ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କ ବିରୋଧରେ ରବିବାର ଦିନ ରାୟପୁର ପୋଲିସ ଏଫଆଇଆର ପଞ୍ଜିକରଣ କରିଛି । ଏକ ନିର୍ଦ୍ଦିଷ୍ଟ ଜାତି ବିରୁଦ୍ଧରେ କରିଥିବା ବିବାଦୀୟ ବୟାନ ପାଇଁ ନନ୍ଦକୁମାର ବାଗେଲଙ୍କ ବିରୋଧରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।
Trending Photos
ରାୟପୁର: ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ (Bhupesh Baghel) ପିତା ନନ୍ଦକୁମାର ବାଗେଲଙ୍କ (Nand Kumar Baghel) ବିରୋଧରେ ରାୟପୁର ପୋଲିସ ରବିବାର ଏଫଆଇଆର (FIR) ପଞ୍ଜିକରଣ କରିଛି । ଏକ ନିର୍ଦ୍ଦିଷ୍ଟ ଜାତି ବିରୋଧରେ ବିବାଦୀୟ ବବୟାନ ଦେବା ପାଇଁ ନନ୍ଦକୁମାର ବାଗେଲଙ୍କ ବିରୋଧରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ବ୍ରାହ୍ମଣ ସମାଜଙ୍କ ଅଭିଯୋଗ ଉପରେ, ଆଇପିସିର ଧାରା ୫୦୫ ଏବଂ ୧୫୩ଏ ଅଧୀନରେ ରାୟପୁର ଡିଡି ନଗର ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ ହୋଇଛି । ମୁଖ୍ୟମନ୍ତ୍ରୀ ବାଗେଲ କହିଛନ୍ତି ଯେ ତାଙ୍କର ୮୬ ବର୍ଷୀୟ ପିତା ମଧ୍ୟ ଆଇନଠାରୁ ଉର୍ଦ୍ଧ୍ଵରେ ନୁହଁନ୍ତି । ତାଙ୍କ ଅଭିଯୋଗ ସମ୍ପର୍କରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପିତାଙ୍କ ସହ ତାଙ୍କର ଆଦର୍ଶଗତ ପାର୍ଥକ୍ୟ ଆରମ୍ଭରୁ ରହିଛି, ଏହା ସମସ୍ତଙ୍କୁ ଜଣା ।
ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କହିଛନ୍ତି ଯେ ମୋ ପିତାଙ୍କ ଏହି ବୟାନ ମୁଁ ମଧ୍ୟ ଦୁଃଖିତ । ସରକାରରେ କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି । ସେ କହିଛନ୍ତି, “ମୁଁ ତାଙ୍କୁ ପୁଅ ଭଳି ସମ୍ମାନ କରେ । କିନ୍ତୁ, ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଭୁଲ କ୍ଷମା କରାଯାଇପାରିବ ନାହିଁ ।"
ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ଉପ-ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ମମତା
ଗତ ମାସରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନନ୍ଦ କୁମାର ବାଗେଲ ଗଣମାଧ୍ୟମକୁ କହିଥିଲେ, “ବର୍ତ୍ତମାନ ଆମର ଶାସନ ଚାଲିବ ନାହିଁ । ବ୍ରାହ୍ମଣମାନେ ବିଦେଶୀ ଅଟନ୍ତି । ବ୍ରିଟିଶମାନେ ଯେପରି ଭାବରେ ଏଠାରୁ ଗଲେ, ସେମାନେ ମଧ୍ୟ ଯିବେ । ବ୍ରାହ୍ମଣମାନେ ସୁଧୁରି ଯାଆନ୍ତୁ , ନଚେତ ଯିବାକୁ ପ୍ରସ୍ତୁତ ରୁହନ୍ତୁ । ବ୍ରାହ୍ମଣମାନେ ଆମକୁ ଅଛୁଆଁ ଭାବନ୍ତି । ଆମର ସମସ୍ତ ଅଧିକାର ଛଡ଼ାଇ ନେଉଛନ୍ତି । ଗ୍ରାମଗୁଡିକରେ ମଧ୍ୟ ପ୍ରଚାର କରି ସେମାନଙ୍କୁ ଅଲଗା କରିବୁ ।
ଅଧିକ ପଢ଼ନ୍ତୁ: PM Modi ଏହି ମାସରେ ଗସ୍ତ କରିପାରନ୍ତି ଆମେରିକା, ବାଇଡେନଙ୍କ ସହ ଚୀନ୍-ଆଫଗାନିସ୍ତାନକୁ ନେଇ କରିବେ ଆଲୋଚନା
ନନ୍ଦ କୁମାର ବାଗେଲଙ୍କ ବିବାଦୀୟ ବୟାନ ପରେ ସମଗ୍ର ରାଜ୍ୟରେ ବ୍ରାହ୍ମଣ ସମାଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟର ଅନେକ ଜିଲ୍ଲାରେ ବାଗେଲଙ୍କ ପ୍ରତିମୂର୍ତ୍ତି ପୋଡା ଯାଇଥିଲା ଓ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଦାବି ହୋଇଥିଲା । ଏହାପରେ ରାୟପୁର ପୋଲିସ ଆଜି ଅର୍ଥାତ ରବିବାର ଦିନ ନନ୍ଦକୁମାରଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି ।