କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO
Advertisement
Article Detail0/zeeodisha/odisha834703

କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO

ଅନେକ ଦେଶକୁ କୋରୋନା ଟିକା (COVID-19 Vacccine) ପଠାଇଥିବାରୁ ଆମେରିକା ମଧ୍ୟ ଭାରତକୁ ପ୍ରଶଂସା କରିଛି । ଆମେରିକା ଭାରତକୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଛି ଏବଂ ବିଶ୍ୱ ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ନିଜର ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ବ୍ୟବହାର କରୁଛି ବୋଲି କହିଛି ।

କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO

ନୂଆଦିଲ୍ଲୀ: କୋରୋନା ଭାଇରସ (Coronavirus) ଭଳି ଭୟଙ୍କର ମହାମାରୀ ବିରୋଧରେ ଲଢ଼େଇରେ ଭାରତର ସହଯୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରଶଂସା କରିଛି । ଭାରତ ମଧ୍ୟ ନିଜ ନାଗରିକଙ୍କ ପାଇଁ କୋରୋନା ଭାଇରସ୍ ଟିକାକରଣ (Coronavirus Vaccination) ଆରମ୍ଭ କରିବା ସହ ପଡୋଶୀ ଦେଶମାନଙ୍କୁ ସାହାଯ୍ୟ କରୁଛି । କୋଭିଡ-19 (COVID-19) ବିରୋଧରେ ଭାରତର ନିରନ୍ତର ସମର୍ଥନକୁ WHO ଧନ୍ୟବାଦ ଦେଇଛି । ଭାରତ ଦକ୍ଷିଣ ପୂର୍ବ ଏସିଆର ପଡୋଶୀ ଦେଶ ତଥା ବ୍ରାଜିଲ ଏବଂ ମୋରକ୍କୋ ଭଳି ଦେଶକୁ କୋରୋନା ଭାଇରସ ଟିକା ପଠାଉଛି । ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଶୀଘ୍ର ଏହି ଟିକା ମିଳିଯିବ ।

ଅଧିକ ପଢ଼ନ୍ତୁ:-ହନିମୁନ୍ ପାଇଁ କୁଆଡେ ଯାଉଛନ୍ତି ବରୁଣ ଧାୱନ-ନତାଶା ଦଲାଲ? ଜାଣନ୍ତୁ ଡିଟେଲ୍ସ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ (WHO Chief) ଟେଡ୍ରୋସ୍ ଆଡାନୋମ୍ ଗେବ୍ରେୟସ୍ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, "ବୈଶ୍ୱିକ COVID-19 ପ୍ରତିକ୍ରିୟା ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ । ଜ୍ଞାନ ବାଣ୍ଟିବା ସମେତ ମିଳିତ ହୋଇ ଆମେ ଏହି ଭୂତାଣୁର ମୁକାବିଲା କରିପାରିବା ଏବଂ ଲୋକଙ୍କ ଜୀବନ ଓ ଜୀବିକା ରକ୍ଷା କରିପାରିବା ।"

ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ସୂଚନାଯୋଗ୍ୟ, ସେହିପରି ଅନେକ ଦେଶକୁ କୋରୋନା ଟିକା (COVID-19 Vacccine) ପଠାଇଥିବାରୁ ଆମେରିକା ମଧ୍ୟ ଭାରତକୁ ପ୍ରଶଂସା କରିଛି । ଆମେରିକା ଭାରତକୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଛି ଏବଂ ବିଶ୍ୱ ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ନିଜର ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ବ୍ୟବହାର କରୁଛି ବୋଲି କହିଛି ।

ଅଧିକ ପଢ଼ନ୍ତୁ:-କେବଳ 'ଭାରତ ମାତା କି ଜୟ' କିମ୍ୱା 'ଜନ ଗଣ ମନ' ଗାଇବା ଜାତୀୟତାବାଦ ନୁହେଁ: ଉପରାଷ୍ଟ୍ରପତି

ଭାରତ ଗତ କିଛି ଦିନ ମଧ୍ୟରେ ଦେଶରେ ତିଆରି ହୋଇଥିବା କୋଭିଡ-19 ଟିକା ଭୁଟାନ, ମାଲଦ୍ୱୀପ, ନେପାଳ, ବାଂଲାଦେଶ, ମିଆଁମାର, ମରିସସ୍ ଏବଂ ସେଚେଲ୍ସରେ ପଠାଇସାରିଛି । ସେପଟେ ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ମୋରକ୍କୋକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଟିକା ପଠାଯାଉଛି ।