Imran Khan: ଖାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହି ଅପିଲ କେବଳ ତାଙ୍କ ଦଳ ପାଇଁ ନୁହେଁ, ବରଂ ସମଗ୍ର ପାକିସ୍ତାନ ପାଇଁ । ସେ ଆଗକୁ କହିଛନ୍ତି ଯେ ସେ ଏହି ଅପିଲ ଏଥିପାଇଁ କରୁଛନ୍ତି କି ଦେଶକୁ ଅପମାନିତ କରାଯାଇଛି ଓ ବିଦେଶୀ ଷଡଯନ୍ତ୍ର ମାଧ୍ୟମରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ କ୍ଷମତାର ଶୀର୍ଷରେ ବସା ଯାଇଛି ।
Trending Photos
ନୂଆଦିଲ୍ଲୀ: Imran Khan: ଯେବେଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Former Pakistan PM Imran Khan) ଙ୍କ ହାତରୁ କ୍ଷମତା ଯାଇଛି ସେବେଠାରୁ ସେ ଅସ୍ଥିର ଅଛନ୍ତି । କ୍ଷମତା ହାସଲ ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି । ବିଗତ ଦିନରେ ସେ ଇସଲାମାବାଦରେ ବିଶାଳ ଜନସଭା କରି ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି । ଯେହେତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହାତରୁ ସମସ୍ତ କ୍ଷମତା ଚାଲିଯାଇଛି, ସେବେଠାରୁ ତାଙ୍କ ଶାନ୍ତି ଓ ନିଦ ହଜି ଯାଇଛି । କ୍ଷମତା ଯିବା ପରଠାରୁ ସେ ସ୍ଥିର ହୋଇ ବସି ନାହାଁନ୍ତି । ଲଗାତର କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧନ କରୁଛନ୍ତି ।
ଏବେ ପାକିସ୍ତାନର ନୂଆ ସରକାର ବିରୋଧରେ ସେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ନିକଟ ଅତୀତରେ ଇମ୍ରାନ ଖାନ (Imran Khan) ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି, ଯେଉଁଥିରେ ସେ ତାଙ୍କର ନୂତନ ପଦକ୍ଷେପକୁ ନେଇ ଘୋଷଣା କରିଛନ୍ତି । ଏହା ପରେ ପାକିସ୍ତାନର ରାଜନୀତି (Pakistan Politics) କେଉଁ ଦିଗକୁ ଗତି କରିବ, ତାହା ଦେଖିବାକୁ ରହିଯାଇଛି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଶନିବାର ଘୋଷଣା କରିଛନ୍ତି ଯେ, ସେ ତାଙ୍କ ଦଳର ସମର୍ଥକଙ୍କୁ ମେ' ମାସର ଶେଷ ସପ୍ତାହରେ ରାଜଧାନୀ ଇସଲାମାବାଦ (Islamabad) ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେବାକୁ କହିଛନ୍ତି । ଇମ୍ରାନ ଖାନ ନିଜ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (Pakistan Tehreek-e-Insaf:PTI) ର କୋର କମିଟିର ବୈଠକ ପରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ଖାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହି ଅପିଲ କେବଳ ତାଙ୍କ ଦଳ ପାଇଁ ନୁହେଁ, ବରଂ ସମଗ୍ର ପାକିସ୍ତାନ ପାଇଁ । ସେ ଆଗକୁ କହିଛନ୍ତି ଯେ ସେ ଏହି ଅପିଲ ଏଥିପାଇଁ କରୁଛନ୍ତି କି ଦେଶକୁ ଅପମାନିତ କରାଯାଇଛି ଓ ବିଦେଶୀ ଷଡଯନ୍ତ୍ର ମାଧ୍ୟମରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ କ୍ଷମତାର ଶୀର୍ଷରେ ବସା ଯାଇଛି ।
ଏହା ବି ପଢ଼ନ୍ତୁ:-ନୂଆ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର! ଜାଣନ୍ତୁ କ'ଣ ରହିଛି ପ୍ଲାନ୍
ଏହା ବି ପଢ଼ନ୍ତୁ:-ଚଢ଼େଇଙ୍କ ବନ୍ଧୁ 'ହେଲ୍ପ ଫର୍ ୟୁ', ପକ୍ଷୀଙ୍କୁ ଯୋଗାଉଛି ପାଣି ଓ ଖାଦ୍ୟ
ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା
ସେ ମଧ୍ୟ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ (Shehbaz Sharif) ଙ୍କୁ ସମାଲୋଚନା କରି କହିଛନ୍ତି ଯେ, ତାଙ୍କୁ (ଶେହୱାଜ) ଅପରାଧ ମନ୍ତ୍ରୀ କୁହାଯାଉଛି, କାରଣ କ୍ୟାବିନେଟର ୬୦ ପ୍ରତିଶତ ସଦସ୍ୟ ଜାମିନରେ ଅଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନରେ ନୂତନ କ୍ଷମତା ଧୋକା ଓ ଷଡଯନ୍ତ୍ର ଅନ୍ତର୍ଗତ ଆସିଛି । ତେଣୁ ଏପରି ଲୋକଙ୍କର କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ । ଏହିପରି ଲୋକମାନେ ଯେତେ ଶୀଘ୍ର କ୍ଷମତାରୁ ବାହାରିବେ, ପାକିସ୍ତାନ ପାଇଁ ସେତେ ଭଲ ହେବ ।