କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!
Advertisement

କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ନୂତନ କୃଷି ଆଇନ (New Farm Laws) କୁ ବିରୋଧ କରି ଗତ ଅଢ଼େଇ ମାସ ଧରି ସଂଘର୍ଷ କରୁଥିବା ଭାରତୀୟ କିଷାନ ୟୁନିୟନ ଏକତା ଉଗରାହାନର ଗଠନ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ହୋଇଥିଲା । 

କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର (Modi Govt) ଙ୍କ କୃଷି ଆଇନ (Farm Laws) ବିରୋଧରେ ପଞ୍ଜାବ-ହରିୟାଣାର ଚାଷୀମାନେ (Farmers) ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି । ପଞ୍ଜାବର ପ୍ରାୟ ୩୦ କୃଷକ ସଂଗଠନ ଓ ହରିୟାଣାର ୧୮ଟି କୃଷକ ସଂଗଠନର ନେତୃତ୍ୱରେ ଏହି ଆନ୍ଦୋଳନ ଜାରି ରହିଛି । ପଞ୍ଜାବର ସବୁଠାରୁ ବଡ଼ କୃଷକ ସଂଗଠନ ଭାରତୀୟ କୃଷକ ସଂଘ ଉଗରାହାନ ଏହି ଆଇନ ବିରୁଦ୍ଧରେ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି । ଏହି ସଂଗଠନ ପୂର୍ବତନ ସେନା ଅଧିକାରୀ ଯୋଗୀନ୍ଦର ସିଂ ଉଗ୍ରାହାନ (Joginder Singh Ugrahan) ଙ୍କ ହାତରେ ରହିଛି । ଆସନ୍ତୁ ଜାଣିବା ଯୋଗୀନ୍ଦର ସିଂ କିଏ, ଯାହାଙ୍କ ସହ ଦେଶର ଗୃହମନ୍ତ୍ରୀ ଅମିତ ଶାହ (Amit Shah) କଥା ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତରେ ସବା ଶେଷରେ ଏମାନଙ୍କୁ ମିଳିବ କୋରୋନା ଟିକା!

ନୂତନ କୃଷି ଆଇନ (New Farm Laws) କୁ ବିରୋଧ କରି ଗତ ଅଢ଼େଇ ମାସ ଧରି ସଂଘର୍ଷ କରୁଥିବା ଭାରତୀୟ କିଷାନ ୟୁନିୟନ ଏକତା ଉଗ୍ରାହାନର ଗଠନ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ହୋଇଥିଲା । ଏହି ସଂଗଠନ ଗଠନ କରିଥିବା ଯୋଗୀନ୍ଦର ସିଂ ଉଗ୍ରାହାନଙ୍କ ହାତରେ ଏହାର କମାଣ ରହିଛି । ସୁନାମ ଗାଁର ଉଗ୍ରାହାନର ବାସିନ୍ଦା ଯୋଗୀନ୍ଦର ସିଂ ଜଣେ ଗରିବ କୃଷକ ପରିବାରର ଏବଂ ସେନାରେ ନିଜ ସେବା ପ୍ରଦାନ କରିଛନ୍ତି । ଶନିବାର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହ କଥା ହୋଇ ବୁରାରୀରେ ପ୍ରଦର୍ଶନ କରିବାକୁ କହିଥିଲେ, କିନ୍ତୁ ଉଗରାହାନ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଅତି ସାଧାରଣ ଘରେ ରହୁଥିବା ଉଗ୍ରାହାନଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି । ତାଙ୍କର ଦୁଇ ଝିଅଙ୍କ ବିବାହ ମଧ୍ୟ ହୋଇସାରିଛି । ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀ ମଧ୍ୟ ଚାଷୀ ସଂଘର୍ଷ ସମୟରେ ତାଙ୍କ ସହିତ ସକ୍ରିୟ ଥିଲେ । କୃଷକଙ୍କ ଛୋଟ ସମସ୍ୟାକୁ ନେଇ ଉଗ୍ରାହାନ ସିଧାସଳଖ ସରକାର ଏବଂ ପ୍ରଶାସନ ସହ ମୁହାଁମୁହିଁ ହୋଇଥାନ୍ତି ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ

ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ସରକାରୀ ଲାଭ ଓ ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ଏହି ସଙ୍ଗଠନର ବିଶେଷତା ରହିଛି । ଏହାର କାରଣ ହେଉଛି ପଞ୍ଜାବର ମାଲୱା ଓ ମାଝା ଅଞ୍ଚଳର ଅଧିକାଂଶ ଚାଷୀ ଏବଂ ଶ୍ରମିକ ଶ୍ରେଣୀ ଏହି ସଂଗଠନ ସହିତ ଅଛନ୍ତି । ଋଣ ପରିଶୋଧ କରିବାରେ ଅସମର୍ଥ ଚାଷୀ ଏବଂ ଶ୍ରମିକମାନଙ୍କ ପାଇଁ ଜୋଗିନ୍ଦର ଉଗରାହାନ ଢାଲ ହୋଇ ଛିଡ଼ା ହୋଇଥାନ୍ତି । ସଂଗଠନର ଆନ୍ଦୋଳନ ସମୟରେ କୌଣସି ରାଜନେତାଙ୍କୁ ମଞ୍ଚରେ ଆସିବାକୁ ନ ଦେବା କିମ୍ବା କୌଣସି ରାଜନୈତିକ ଦଳକୁ ସଂଘର ଆନ୍ଦୋଳନରୁ ଲାଭ ଉଠାବାକୁ ଦିଅନ୍ତି ନାହିଁ ।