ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ ଟିମ୍ କରିଦେଇଛି ଏହି 'ବଡ ଭୁଲ', ଅସନ୍ତୋଷ ପ୍ରକାଶ କଲେ ନାସିର ହୁସେନ୍‌
Advertisement
Article Detail0/zeeodisha/odisha834769

ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ ଟିମ୍ କରିଦେଇଛି ଏହି 'ବଡ ଭୁଲ', ଅସନ୍ତୋଷ ପ୍ରକାଶ କଲେ ନାସିର ହୁସେନ୍‌

ଜନି ବେୟାରଷ୍ଟୋଙ୍କୁ ପ୍ରଥମ ଦୁଇଟି ଟେଷ୍ଟରୁ ଦୂରେଇ ରଖିବା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର (ECB) ଖେଳାଳିଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏକ ବିଶ୍ରାମ ଦେବା ନୀତିର ଅଂଶ ଅଟେ ।

ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ ଟିମ୍ କରିଦେଇଛି ଏହି 'ବଡ ଭୁଲ', ଅସନ୍ତୋଷ ପ୍ରକାଶ କଲେ ନାସିର ହୁସେନ୍‌

ନୂଆଦିଲ୍ଲୀ: ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ୍‌ (Former English captain Nasir Hussain) ମନେ କରନ୍ତି ଯେ ଭାରତ ବିପକ୍ଷରେ ଫେବୃଆରୀ ୫ରୁ ଚେନ୍ନାଇରୁ ଆରମ୍ଭ ହେଉଥିବା ୪ଟି ଟେଷ୍ଟ ମ୍ୟାଚର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଜନି ବେୟାରଷ୍ଟୋ (Jonny Bairstow) ଙ୍କୁ ବିଶ୍ରାମ ଦେଇ ଇଂଲଣ୍ଡ ଚୟନକର୍ତ୍ତା ଭୁଲ କରିଛନ୍ତି । ନାସିର ହୁସେନ୍ ଇଂଲଣ୍ଡ ଚୟନକର୍ତ୍ତାଙ୍କୁ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି । ଗତ ସପ୍ତାହରେ ଗାଲରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜନି ବେୟାରଷ୍ଟୋ ୪୭ ଓ ୩୫ ରନର ଇଂନିସ ଖେଳି ଥିଲେ ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍

ଜନି ବେୟାରଷ୍ଟୋଙ୍କୁ ପ୍ରଥମ ଦୁଇଟି ଟେଷ୍ଟରୁ ଦୂରେଇ ରଖିବା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର (ECB) ଖେଳାଳିଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏକ ବିଶ୍ରାମ ଦେବା ନୀତିର ଅଂଶ ଅଟେ । ଇଂଲଣ୍ଡ (England Cricket Team) ଏହି କ୍ୟାଲେଣ୍ଡର ବର୍ଷରେ ୧୭ଟି ଟେଷ୍ଟ ଓ ଆଇସିସି ଟି-20 ବିଶ୍ୱକପରେ ଭାଗ ନେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ଆରଏସଏସ ଉପରେ ଜୋରଦାର ପ୍ରହାର, କହିଲେ-'ନିକରୱାଲେ' ତାମିଲନାଡୁର ଭବିଷ୍ୟତକୁ କେବେ କରିପାରିବେ ନାହିଁ ସ୍ଥିର

ନାସିର ହୁସେନ୍ ସ୍କାଏ ସ୍ପୋର୍ଟସକୁ କହିଛନ୍ତି ଯେ, "ମୋର କହିବାର ଅର୍ଥ ହେଉଛି ଯେ ଏହା ଏକ ଚିନ୍ତାର ବିଷୟ, କାରଣ ଜନି ବେୟାରଷ୍ଟୋ ସ୍ପିନ୍ ବିପକ୍ଷରେ ଇଂଲଣ୍ଡର ତିନିଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ । ଏହି ତିନି ଖେଳାଳିଙ୍କ ମଧ୍ୟରୁ ଜୋ ରୁଟ୍ ଓ ବେନ୍ ଷ୍ଟୋକ୍ସଙ୍କ ସହ ଜନି ବେୟାରଷ୍ଟୋ ସାମିଲ ଅଛନ୍ତି । କିନ୍ତୁ ସ୍ୱଦେଶକୁ ଫେରିବାକୁ କୁହାଯାଇଛି ଏବଂ ବାକିମାନେ ଚେନ୍ନାଇ ଯାଉଛନ୍ତି ।"

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO

ହୁସେନ୍ ଆହୁରି କହିଛନ୍ତି ଯେ, "ଏହା ଉପରେ ପୁନର୍ବିଚାର କରିବାକୁ ହେବ । ଖେଳାଳି ଯେଉଁ ସମୟ ଦେଇ (କୋଭିଡ-19 ପର୍ଯ୍ୟାୟ) ଗତି କରିଛନ୍ତି ତାହା ଏକ ଦୁଃସ୍ୱପ୍ନ ପରି । ତାଙ୍କୁ ଗତ ଗ୍ରୀଷ୍ମ ଦିନରେ ଓ ପୁଣି ଆଇପିଏଲ (IPL) ରେ ବାୟୋ-ସୁରକ୍ଷିତ ପରିବେଶରେ ସମୟ ବିତାଇବାକୁ ପଡିଥିଲା । ଏହା ପରେ ଖେଳାଳି ଦକ୍ଷିଣ ଆଫ୍ରିକା, ବର୍ତ୍ତମାନ ଶ୍ରୀଲଙ୍କାରେ, ପରେ ଭାରତ ଯିବ ଏବଂ ଏହା ପରେ ଆଇପିଏଲରେ ଖେଳିବେ ।"

ଅଧିକ ପଢ଼ନ୍ତୁ:-ହନିମୁନ୍ ପାଇଁ କୁଆଡେ ଯାଉଛନ୍ତି ବରୁଣ ଧାୱନ-ନତାଶା ଦଲାଲ? ଜାଣନ୍ତୁ ଡିଟେଲ୍ସ

ପୂର୍ବତନ ଅଧିନାୟକ କହିଛନ୍ତି ଯେ, "ମୁଁ ଏହି ପରିସ୍ଥିତିକୁ ଆଦୌ କମ କରି ଦେଖୁନାହିଁ । ଚୟନକର୍ତ୍ତାଙ୍କ ପାଇଁ ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ, କିନ୍ତୁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଆପଣଙ୍କୁ ଆପଣଙ୍କର ଶ୍ରେଷ୍ଠ ଦଳ ହେବାକୁ ପଡିବ । ଆପଣଙ୍କୁ ଭାରତୀୟ ଗସ୍ତ ପାଇଁ ରୋଟେଶନ ବା ବିଶ୍ରାମ ଦେବା ଉପରେ ଧ୍ୟାନ ଦେବା ଆବଶ୍ୟକ ନା ଏହି ଗୁରୁତ୍ୱପୂର୍ଣ୍ଣ ସିରିଜର ପ୍ରଥମ ମ୍ୟାଚକୁ ଧ୍ୟାନରେ ରଖି ନିଜର ସର୍ବୋତ୍ତମ ଦଳ ଚୟନ କରିବା ଉଚିତ ।"