ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା
Advertisement
Article Detail0/zeeodisha/odisha1170737

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

7th Pay Commission, DA Hike, Gujarat Government Employees: ଗତ ୧୦ ମାସର ବକେୟା ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଗତ ୧୦ ମାସର DA ବକେୟା ହିତାଧିକାରୀଙ୍କୁ ଦୁଇଟି ସମାନ କିସ୍ତିରେ ଦିଆଯିବ । ପ୍ରଥମ ପାଞ୍ଚ ମାସ ପାଇଁ ବକେୟା ପ୍ରଥମ କିସ୍ତି ମେ ୨୦୨୨ର ଦରମା ଓ ପେନସନ ସହିତ ଯୋଡ଼ି ଆସିବ । ପରବର୍ତ୍ତୀ ପାଞ୍ଚ ମାସର ବକେୟା ଦ୍ୱିତୀୟ କିସ୍ତି ଜୁନ୍ ୨୦୨୨ର ଦରମା ସହିତ ଦିଆଯିବ । ଏହିପରି ମେ ମାସରୁ ଲାଭାର୍ଥି କର୍ମଚାରୀ ଓ ପେନସନଭୋଗୀମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ପାଇବା ଆରମ୍ଭ କରିବେ ।

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

ନୂଆଦିଲ୍ଲୀ: 7th Pay Commission, DA Hike, Gujarat Government Employees: ମେ' ମାସର ପ୍ରଥମ ତାରିଖ ଭାରତର ଦୁଇଟି ରାଜ୍ୟ ପାଇଁ ଖାସ୍ ହୋଇଥାଏ । ଏହି ଦିନ ଅର୍ଥାତ୍ ମେ ୧ରେ ଗୁଜରାଟ (Gujarat) ଓ ମହାରାଷ୍ଟ୍ର (Maharashtra) ର ରାଜ୍ୟ ଗଠନ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଉଭୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁଜୁରାଟ ସରକାର (Gujarat Government) ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚଳିତ ବର୍ଷର ଫାଉଣ୍ଡେସନ ଦିବସ (Gujarat Foundation Day) କୁ ସ୍ମରଣୀୟ କରିଦେଇଛନ୍ତି । ଫାଉଣ୍ଡେସନ ଦିବସ ଅବସରରେ ସରକାରୀ କର୍ମଚାରୀ (Gujarat Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଗୁଜୁରାଟ ସରକାର (Gujarat Government) ଙ୍କ ଏହି ବଡ଼ ଘୋଷଣାରୁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ସିଧାସଳଖ ଲାଭ ପାଇବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଜୁଲାଇ ୧, ୨୦୨୧ରୁ ବର୍ଦ୍ଧିତ DA ର ଲାଭ ପାଇବେ । ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ସେହି ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି ଯେଉଁମାନେ ସପ୍ତମ ବେତନ ଆୟୋଗ (7th Pay Commission) ର ଲାଭ ପାଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟରେ ଏହି ବର୍ଗର କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ହେଉଛି ୯.୩୮ ଲକ୍ଷ । 

ଗତ ୧୦ ମାସର ବକେୟା ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଗତ ୧୦ ମାସର DA ବକେୟା ହିତାଧିକାରୀଙ୍କୁ ଦୁଇଟି ସମାନ କିସ୍ତିରେ ଦିଆଯିବ । ପ୍ରଥମ ପାଞ୍ଚ ମାସ ପାଇଁ ବକେୟା ପ୍ରଥମ କିସ୍ତି ମେ ୨୦୨୨ର ଦରମା ଓ ପେନସନ ସହିତ ଯୋଡ଼ି ଆସିବ । ପରବର୍ତ୍ତୀ ପାଞ୍ଚ ମାସର ବକେୟା ଦ୍ୱିତୀୟ କିସ୍ତି ଜୁନ୍ ୨୦୨୨ର ଦରମା ସହିତ ଦିଆଯିବ । ଏହିପରି ମେ ମାସରୁ ଲାଭାର୍ଥି କର୍ମଚାରୀ ଓ ପେନସନଭୋଗୀମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ପାଇବା ଆରମ୍ଭ କରିବେ ।

ଏହା ବି ପଢ଼ନ୍ତୁ:-ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ଏହା ବି ପଢ଼ନ୍ତୁ:-7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି

ଏହା ବି ପଢ଼ନ୍ତୁ:-ଭାଙ୍ଗିବ ସଚିନ ପାଇଲଟଙ୍କ ସ୍ୱପ୍ନ!

 

ସୂଚନାଯୋଗ୍ୟ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।