କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନକୁ ବୃଦ୍ଧି କରିବାର ନିଷ୍ପତ୍ତିକୁ ନେଇ ଏପରି କିଛି କହିଲେ NTAGI ଅଧ୍ୟକ୍ଷ
Advertisement
Article Detail0/zeeodisha/odisha921583

କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନକୁ ବୃଦ୍ଧି କରିବାର ନିଷ୍ପତ୍ତିକୁ ନେଇ ଏପରି କିଛି କହିଲେ NTAGI ଅଧ୍ୟକ୍ଷ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସାରା ଦେଶରେ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪  କୋରୋନା ଭ୍ୟାକ୍ସିନର ଡୋଜ୍ ଲାଗିସାରିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ କୋଟି ୨୬ ଲକ୍ଷ ୮୧ ହଜାର ୯୨୧ ଲୋକଙ୍କୁ ପ୍ରଥମ ଡୋଜ ଲଗାଯାଇଥିବାବେଳେ ୪ କୋଟି ୯୨ ଲକ୍ଷ ୯୦ ହଜାର ୯୩ ଲୋକ ଉଭୟ ଡୋଜ ନେଇସାରିଛନ୍ତି ।

କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନକୁ ବୃଦ୍ଧି କରିବାର ନିଷ୍ପତ୍ତିକୁ ନେଇ ଏପରି କିଛି କହିଲେ NTAGI ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋରୋନା ଟିକା (Corona Vaccine) ଦିଆଯାଉଛି । ସରକାର କୋଭିଶିଲ୍ଡ (Covishield)ର ଦୁଇଟି ଡୋଜର ବ୍ୟବଧାକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିଛନ୍ତି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ବର୍ତ୍ତମାନ ଟିକାକରଣ ଉପରେ ଗଠିତ ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (NTAGI) ର ଚେୟାରମ୍ୟାନ୍ ଏନ.କେ ଆରୋରା ଏହି ବିଷୟରେ ନିଜର ମତ ରଖିଛନ୍ତି ଓ ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାର ନିଷ୍ପତ୍ତି ଠିକ ଅଛି କି ନାହିଁ ତାହା କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ

'ବୈଜ୍ଞାନିକ ଭିତ୍ତିରେ ନିଆଯାଇଥିବା ନିଷ୍ପତ୍ତି'

NTAGI ଚେୟାରମ୍ୟାନ୍ ଏନ.କେ ଆରୋରା କହିଛନ୍ତି ଯେ ଆଣ୍ଟି-କୋରୋନା ଭାଇରସ୍ ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାର ନିଷ୍ପତ୍ତି ବୈଜ୍ଞାନିକ ପ୍ରମାଣ ଆଧାରରେ ପାରଦର୍ଶି ଭାବରେ ନିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଟ୍ୱି ଅନୁଯାୟୀ, ଏନ୍.କେ ଆରୋରା କହିଛନ୍ତି ଯେ ଏହି ବ୍ୟବଧାନରେ ଦଳର ସଦସ୍ୟଙ୍କ ମଧ୍ୟରେ କୌଣସି ପ୍ରକାରର ମତଭେଦ ନଥିଲା ।

ଅଧିକ ପଢ଼ନ୍ତୁ:-ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ରେଟ୍

୩ ଥର ପରିବର୍ତ୍ତନ ହୋଇସାରିଛି ୨ ଡୋଜ ମଧ୍ୟରେ ବ୍ୟବଧାନ

ଯେତେବେଳେ ଜାନୁଆରୀ ୧୬ରେ ଦେଶରେ କୋରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ସେତେବେଳେ କୋଭିଶିଲ୍ଡ (Covishield) ର ୨ ଡୋଜ ମଧ୍ୟରେ ବ୍ୟବଧାନ ୪-୬ ସପ୍ତାହରେ ସ୍ଥିର କରାଯାଇଥିଲା । ଏହା ପରେ ମାର୍ଚ୍ଚ ୨୨ରେ ଏହାକୁ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାକୁ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ଏହା ପରେ ମେ ୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ କୋଭିଡ-19 ୱାର୍କିଂ ଗ୍ରୁପ୍‌ର ସୁପାରିଶକୁ ଗ୍ରହଣ କରାଯାଇଛି ଏବଂ କୋଭିଶିଲ୍ଡର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

NTAGI ଅଧ୍ୟକ୍ଷ ଏହି ବିବାଦକୁ କରିଛି ଶେଷ

ନିକଟ ଅତୀତରେ କୁହାଯାଉଥିଲା ଯେ NTAGI ର ୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ତିନିଜଣ କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବଢ଼ାଇବା ନିଷ୍ପତ୍ତି ନେଇ ସହମତ ନୁହଁନ୍ତି ଏବଂ ଏଭଳି ସୁପାରିଶ କରିବା ପାଇଁ NTAGI ପାଖରେ ପର୍ଯ୍ୟାପ୍ତ ତଥ୍ୟ ନାହିଁ । ଏହି ବିବାଦର ଅନ୍ତ ଘଟାଇ NTAGI ଅଧ୍ୟକ୍ଷ ଏନ.କେ ଆରୋରା କହିଛନ୍ତି ଯେ ଏହି ନିଷ୍ପତ୍ତି ବୈଜ୍ଞାନିକ ଆଧାରିତ ଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଲାଗିସାରିଛି ୨୬.୧୯ କୋଟି ଟିକା ଡୋଜ୍