କୃଷି ବିଧେୟକ: ଜାଣନ୍ତୁ କ'ଣ ରହିଛି ପ୍ରାବଧାନ, କାହିଁକି ହେଉଛି ବିରୋଧ ?
Advertisement
Article Detail0/zeeodisha/odisha750257

କୃଷି ବିଧେୟକ: ଜାଣନ୍ତୁ କ'ଣ ରହିଛି ପ୍ରାବଧାନ, କାହିଁକି ହେଉଛି ବିରୋଧ ?

ଆସନ୍ତୁ ପ୍ରଥମେ ବୁଝିବା ଏହି ୩ଟି ବିଧେୟକରେ କ’ଣ ମୁଖ୍ୟ ପ୍ରାବଧାନ ରହିଛି ।

ଫଟୋ ସୌଜନ୍ୟ: HINDUSTAN TIMES

ନୂଆଦିଲ୍ଲୀ: କୃଷି ସହ ଜଡ଼ିତ କିଛି ବିଧେୟକକୁ ନେଇ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ସ୍ଥାନରେ ଚାଷୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ସମସ୍ତ ୩ଟି ବିଲ ଲୋକସଭାରେ ପାରିତ ହୋଇସାରିଛି । ଚାଷୀମାନେ ଏହି ବିଲର ବିରୋଧ କରୁଛନ୍ତି । ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି, କିନ୍ତୁ ସରକାର ଏହି ବିଲକୁ ଚାଷୀଙ୍କ ପାଇଁ ଲାଭଦାୟକ ବୋଲି କହୁଛନ୍ତି । ଆସନ୍ତୁ ପ୍ରଥମେ ବୁଝିବା ଏହି ୩ଟି ବିଧେୟକରେ କ’ଣ ମୁଖ୍ୟ ପ୍ରାବଧାନ ରହିଛି ।

କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020

ଏହି ବିଧେୟକରେ ଏକ ଏପରି ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରାବଧାନ ରହିଛି । ଯାହା ଚାଷୀ ଓ ବ୍ୟବସାୟୀଙ୍କୁ ମଣ୍ଡି ବାହାରେ ଫସଲ ବିକ୍ରୟ କରିବାର ସ୍ୱାଧୀନତା ମିଳିବ । ଏହି ବ୍ୟବସ୍ଥାରେ ରାଜ୍ୟ ଭିତରେ ଓ ଦୁଇ ରାଜ୍ୟ ମଧ୍ୟରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାର କଥା କୁହାଯାଇଛି । ମାର୍କେଟିଂ ଓ ପରିବହନ ପାଇଁ ଖର୍ଚ୍ଚ କମ୍ କରିବାର କଥା ଉଲ୍ଲେଖ ରହିଛି ।

fallback

କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, 2020

ଏହି ବିଧେୟକରେ କୃଷି ଚୁକ୍ତି ଉପରେ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯାଇଛି ।
ଏହି ବିଲ୍ କୃଷିଜାତ ଦ୍ରବ୍ୟର ବିକ୍ରି, କୃଷି ସେବା, କୃଷି ବ୍ୟବସାୟ ସଂସ୍ଥା, ପ୍ରୋସେସର୍, ହୋଲସେଲର, ବୃହତ ଖୁଚୁରା ବ୍ୟବସାୟୀ ଏବଂ ରପ୍ତାନିକାରୀଙ୍କ ସହ ଚାଷୀଙ୍କୁ ଯୋଡ଼ିବା ପାଇଁ ସଶକ୍ତ କରିଥାଏ । ଚୁକ୍ତିଭିତ୍ତିକ ଚାଷୀଙ୍କୁ ଗୁଣାତ୍ମକ ବିହନ ଯୋଗାଣ, ବୈଷୟିକ ସହାୟତା ଏବଂ ଫସଲ ସ୍ୱାସ୍ଥ୍ୟ ମନିଟରିଂ, ଋଣ ସୁବିଧା ଏବଂ ଫସଲ ବୀମା ଯୋଗାଇ ଦିଆଯିବ ।

ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020

ଏହି ବିଧେୟକରେ ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ, ଆଳୁକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ହଟାଇବା ପାଇଁ ପ୍ରାବଧାନ ରହିଛି । ମନେ କରାଯାଉଛି ଯେ ଏହି ବିଧେୟକର ପ୍ରାବଧାନରୁ ଚାଷୀଙ୍କୁ ସଠିକ ମୂଲ୍ୟ ମିଳିପାରିବ । କାରଣ ପ୍ରତିଯୋଗିତା ବଢ଼ିବ ।

ଅଧିକ ପଢ଼ନ୍ତୁ:-କେବଳ ୪ ମାସ ମଧ୍ୟରେ ଚାକିରି ହରାଇଲେ ୬୬ ଲକ୍ଷ ଇଞ୍ଜିନିୟର୍, ଶିକ୍ଷକ, ଆକାଉଣ୍ଟାଣ୍ଟ ପରି ପେସାଦାର

ତେବେ କାହିଁକି ହେଉଛି ବିରୋଧ ?

କୃଷକ ସଂଗଠନ ଅଭିଯୋଗ କରିଛନ୍ତି ଯେ, ନୂତନ ନିୟମ ଲାଗୁ ହେବା ସହିତ କୃଷି କ୍ଷେତ୍ର ମଧ୍ୟ ପୁଞ୍ଜିପତି କିମ୍ବା କର୍ପୋରେଟ୍ ହାଉସ୍ ହାତକୁ ଯିବ । ଏହାର କ୍ଷତି ଚାଷୀଙ୍କୁ ହେବ । ପ୍ରଦର୍ଶନକାରୀମାନେ ଭୟ କରୁଛନ୍ତି ଯେ, ଏଫସିଆଇ ଏବେ ଆଉ ରାଜ୍ୟ ମାଣ୍ଡିରୁ କିଣି ପାରିବ ନାହିଁ । ଯାହାଦ୍ୱାରା ଏଜେଣ୍ଟ ଏବଂ କମିଶନରଙ୍କ ପ୍ରାୟ ୨.୫ ପ୍ରତିଶତ କ୍ଷତି ହେବ । ଏଥିସହ ରାଜ୍ୟ ମଧ୍ୟ ନିଜ ୬ ପ୍ରତିଶତ ହରାଇବ । ଯାହା ଏଜେନ୍ସିର କ୍ରୟ ଉପରେ ଲଗାଯାଉଥିଲା ।

fallback

ପ୍ରଦର୍ଶନାକାରୀ ଚାଷୀମାନେ ବିଶ୍ୱାସ କରନ୍ତି ଯେ, ଏହି ଅଧ୍ୟାଦେଶ ଯାହା ଚାଷୀଙ୍କୁ ଖୋଲା ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ଅନୁମତି ଦେଇଥାଏ । ତାହା ପ୍ରାୟ ୨୦ ଲକ୍ଷ ଚାଷୀ- ବିଶେଷକରି ଜାଟଙ୍କ ପାଇଁ ଏହା ହେଉଛି ଏକ ବଡ଼ ଝଟକା । ଏଥିସହ ଏହା ମୁଖ୍ୟତଃ ସହରାଞ୍ଚଳ କମିଶନ ଏଜେଣ୍ଟମାନଙ୍କ ପାଇଁ ଏକ ବଡ଼ ଧକ୍କା ହେବ । ଏମାନଙ୍କ ସଂଖ୍ୟା ୩୦ ହଜାର ରହିଛି । ଏବଂ ପ୍ରାୟ ୩ ଲକ୍ଷ ମାଣ୍ଡି ଶ୍ରମିକ ତଥା ପ୍ରାୟ ୩୦ ଲକ୍ଷ ଭୂମିହୀନ ଚାଷୀ ଶ୍ରମିକଙ୍କୁ ମଧ୍ୟ ଝଟକା ଲାଗିବ ।

ଅଧିକ ପଢ଼ନ୍ତୁ:-କଂଗ୍ରେସ-ବିଏସପିର ଏହି ନିଷ୍ପତ୍ତି ପରେ ରୋମାଞ୍ଚକର ହେଲା ୟୁପି ଉପନିର୍ବାଚନର ଲଢ଼େଇ

ବିଧେୟକକୁ ନେଇ ବିରୋଧୀଙ୍କ ବିରୋଧ

ଏହି ତିନୋଟି ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି । ବିଶେଷ କରି କଂଗ୍ରେସ ଏହି ବିଧେୟକଗୁଡ଼ିକର ଜୋରଦାର ବିରୋଧ କରିବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଚାଷୀ ବିରୋଧୀ ଷଡଯନ୍ତ୍ର ବୋଲି କହିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ, "ଚାଷୀମାନେ ହିଁ କ୍ରୟ ଖୁଦୁରାରେ ଓ ସେମାନଙ୍କ ଉତ୍ପାଦକୁ ଥୋକରେ ବିକ୍ରୟ କରନ୍ତି । ମୋଦି ସରକାରଙ୍କ ଏହି ତିନୋଟି 'କଳା' ଅଧ୍ୟାଦେଶ କୃଷକ-କୃଷି ଶ୍ରମିକଙ୍କ ଉପରେ ଘାତକ ପ୍ରହାର ଅଟେ । ଯାହା ଦ୍ୱାରା ସେମାନଙ୍କୁ MSP କିମ୍ବା ଅଧିକାର ମିଳିବ ନାହିଁ । ଏବଂ ଅସହାୟତାରେ ନିଜ ଜମି ପୁଞ୍ଜିପତିଙ୍କ ନିକଟରେ ବିକ୍ରୟ କରିବେ । ମୋଦିଜୀଙ୍କର ଆଉ ଏକ କୃଷକ ବିରୋଧୀ ଷଡଯନ୍ତ୍ର ।"

ଅଧିକ ପଢ଼ନ୍ତୁ:-ମିଳିଗଲା ପ୍ରମାଣ, ଚୀନର ଲ୍ୟାବରେ ଏଥିପାଇଁ ପ୍ରସ୍ତୁତ ହୋଇଥିଲା କୋରୋନା ଭୂତାଣୁ !

ସରକାରଙ୍କ ତର୍କ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ୱାଧୀନତା ପରେ ଚାଷୀଙ୍କୁ ଏକ ନୂତନ ସ୍ୱାଧୀନତା ପ୍ରଦାନ କରୁଥିବା ବିଧେୟକ ବୋଲି କହିଛନ୍ତି । ମୋଦି ଶୁକ୍ରବାର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ରାଜନୈତିକ ଦଳମାନେ ଏହି ବିଧେୟକକୁ ନେଇ  ମିଥ୍ୟା ପ୍ରଚାର କରୁଛନ୍ତି । ଚାଷୀଙ୍କୁ ଏମଏସପିର ଲାଭ ମିଲିବ ନାହିଁ ବୋଲି ଦାବି ଭୁଲ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର ଅନେକ ପ୍ରକଳ୍ପର ଶୁଭାରମ୍ଭ କରି  ମୋଦି କହିଛନ୍ତି, “ଯେଉଁମାନେ ଦଶନ୍ଧି ଧରି ଦେଶ ଶାସନ କରିଆସୁଛନ୍ତି, କ୍ଷମତାରେ ରହି ଆସୁଛନ୍ତି, ଦେଶ ଶାସନ କରିଛନ୍ତି, ସେହି ଲୋକମାନେ କୃଷକଙ୍କୁ ଭ୍ରମିତ କରୁଛନ୍ତି, କୃଷକଙ୍କୁ ମିଛ କହୁଛନ୍ତି ।"