ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର ଦେଲେ ମୋଦି ସରକାର
Advertisement
Article Detail0/zeeodisha/odisha764371

ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର ଦେଲେ ମୋଦି ସରକାର

ଏହା ବ୍ୟତୀତ ଅନ୍ୟ ଘୋଷଣା ମାଧ୍ୟମରେ ମୋଟ ଘରୋଇ ଉତ୍ପାଦ (GDP) ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଅର୍ଥମନ୍ତ୍ରୀ (Nirmala Sitharaman) କହିଛନ୍ତି ଯେ କୋଭିଡ-19 ଯୋଗୁଁ ଅର୍ଥନୀତି  ପ୍ରଭାବିତ ହୋଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅନ୍ତର୍ଗତ ଗରିବ ଏବଂ ଦୁର୍ବଳ ବର୍ଗର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରାଯାଇଛି । 

ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର ଦେଲେ ମୋଦି ସରକାର

ନୂଆଦିଲ୍ଲୀ: ଅର୍ଥନୈତିକ ପ୍ରସଙ୍ଗରେ ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଏକ ସାମ୍ବାଦିକ ସମ୍ମିଳନୀ କରି ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ଚାହିଦା ବୃଦ୍ଧି ପାଇଁ ପ୍ରସ୍ତାବଗୁଡ଼ିକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି । ଏଥିରେ ଖର୍ଚ୍ଚ ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷେ ଆଜି (ସୋମବାର) ଜିଏସଟି ପରିଷଦର ବୈଠକ ମଧ୍ୟ ଦିନ ୪ଟାରୁ ୬ଟା ପର୍ଯ୍ୟନ୍ତ ହେବାର ଅଛି । 

ଏହା ବ୍ୟତୀତ ଅନ୍ୟ ଘୋଷଣା ମାଧ୍ୟମରେ ମୋଟ ଘରୋଇ ଉତ୍ପାଦ (GDP) ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ କୋଭିଡ-19 ଯୋଗୁଁ ଅର୍ଥନୀତି  ପ୍ରଭାବିତ ହୋଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅନ୍ତର୍ଗତ ଗରିବ ଏବଂ ଦୁର୍ବଳ ବର୍ଗର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରାଯାଇଛି । ଯୋଗାଣ ଉପରେ ଚାପ ବର୍ତ୍ତମାନ ହ୍ରାସ ପାଉଛି କିନ୍ତୁ ଚାହିଦା ପ୍ରଭାବିତ ହୋଇଛି । ଗ୍ରାହକଙ୍କ ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ଦୁଇଟି ଉପାଦାନ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ ପ୍ରଥମଟି ହେଉଛି LTC କ୍ୟାଶ୍ ଭାଉଚର୍ ସ୍କିମ୍ । ଏହା ସହିତ ଦ୍ୱିତୀୟଟି ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ, ସ୍କିମ୍ ହେବ। ହେବ । ଏହା ବ୍ୟତୀତ ଅନ୍ୟାନ୍ୟ ଘୋଷଣା ପୁଞ୍ଜି ବ୍ୟୟ ସହିତ ଜଡିତ ଅଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବଡ଼ ଷଡଯନ୍ତ୍ର କରୁଛନ୍ତି ଚୀନ-WHO !

ଗ୍ରାହକ ଖର୍ଚ୍ଚ ବୃଦ୍ଧି କରିବା ପାଇଁ LTC ଅଧୀନରେ ଏକ ନଗଦ ଭାଉଚର ଯୋଜନା ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଲିଭ୍ ଟ୍ରାଭଲ କନ୍ସେସ୍ (LTC) ସମ୍ବନ୍ଧରେ ଅର୍ଥମନ୍ତ୍ରୀ ଏକ ବିଶେଷ ଘୋଷଣା କରିଛନ୍ତି । ଏହା ଅଧୀନରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୪ ବର୍ଷରେ ଥରେ LTC ର ସୁବିଧା ଦିଆଯିବ । ଭାରତର ଯେକୌଣସି ସ୍ଥାନରେ ଭ୍ରମଣ ଏବଂ ଏକ ହୋମ ଟାଉନରେ ଯିବା ପାଇଁ ସେମାନଙ୍କୁ ଏକ LTC ଦିଆଯିବ । ଭାରତର ଅନ୍ୟ କୌଣସି ସ୍ଥାନରେ ବୁଲିବାକୁ ନ ଯିବା ସ୍ଥିତିରେ ହୋମଟାଉନ ଯିବା ପାଇଁ ୨ ଥର LTC ସୁବିଧା ଦିଆଯିବ । ଏହି ଯୋଜନା ଅଧୀନରେ କର୍ମଚାରୀଙ୍କ ସ୍କେଲ ଓ ପଦ ଉପରେ ନିର୍ଭର କରି ବିମାନ କିମ୍ବା ଟ୍ରେନ୍ ଯାତ୍ରା ପାଇଁ ପ୍ରତିପୂର୍ତ୍ତି ଦିଆଯିବ । ଏହା ବ୍ୟତୀତ ୧୦ ଦିନ ଛୁଟି (pay + DA) ର ବ୍ୟବସ୍ଥା ମଧ୍ୟ ରହିବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ LTC କ୍ୟାସ ଭାଉଚର ସ୍କିମ୍ ଅଧୀନରେ ସରକାରୀ କର୍ମଚାରୀଙ୍କ ପାଖରେ ଛୁଟି ଇନକ୍ୟାସମେଣ୍ଟ ପରେ ନଗଦ ଟଙ୍କା ପାଇବାକୁ ବିକଳ୍ପ ହେବ । ସେମାନଙ୍କୁ ତିନିଥର ଟିକେଟ୍ ଭଡା, 12% କିମ୍ବା ଅଧିକ ଜିଏସଟି ଦେୟତା ଥିବା ପ୍ରୋଡକ୍ଟସ କ୍ରୟ କରିବାର ଖର୍ଚ୍ଚ ଦିଆଯିବ । ଏଥିପାଇଁ କେବଳ ଡିଜିଟାଲ୍ କାରବାରକୁ ଅନୁମତି ଦିଆଯିବ ଏବଂ ଜିଏସଟି ଇନଭଏସ୍ ମଧ୍ୟ ଦାଖଲ କରିବାକୁ ପଡିବ । ସରକାର ଆଶା କରୁଛନ୍ତି ଯେ LTC ନଗଦ ଭାଉଚର ଯୋଜନାରୁ ପ୍ରାୟ ୨୮,୦୦୦ କୋଟି ଟଙ୍କାର ଗ୍ରାହକ ଚାହିଦା ବୃଦ୍ଧିରେ ସହାୟକ ହେବ ।

କେନ୍ଦ୍ରୀୟ କର୍ମଚାରୀଙ୍କ ଦ୍ୱାରା ଏହି ବିକଳ୍ପଗୁଡ଼ିକ ବାଛିବା ସ୍ଥିତିରେ ସରକାର ୫,୬୭୫ କୋଟି ଟଙ୍କା ଭାର ବହନ କରିବେ । ପବ୍ଲିକ ସେକ୍ଟର ବ୍ୟାଙ୍କ (PSBs) ଏବଂ ସରକାରୀ କମ୍ପାନୀ (PSU) ର କର୍ମଚାରୀମାନେ ଏହାର ଫାଇଦା ନେଇପାରିବେ । ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏଲଟିସି ଟିକେଟ ରାଜ୍ୟ କର୍ମଚାରୀ ଏବଂ ବେସରକାରୀ କ୍ଷେତ୍ରର କର୍ମଚାରୀମାନେ ମଧ୍ୟ ଟିକସ ଛାଡର ସୁବିଧା ପାଇବେ । ଏଭଳି ପରିସ୍ଥିତିରେ ଯଦି ରାଜ୍ୟ ସରକାର କିମ୍ବା ବେସରକାରୀ କମ୍ପାନୀଗୁଡିକ ଏପରି ଘୋଷଣା କରନ୍ତି, ତେବେ ସେମାନଙ୍କ କର୍ମଚାରୀମାନେ ଟିକସ ଛାଡରୁ ଏହି ଲାଭ ପାଇବେ ।

ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଗେଜେଟେଡ୍ କର୍ମଚାରୀଙ୍କୁ କେବଳ ଥରେ ଏହି ସୁବିଧା ଦିଆଯିବ । ଏହି ଯୋଜନା ଅଧୀନରେ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ବିନା ସୁଧରେ ୧୦,୦୦୦ ଟଙ୍କା ପ୍ରିପେଡ୍ ରୁପେ କାର୍ଡ (RuPay Card) ନେଇପାରିବେ । ଏହାକୁ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ଖର୍ଚ୍ଚ କରିବାକୁ ପଡିବ ।