ଶସ୍ତା ସୁନା କିଣିବାର ସୁଯୋଗ, ଏହି ଦିନ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍
Advertisement
Article Detail0/zeeodisha/odisha796120

ଶସ୍ତା ସୁନା କିଣିବାର ସୁଯୋଗ, ଏହି ଦିନ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ରିଜର୍ଭ ବ୍ୟାଙ୍କ (RBI) ଏଥର ସୁନା ବଣ୍ଡର ମୂଲ୍ୟ ଡିସେମ୍ୱର ୨୮ ପୂର୍ବରୁ ଜାରି କରିବ । ସୁନା ବଣ୍ଡ କ୍ରୟ ପାଇଁ ଡିଜିଟାଲ ପେମେଣ୍ଟ କରିବାରୁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ମିଳିଥାଏ । 

ଶସ୍ତା ସୁନା କିଣିବାର ସୁଯୋଗ, ଏହି ଦିନ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ କେନ୍ଦ୍ରର ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) । ଏହି ଯୋଜନା ଅଧୀନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର (Narendra Modi Government) ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ଏହି ସୁନାର ମୂଲ୍ୟ (Gold Rate) ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଏବଂ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ

ରିଜର୍ଭ ବ୍ୟାଙ୍କ (RBI) ଏଥର ସୁନା ବଣ୍ଡର ମୂଲ୍ୟ ଡିସେମ୍ୱର ୨୮ ପୂର୍ବରୁ ଜାରି କରିବ । ସୁନା ବଣ୍ଡ କ୍ରୟ ପାଇଁ ଡିଜିଟାଲ ପେମେଣ୍ଟ କରିବାରୁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ମିଳିଥାଏ । ଏହି ଯୋଜନା ଡିସେମ୍ୱର ୨୮ରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁୟାରୀ  ୧ରେ ବନ୍ଦ ହେବ । ଏହାର ଅର୍ଥ ହେଉଛି ଆପଣ ଏହି ସମୟ ମଧ୍ୟରେ ସୁନା କିଣି ପାରିବେ । ଅତିକମରେ ଗୋଟିଏ ଗ୍ରାମ କିଣାଯାଇପାରିବ । ଏହାକୁ କିଣିବା ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ, BSE, NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଯେଉଁ ଭ୍ୟାକ୍ସିନ ଉପରେ ଥିଲା ସାରା ଦୁନିଆର ଆଶା, ସେହି ଟିକାକୁ ନେଇ ଏପରି କହିଲା WHO ର ବୈଜ୍ଞାନିକ

ସେଠାରୁ ଏହାକୁ ଡିଜିଟାଲ୍ କ୍ରୟ କରାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ କାରଣ ଶୁଦ୍ଧତା ପାଇଁ କୌଣସି ଚିନ୍ତା ରହିବ ନାହିଁ କି ସୁରକ୍ଷା ସମସ୍ୟା ମଧ୍ୟ ରହିବ ନାହିଁ । ଆର୍ଥିକ ବର୍ଷ ୨୦୧୯-୨୦ ରିଜର୍ଭ ବ୍ୟାଙ୍କ ଦଶ କିସ୍ତିରେ ୨,୩୧୬,୩୭ କୋଟି ଟଙ୍କା ଅର୍ଥାତ୍ ୬.୧୩ ଟନ୍ ମୂଲ୍ୟର ସୁନା ବଣ୍ଡ ଜାରି କରିଛି । ଏଥି ସହିତ କୋରୋନା କାଳରେ କ୍ରମାଗତ ୬ ମାସ ପାଇଁ ବଣ୍ଡ ଜାରି କରାଯାଉଛି । ଏହାର ଅର୍ଥ ହେଉଛି ଯଦି ଆପଣ ପୁଞ୍ଜି ବିନେଶରୁ ବଞ୍ଚିତ ହୁଅନ୍ତି ତେବେ ଏଥର ଆପଣଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡିପାରେ । ସରକାରଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଆମଦାନୀ ଏବଂ ଫିଜିକାଲ ସୁନା ଚାହିଦା ହ୍ରାସ କରିବା ।