ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ରର ମୋଟ ଋଣ ଭାର ୯୪.୭ ଲକ୍ଷ କୋଟି ଟଙ୍କା ରହିଥିଲା । ଜୁନ ଶେଷରେ ଏହା ୧୦୧.୩ ଲକ୍ଷ କୋଟିରେ ପହଞ୍ଚିଛି ।
Trending Photos
ନୂଆଦିଲ୍ଲୀ: ଦିନକୁ ଦିନ ମୋଦି ସରକାରଙ୍କ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି । ସରକାରଙ୍କ ସମସ୍ତ ଖର୍ଚ୍ଚ ପ୍ରାୟ ଋଣ ଉପରେ ଚାଲିଛି । ଶୁକ୍ରବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ଲୋକସଭାରେ ସ୍ୱୀକାର କରିଛନ୍ତି ଯେ, ଲକଡାଉନ୍ ଯୋଗୁଁ ଏପ୍ରିଲରୁ ଜୁନ ମଧ୍ୟରେ କେନ୍ଦ୍ରର ଆୟ ପ୍ରାୟ ୨୯.୫ ପ୍ରତିଶତ ହ୍ରାସ ପାଇଛି । ଏହା ଉପରେ ଯଦି କେନ୍ଦ୍ର ଟିକସ ବାବଦରେ ୧୦୦ ଟଙ୍କା ଆୟ କରୁଛନ୍ତି ତେବେ ରାଜ୍ୟଗୁଡ଼ିକୁ ଏହାର ଅଂଶ ଏବଂ ଅନୁଦାନ ଦେବାକୁ ୧୦୭ ଟଙ୍କା ବ୍ୟୟ ହେଉଛି । ଫଳସ୍ୱରୂପ, କେନ୍ଦ୍ରର ଖର୍ଚ୍ଚ ଋଣ ଉପରେ ଚାଲିଛି ।
ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ରର ମୋଟ ଋଣ ଭାର ୯୪.୭ ଲକ୍ଷ କୋଟି ଟଙ୍କା ରହିଥିଲା । ଜୁନ ଶେଷରେ ଏହା ୧୦୧.୩ ଲକ୍ଷ କୋଟିରେ ପହଞ୍ଚିଛି ।
ଅଧିକ ପଢ଼ନ୍ତୁ:-ଏହି ଦେଶର ଦୋକାନରେ ମିଳିବ କୋରୋନା ଔଷଧ, ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆବଶ୍ୟକ
ରାଜ୍ୟଗୁଡ଼ିକର ପ୍ରାପ୍ୟ ଜିଏସଟି କ୍ଷତିପୂରଣ କେନ୍ଦ୍ର ନ ଦେବାରୁ ଅର୍ଥ ମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ କୋରୋନା ମହାମାରୀକୁ ‘ଦୈବ ଦୁର୍ବିପାକ’ ବା ଭଗବାନଙ୍କ ପ୍ରହାର ବୋଲି କହି ନିଜ ଅସହାୟତାର କଥା କହିଥିଲେ । ବିରୋଧୀ ବ୍ୟତୀତ ଅର୍ଥ ମନ୍ତ୍ରୀଙ୍କ ସ୍ୱାମୀ ପରକଲ ପ୍ରଭାକର ମଧ୍ୟ ଏହାକୁ ନେଇ ପରିହାସ କରିଥିଲେ । ସେ କହିଥିଲେ ଯେ, ଦୈବଦୁର୍ବିପାକ ହେଉଛି ସମନ୍ୱିତ ଚିନ୍ତାଧାରାର ଅଭାବ । ଶୁକ୍ରବାର ଅତିରିକ୍ତ ବଜେଟ୍ ବ୍ୟୟ ଅନୁମୋଦନକୁ ନେଇ ଏକ ବିତର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, "ଲାଟିନ୍ କୋର୍ଟରେ 'ଫୋର୍ସ ମେଜିଓର' କହିବାରେ କୌଣସି ଅସୁବିଧା ନାହିଁ । ମୁଁ ଜଣେ ଗୃହିଣୀ, ସାହିର ଆଣ୍ଟି ପରି | ସେଥିପାଇଁ ଭଗବାନଙ୍କ ପ୍ରହାର ବୋଲି କହିବାରୁ ମୋତେ ପରିହାସ କରାଯାଉଛି । ଏହା ଦୁର୍ବିପାକ ବ୍ୟତୀତ ଆଉ କ’ଣ? "
ଅଧିକ ପଢ଼ନ୍ତୁ:-କୃଷି ବିଧେୟକ: ଜାଣନ୍ତୁ କ'ଣ ରହିଛି ପ୍ରାବଧାନ, କାହିଁକି ହେଉଛି ବିରୋଧ ?
ନିର୍ମଳା ସୀତାରଣ ପୁଣି କହିଛନ୍ତି ଯେ, ଜିଏସଟିର ଶେଷ ସଂଗ୍ରହରେ ପାଣ୍ଠିରେ ଟଙ୍କା ନାହିଁ । ସରକାରୀ ଟ୍ରେଜେରୀରୁ ଜିଏସଟି କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ । ତେଣୁ ସେ ରାଜ୍ୟକୁ ଋଣ ନେବାକୁ ପ୍ରସ୍ତାବ ଦେଇଥିଲେ । ଜିଏସଟି ପରିଷଦ ଦ୍ୱାରା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ରାଜ୍ୟକୁ ଆର୍ଥିକ ସହାୟତା ଦିଆଯାଉ ନାହିଁ, ଏହି ଅଭିଯୋଗ ଭୁଲ ଅଟେ ।