ମିତ୍ର ରାଷ୍ଟ୍ରଙ୍କ ମଧ୍ୟରେ ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ଅସ୍ୱାଭାବିକ ଓ ଫ୍ରାନ୍ସ ପ୍ରଥମ ଥର ପାଇଁ ଉଭୟ ଦେଶରୁ ନିଜର ରାଜଦୂତମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ୱାଶିଂଟନରେ ଫ୍ରାନ୍ସର କୂଟନୀତିଜ୍ଞମାନେ ଶୁକ୍ରବାର ଆମେରିକା-ଫ୍ରାନ୍ସ ସମ୍ପର୍କ ଉପରେ ଏକ ପ୍ରସ୍ତାବିତ ଉତ୍ସବକୁ ବାତିଲ କରିସାରିଛନ୍ତି ।
Trending Photos
ନୂଆଦିଲ୍ଲୀ: ଆମେରିକା (America) ଓ ଅଷ୍ଟ୍ରେଲିଆ (Australia) ସହ ଫ୍ରାନ୍ସ (France) ର କଟୁତା ବଢ଼ିବାରେ ଲାଗିଛି । ଫ୍ରାନ୍ସ କହିଛି ଯେ ସେ ଆଲୋଚନା ପାଇଁ ଆମେରିକା ଓ ଅଷ୍ଟ୍ରେଲିଆରେ ସ୍ଥିତ ରାଷ୍ଟ୍ରଦୂତଙ୍କୁ ଦେଶକୁ ଡାକିଛି । ଏହାକୁ ସେହି ସୁରକ୍ଷା ଚୁକ୍ତି (submarine deal) ର ପ୍ରତିବାଦ ଭାବେ ଦେଖାଯାଉଛି, ଯେଉଁଥିରେ ବ୍ରିଟେନ୍ (France) ମଧ୍ୟ ସାମିଲ ରହିଛି । ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ (France Foreign Minister) କହିଛନ୍ତି ଯେ, ପରିସ୍ଥିତିର "ଅସାଧାରଣ ଗମ୍ଭୀରତା" କୁ ଦୃଷ୍ଟିରେ ରଖି ଏହି "ଅସାଧାରଣ ନିଷ୍ପତ୍ତି" ଯଥାର୍ଥ ଅଟେ ।
ନିକଟରେ ଆମେରିକା (America), ଅଷ୍ଟ୍ରେଲିଆ (Australia) ଏବଂ ବ୍ରିଟେନ୍ (Britain) ଏକ ଚୁକ୍ତି କରିଛନ୍ତି ଯାହାକୁ ଓକସ୍ (Aukus) କୁହାଯାଉଛି । ଏଥିରେ ଅଷ୍ଟ୍ରେଲିଆକୁ ପରମାଣୁ ଶକ୍ତି (nuclear power) ସହିତ ବୁଡ଼ାଜାହାଜ ବା ପଣ୍ଡୁବି ତିଆରି କରିବାର ପ୍ରଯୁକ୍ତିବିଦ୍ୟା ଦିଆଯିବ । ଏହି ନିଷ୍ପତ୍ତି ପରେ ଫ୍ରାନ୍ସ ଅତ୍ୟନ୍ତ ନିରାଶ ହୋଇଛି କାରଣ ଅଷ୍ଟ୍ରେଲିଆ ସହିତ ଏହାର ବହୁ ବିଲିୟନ ଡଲାର ଚୁକ୍ତି ଶେଷ ହୋଇଛି ।
ଏହି ଚୁକ୍ତିନାମା ଦକ୍ଷିଣ ଚୀନ୍ ସାଗରରେ ଚୀନର ବଢୁଥିବା ଦବଦବାକୁ ଶେଷ କରିବା ପାଇଁ ଏକ ପଦକ୍ଷେପ ବୋଲି କୁହାଯାଉଛି । ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହା ଘୋଷଣା କରିଛନ୍ତି ।
ଫ୍ରାନ୍ସକୁ ଏହି ମେଣ୍ଟର ସୂଚନା ସାର୍ବଜନୀନ ହେବାର କିଛି ଘଣ୍ଟା ପୂର୍ବରୁ ଦିଆଯାଇଥିଲା ।
ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜାନ-ଏଭ୍ରେ ଦ୍ରିଆନ୍ ଶୁକ୍ରବାର ରାତିରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରଦୂତମାନଙ୍କୁ ଦେଶକୁ ଡକାଯାଇଛି । ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଏହି ଚୁକ୍ତି ଏକ ଅଗ୍ରହଣୀୟ ମନୋଭାବ ସହଯୋଗୀ ତଥା ଭାଗିଦାରୀଙ୍କ ମଧ୍ୟରେ ସୃଷ୍ଟି କରେ ଯାହା ଆମର ସହଯୋଗୀତା, ଆମର ଅଂଶୀଦାରଙ୍କ ଦୂରଦୃଷ୍ଟି ଏବଂ ୟୁରୋପରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱକୁ ସିଧାସଳଖ ପ୍ରଭାବିତ କରିଥାଏ ।
କ'ଣ କହିଛି ଆମେରିକା
ହ୍ୱାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ବାଇଡେନ ପ୍ରଶାସନ ଏହି ପଦକ୍ଷେପକୁ ଦୁଃଖ ପ୍ରକାଶ କରିଛି ଓ ମତଭେଦର ସମାଧାନ ପାଇଁ ଆଗମୀ ଦିନରେ ଫ୍ରାନ୍ସ ସହ ଆଲୋଚନା ହେବ । ୱାଶିଂଟନ୍ରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମେରିସେ ପେନ୍ କହିଛନ୍ତି ଯେ ସେ ଫ୍ରାନ୍ସର ନିରାଶାକୁ ବୁଝୁଛନ୍ତି ଓ ଆଶା କରିଛନ୍ତି ଯେ ସେ ଫ୍ରାନ୍ସକୁ ବୁଝାଇବେ ଯେ ଆମେ ଦ୍ୱିପାକ୍ଷିକ ସମ୍ପର୍କକୁ ଗୁରୁତ୍ୱ ଦେଉଛୁ ।
ମିତ୍ର ରାଷ୍ଟ୍ରଙ୍କ ମଧ୍ୟରେ ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ଅସ୍ୱାଭାବିକ ଓ ଫ୍ରାନ୍ସ ପ୍ରଥମ ଥର ପାଇଁ ଉଭୟ ଦେଶରୁ ନିଜର ରାଜଦୂତମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ୱାଶିଂଟନରେ ଫ୍ରାନ୍ସର କୂଟନୀତିଜ୍ଞମାନେ ଶୁକ୍ରବାର ଆମେରିକା-ଫ୍ରାନ୍ସ ସମ୍ପର୍କ ଉପରେ ଏକ ପ୍ରସ୍ତାବିତ ଉତ୍ସବକୁ ବାତିଲ କରିସାରିଛନ୍ତି ।
ତିନି ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ପରେ ଅଷ୍ଟ୍ରେଲିଆ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ ଯାହା ପାଖରେ ପରମାଣୁ ପଣ୍ଡୁବି ହେବ । ଏହି ଚୁକ୍ତି ଅନୁଯାୟୀ ସାଇବର କ୍ଷମଦା, ଆର୍ଟିଫିଶିଏଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟା ଅଷ୍ଟ୍ରେଲିଆ ସହିତ ସେୟାର ହେବ । ଏହି ଘୋଷଣା ପରେ ଫ୍ରାନ୍ସ ସହିତ ଅଷ୍ଟ୍ରେଲିଆର ୩୭ ବିଲିୟନ ଡଲାର ଚୁକ୍ତି ଶେଷ ହୋଇଛି । ୨୦୧୬ରେ ହୋଇଥିବା ଏହି ଚୁକ୍ତି ଅନୁଯାୟୀ ଫ୍ରାନ୍ସକୁ ଅଷ୍ଟ୍ରେଲିଆ ପାଇଁ ୧୨ଟି ପାରମ୍ପାରିକ ପଣ୍ଡୁବି ନିର୍ମାଣ କରିବାର ଥିଲା ।
ଅଧିକ ପଢ଼ନ୍ତୁ:-ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ
ଅଧିକ ପଢ଼ନ୍ତୁ:-ଅକ୍ଟୋବର ୧ରୁ ଲାଗୁ ହେବ ଆପଣଙ୍କ ଦରମା ଓ ଛୁଟି ସହ ଜଡ଼ିତ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ...
ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୮୧ ସଂକ୍ରମିତ
ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍