Chanda Kochhar Arrest: ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚର ଗିରଫ
Advertisement
Article Detail0/zeeodisha/odisha1498791

Chanda Kochhar Arrest: ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚର ଗିରଫ

Chanda Kochhar Arrest: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ଗିରଫ କରିଛି ସିବିଆଇ। 

Chanda Kochhar Arrest: ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚର ଗିରଫ

Chanda Kochhar Arrest:  ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ସିବିଆଇ ଗିରଫ କରିଛି। ଭିଡିଓକନ୍-ଆଇସିଆଇସିଆଇ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଏହି ଗିରଫ କରିଛି। ଏଠାରେ କହି ରଖୁଛୁ ଯେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗ୍ରୁପକୁ ପ୍ରାୟ ୩,୨୫୦ କୋଟି ଟଙ୍କା ଋଣ ଦେବାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି, ଯେତେବେଳେ ଏହି ଠକେଇ ଘଟିଲା ସେତେବେଳେ ଚନ୍ଦା କୋଚର ବ୍ୟାଙ୍କର ସିଇଓ ଥିଲେ। ତେବେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୯ ମସିହାରେ ଅପରାଧିକ ମାମଲା ଋଜୁ କରି ମକଦ୍ଦମା ରୁଜୁ କରିଥିଲା। ଏହି ମାମଲା ଅନୁଯାୟୀ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ସିବିଆଇ ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦିପକ କୋଚର ଓ ଭିଡ଼ିଓକନ ସମୂହର ବେଣୁଗୋପାଳଙ୍କ ସହିତ  ନ୍ୟୁପାଓ୍ୱାର ରିନେଓ୍ୱାଲସର ସୁପ୍ରିମୋ ଏନର୍ଜୀ, ଭିଡ଼ିଓକନ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ ଓ ଭିଡ଼ିଓକନ ଇଣ୍ଡଷ୍ଟ୍ରିଜ ଲିମିଟେଡ଼କୁ ଅପରାଧିକ ଷଡ଼ଯନ୍ତ୍ର ଓ ଭ୍ରଷ୍ଟାଚାର ନିରୋଧକ ଅଧିନିୟମ ଅନୁଯାୟୀ ଆଇପିସି ଧାରା ଆଧାରରେ ଗିରଫ କରାଯାଇଛି। 

କଣ ରହିଛି ଅଭିଯୋଗ
ସିବିଆଇ ଅଧିକାରୀ କହିଛନ୍ତି କି ଅଭିଯୋଗ ହୋଇଛି ଯେ ଭିଡିଓକନ୍ ପ୍ରମୋଟର ଭେନୁଗୋପାଲ ଧୁତ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ୩୨୫୦ କୋଟି ଟଙ୍କା ଋଣ ପାଇବା ପରେ ନ୍ୟୁପାୱାରରେ କୋଟି ଟଙ୍କା ବିନିଯୋଗ କରିଥିବା ଅଭିଯୋଗ ହୋଇଛି। ୨୦୧୯ରେ ମାମଲା ରୁଜୁ କରିବା ପରେ ସିବିଆଇ ଏକ ବିବୃତ୍ତିରେ କହିଛି ଯେ ଆଇସିଆଇସିଆଇ ବ୍ୟାଙ୍କକୁ ଠକିବା ପାଇଁ ଅପରାଧିକ ଷଡଯନ୍ତ୍ରରେ ଅଭିଯୁକ୍ତ ବେସରକାରୀ କମ୍ପାନୀମାନଙ୍କୁ କିଛି ଋଣ ମଞ୍ଜୁର କରିଛନ୍ତି।