ମୁଖ୍ୟତଃ କୋରୋନା ଟୀକା (Coronavirus Vaccine) ପ୍ରସ୍ତୁତ କରୁଥିବା ଆମେରିକାର ବୃହତ୍ ଫାଇଜର (Pfizer) ୟୁଏସ ଫୁଡ ଆଣ୍ଡ ଆଡମିନିଷ୍ଟ୍ରେଶନକୁ ଏକ ଆବେଦନ ଦାଖଲ କରିଛି ।
Trending Photos
ନୂଆଦିଲ୍ଲୀ: କୋରୋନା ମହାମାରୀ (Coronavirus Epidemic) ରେ ଅସ୍ତବ୍ୟସ୍ତ ସମଗ୍ର ବିଶ୍ୱ । ବର୍ତ୍ତମାନ ଲୋକମାନେ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି । ଏହି ଦିଗରେ ସମସ୍ତ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି । ଏହି ସମୟରେ ଟୀକା ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକାର କୋରୋନା ଟୀକା କାର୍ଯ୍ୟକ୍ରମର ମୁଖ୍ୟ ମୋନସେଫ ସଲୌଇ (Moncef Slaoui) କହିଛନ୍ତି ଯେ, ଆମେରିକାରେ ଡିସେମ୍ୱର ୧୧ରେ କୋରୋନା ଭୂତାଣୁର ପ୍ରଥମ ଭ୍ୟାକ୍ସିନ ଲଗାଯାଇପାରେ । ସେପଟେ ଭାରତୀୟ ଅନୁସନ୍ଧାନକାରୀମାନେ ମଧ୍ୟ କୋରୋନା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି । ଭାରତରେ କୋରୋନା ଟୀକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Health Minister Dr Harsh Vardhan) ଙ୍କ ଅନୁଯାୟୀ ଏହା ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଆସିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ମୁଖ୍ୟତଃ କୋରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକାର ବୃହତ୍ ଫାଇଜର (Pfizer) ୟୁଏସ ଫୁଡ ଆଣ୍ଡ ଆଡମିନିଷ୍ଟ୍ରେଶନକୁ ଏକ ଆବେଦନ ଦାଖଲ କରିଛି । ଏହି ଟୀକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ସରକାର ଠାରୁ ଅନୁମତି ମାଗିଛନ୍ତି । ୧୦ ଡିସେମ୍ବରରେ FDA ଭ୍ୟାକ୍ସିନ୍ ପରାମର୍ଶଦାତା କମିଟି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
ଆମେରିକୀୟ କମ୍ପାନୀ ଫାଇଜର କୋରୋନା ଭୂତାଣୁ (COVID-19) ବିରୁଦ୍ଧରେ ୯୫ ପ୍ରତିଶତ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରିଛି । ଏହାର ଟୀକାକରଣ ପାଇଁ ଆମେରିକା ସରକାରଙ୍କ ତରଫରୁ ଜରୁରୀକାଳୀନ ବ୍ୟବହାର ଚାହୁଁଛି। ଫାଇଜର କହିଛି ଯେ, ସେ ଜରୁରୀକାଳୀନ ବ୍ୟବହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିପାରେ ।
ଅଧିକ ପଢ଼ନ୍ତୁ:-ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ
ବାସ୍ତବରେ, କୋରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକାର ବୃହତ୍ ଫାଇଜର (Pfizer) ୟୁଏସ ଫୁଡ ଆଣ୍ଡ ଆଡମିନିଷ୍ଟ୍ରେଶନକୁ ଏକ ଆବେଦନ ଦାଖଲ କରିଛି । ଏହି ଟୀକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ସରକାର ଠାରୁ ଅନୁମତି ମାଗିଛନ୍ତି । ୧୦ ଡିସେମ୍ବରରେ FDA ଭ୍ୟାକ୍ସିନ୍ ପରାମର୍ଶଦାତା କମିଟି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
ଆମେରିକୀୟ କମ୍ପାନୀ ଫାଇଜର କୋରୋନା ଭୂତାଣୁ (COVID-19) ବିରୁଦ୍ଧରେ ୯୫ ପ୍ରତିଶତ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରିଛି । ଏହାର ଟୀକାକରଣ ପାଇଁ ଆମେରିକା ସରକାରଙ୍କ ତରଫରୁ ଜରୁରୀକାଳୀନ ବ୍ୟବହାର ଚାହୁଁଛି। ଫାଇଜର କହିଛି ଯେ, ସେ ଜରୁରୀକାଳୀନ ବ୍ୟବହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିପାରେ ।
ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, ମମତା ନା ବିଜେପି?
ସିଏନ୍ଏନ୍ ସହ ସାକ୍ଷାତକାର ବେଳେ ସାଲୋଇ କହିଛନ୍ତି ଯେ, ଯଦି ଏହି ବୈଠକରେ ଅନୁମତି ଦିଆଯାଏ ତେବେ ପରଦିନ ଏହି ଟୀକା ଉପଲବ୍ଧ ହୋଇପାରେ । ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଭ୍ୟାକ୍ସିନକୁ ସେହି ସ୍ଥାନକୁ ପହଞ୍ଚାଇବାର ଅଛି, ଯେଉଁଠାରେ ଟୀକାକରଣ କାର୍ଯ୍ୟ ହେବ । ତେଣୁ ମୁଁ ଆଶା କରୁଛି ୧୧ କିମ୍ବା ୧୨ ଡିସେମ୍ବର ସୁଦ୍ଧା ଏପରି ହୋଇପାରେ ।
ଆପଣଙ୍କୁ କହି ରଖୁଛୁ ଯେ, ବୁଧବାର ଫାଇଜର କହିଛି ଯେ ଏହାର ଟୀକା ପରୀକ୍ଷଣର ଶେଷ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହି କୋରୋନା ଭୂତାଣୁ ଟୀକା ୯୫ ପ୍ରତିଶତ ପ୍ରଭାବଶାଳୀ ଅଟେ ।