧନ କରିବା ପାଇଁ ଆପଣ ମୋତେ ନିମନ୍ତ୍ରଣ କରିଛନ୍ତି । ମୁଁ ଏହାକୁ ଭାରତ-ପ୍ରଶାନ୍ତ ମହାସାଗରରେ ଓ ଉଦୀୟମାନ ଡିଜିଟାଲ ଦୁନିଆରେ ଭାରତର କେନ୍ଦ୍ରୀୟ ଭୂମିକାକୁ ଏକ ସ୍ୱୀକୃତି ଭାବରେ ଦେଖୁଛି । ଡିଜିଟାଲ୍ ଯୁଗରେ ଆମ ଚାରିପାଖରେ ସବୁକିଛି ବଦଳୁଛି । ଏହା ଦ୍ୱାରା ରାଜନୀତି, ଅର୍ଥନୀତି ଏବଂ ସମାଜକୁ ପୁନଃ ପରିଭାଷିତ କରିଛି । ଏହା ସାର୍ବଭୌମତ୍ୱ, ଶାସନ, ନୈତିକତା, ଆଇନ, ଅଧିକାର ଏବଂ ସୁରକ୍ଷା ଉପରେ ନୂତନ ପ୍ରଶ୍ନ ଉଠାଉଛି । ଏହା ଆନ୍ତର୍ଜାତୀୟ ପ୍ରତିଯୋଗିତା, ଶକ୍ତି ଏବଂ ନେତୃତ୍ୱକୁ ନୂଆ ଆକାର ପ୍ରଦାନ କରୁଛି ।"

୨. ସିଡନୀ ସମ୍ୱାଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ସମୁଦ୍ର ପତ୍ତନଠାରୁ ସାଇବର ଏବଂ ମହାକାଶ ପର୍ଯ୍ୟନ୍ତ ଆମେ ମଧ୍ୟ ବିଭିନ୍ନ ବିପଦ, ନୂତନ ସଙ୍କଟ ଓ ସଘର୍ଷର ନୂଆ ରୂପର ମଧ୍ୟ ସାମ୍ନା କରୁଛୁ ।" 

୩. "ଟେକ୍ ପ୍ରଥମରୁ ହିଁ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଏକ ପ୍ରମୁଖ ଉପକରଣ ହୋଇସାରିଛି ଓ ଭବିଷ୍ୟତର ଆନ୍ତର୍ଜାତୀୟ ବ୍ୟବସ୍ଥାର ଆକାର ପ୍ରଦାନ କରିବାର ଚାବି ଅଟେ । ଟେକ୍ ଓ ଡାଟା ନୂଆ ଅସ୍ତ୍ରରେ ପରିଣତ ହେଉଛି । ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି ହେଉଛି ଖୋଲାପଣ ।"

୪. ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ୱୋଧନ ସମୟରେ କ୍ରିପ୍ଟୋକରେନ୍ସି ଉପରେ ମଧ୍ୟ ନିଜର ମତ ଦେଇଛନ୍ତି । ସେ କହିଛନ୍ତି, "ଗୁରୁତ୍ୱପୂର୍ଣ୍ଣ ଯେ ସମସ୍ତ ଗଣତାନ୍ତ୍ରିକ ଦେଶ କ୍ରିପ୍ଟୋକରେନ୍ସି କିମ୍ବା ବିଟ୍ କଏନ୍ ଉପରେ ଏକାଠି କାମ କରନ୍ତୁ ଓ ଏହା ନିଶ୍ଚିତ କରିବା ଯେ ଏହା ଭୁଲ ହାତରେ ନ ପଡ଼ୁ, ଯାହା ଆମ ଯୁବବର୍ଗକୁ ଖରାପ କରିପାରେ ।"

୫. ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ ଅତୀତର ଚ୍ୟାଲେଞ୍ଜକୁ ଭବିଷ୍ୟତକୁ ଡେଇଁବାର ସୁଯୋଗରେ ପରିଣତ କରୁଛୁ । ଭାରତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି । ଆମେ ବିଶ୍ୱର ସବୁଠାରୁ ବ୍ୟାପକ ସାର୍ବଜନୀନ ସୂଚନା ଭିତ୍ତିଭୂମି ନିର୍ମାଣ କରୁଛୁ । ୧.୩ ବିଲିୟନରୁ ଅଧିକ ଭାରତୀୟଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟ ଅଛି । ବ୍ରଡବ୍ୟାଣ୍ଡ ସହିତ ୬ ଲକ୍ଷ ଗ୍ରାମକୁ ସଂଯୋଗ କରିବାକୁ ଆମେ ଆଗକୁ ବଢ଼ୁଛୁ । 

୬. "ଆମେ ଦୁନିଆର ସବୁଠାରୁ ଦକ୍ଷ ପେମେଣ୍ଟ ଇନଫ୍ରା- UPI ସୃଷ୍ଟି କରିଛୁ । ୮୦ କୋଟିରୁ ଅଧିକ ଭାରତୀୟ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଓ ୭୫୦ ନିୟୁତ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି । ମୁଣ୍ଡପିଛା ଡାଟାର ସବୁଠାରୁ ବଡ ଗ୍ରାହକ ଏବଂ ଶସ୍ତା ଡାଟା ଯୋଗାଇବା ପାଇଁ ଆମେ ବିଶ୍ୱର ଅନ୍ୟତମ ଦେଶ । ଆମେ ଶାସନ, ଅନ୍ତର୍ଭୂକ୍ତ, ସଶକ୍ତିକରଣ, ସଂଯୋଗୀକରଣ, ଲାଭ ବଣ୍ଟନ ଏବଂ କଲ୍ୟାଣ ପାଇଁ ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର କରି ଆମେ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରୁଛୁ ।"

୭. ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତର ଆର୍ଥିକ ସମାବେଶୀ, ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ବିପ୍ଳବ ବିଷୟରେ ସମସ୍ତେ ଶୁଣିଛନ୍ତି । ସମ୍ପ୍ରତି, ଆମେ ଆରୋଗ୍ୟ ସେତୁ ଓ କୋୱିନ୍ ବ୍ୟବହାର କରି ଭାରତ ପରି ଏକ ବିଶାଳ ଦେଶରେ ଟିକାର ୧.୧ ବିଲିୟନରୁ ଅଧିକ ଡୋଜ ଦେବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିଛୁ ।" 

୮. "ଆମର ବିଲିୟନରୁ ଅଧିକ ଲୋକଙ୍କ ପାଇଁ ସୁଲଭ ତଥା ସର୍ବଭାରତୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆମେ ଏକ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ ମଧ୍ୟ ନିର୍ମାଣ କରୁଛୁ । ଆମର 'ୱାନ୍ ନ୍ୟାଶନ, ୱାନ୍ କାର୍ଡ' ଦ୍ୱାରା ଦେଶର ଯେକୌଣସି ସ୍ଥାନରେ କୋଟି କୋଟି ଶ୍ରମିକ ଉପକୃତ ହେବେ ।"

୯. ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ଓ ଦ୍ରୁତ ଗତିରେ ବଢୁଥିବା ଷ୍ଟାର୍ଟ-ଅପ୍ ଇକୋ-ସିଷ୍ଟମ୍ ଅଛି । ଜାତୀୟ ନିରାପତ୍ତା ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସମାଧାନ ପ୍ରଦାନ କରି ପ୍ରତି ସପ୍ତାହରେ ନୂତନ ୟୁନିକର୍ନ ଆସୁଛି ।" 

୧୦. "ଭାରତର ଶିଳ୍ପ ଓ ସେବା କ୍ଷେତ୍ର, ଏପରିକି କୃଷି କ୍ଷେତ୍ର ମଧ୍ୟ ବ୍ୟାପକ ଡିଜିଟାଲ୍ ପରିବର୍ତ୍ତନର ଯୁଗ ଦେଇ ଗତି କରୁଛି । ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ଉତ୍ସ ରୂପାନ୍ତର ଏବଂ ଜୈବ ବିବିଧତା ସଂରକ୍ଷଣ ପାଇଁ ଆମେ ଡିଜିଟାଲ୍ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରୁଛୁ ।"

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୭୦ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଶେଷରେ ଧୋନିଙ୍କ ପରି ଟିମ୍ ଇଣ୍ଡିଆକୁ ମିଳିଯାଇଛି ଫିନିସର୍, ଏହି ଖେଳାଳି ମାହିଙ୍କ ପରି ଦମଦାର୍!

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଶାରୀରିକ ଦୁର୍ବଳତା ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ରୁପା ଦରରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ସୁନାର ନୂଆ ରେଟ୍