ସିନ୍ଦେ ଗୋଷ୍ଠୀରେ ଫାଟ, ଏକନାଥଙ୍କ ହାତରୁ ଯିବ ମହାରାଷ୍ଟ୍ର!
Advertisement
Article Detail0/zeeodisha/odisha1306351

ସିନ୍ଦେ ଗୋଷ୍ଠୀରେ ଫାଟ, ଏକନାଥଙ୍କ ହାତରୁ ଯିବ ମହାରାଷ୍ଟ୍ର!

Maharashtra Politics: ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସିନ୍ଦେ ଗୋଷ୍ଠୀର କେବଳ କିଛି ବିଧାୟକ ହିଁ ବିଭାଗକୁ ନେଇ ଖୁସି ଅଛନ୍ତି । ଏହି ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି ଯେ,  ଅଧିକାଂଶ ବିଧାୟକ 'ଡିମୋଶନ'କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ସିନ୍ଦେ ଗୋଷ୍ଠୀରେ ଫାଟ, ଏକନାଥଙ୍କ ହାତରୁ ଯିବ ମହାରାଷ୍ଟ୍ର!

ମୁମ୍ୱାଇMaharashtra Politics: ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ସଙ୍କଟ ଦେଖାଦେଇପାରେ । ଏକନାଥ ସରକାର (Eknath Government) ଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି ହୋଇଛି । ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ (Eknath Shinde Camp) ରୁ ମନ୍ତ୍ରୀ ହୋଇଥିବା ବିଧାୟକମାନେ ସେମାନଙ୍କୁ ମିଳିଥିବା ବିଭାଗରୁ ଖୁସି ନୁହଁନ୍ତି । ତେବେ ବିଧାୟକମାନେ ଏହାକୁ ଅସ୍ୱୀକାର କରିଛନ୍ତି । ସେପଟେ ଶିବସେନା (Shiv Sena) ର ଉଦ୍ଧବ ଠାକରେ ଗୋଷ୍ଠୀ (Uddhav Thackeray Camp) ବିଧାୟକଙ୍କ ବିଭାଗକୁ ନେଇ ଭାରତୀୟ ଜନତା ପାର୍ଟି (BJP) କୁ ଟାର୍ଗେଟ କରିଛି । ଶନିବାର ମନ୍ତ୍ରୀମାନଙ୍କୁ ଏହି ବିଭାଗ ଆବଣ୍ଟନ କରାଯାଇଛି ।

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସିନ୍ଦେ ଗୋଷ୍ଠୀର କେବଳ କିଛି ବିଧାୟକ ହିଁ ବିଭାଗକୁ ନେଇ ଖୁସି ଅଛନ୍ତି । ଏହି ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି ଯେ,  ଅଧିକାଂଶ ବିଧାୟକ 'ଡିମୋଶନ'କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବର ମୁତାବକ, ଦାଦା ଭୁସେ ଓ ସନ୍ଦିପନ୍ ଭୁମରେ ସରକାରଙ୍କ ବିଭାଗ ଉପରେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ସିଲୋଦ ବିଧାୟକ ଅବଦୁଲ ସତ୍ତାରଙ୍କୁ କୃଷି ମନ୍ତ୍ରଣାଳୟ ଦିଆଯାଉଥିବାରୁ କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗୋଟିଏ ପଟେ ଭୁମରେଙ୍କୁ ରୋଜଗାର ଗ୍ୟାରେଣ୍ଟି ଯୋଜନା ଓ ଉଦ୍ୟାନ କୃଷି ବିଭାଗ ଦିଆଯାଇଛି । ସେପଟେ ଠାକରେ ସରକାରରେ କୃଷି ମନ୍ତ୍ରୀ ଥିବା ଭୁସେଙ୍କୁ ବନ୍ଦର ଓ ଖଣି ବିଭାଗ ଦିଆଯାଇଛି । ଏହା ବ୍ୟତୀତ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ମଧ୍ୟ ବିଜେପିକୁ ବଡ଼ ବିଭାଗ ମିଳିବାରୁ ଅସନ୍ତୋଷ ଅଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅର୍ଥ, ରାଜସ୍ୱ, ଗ୍ରାମୀଣ ବିକାଶ, ପରିବେଶ, ପର୍ଯ୍ୟଟନ ଭଳି ବିଭାଗ ବିଜେପି ପାଖକୁ ଯାଇଛି ।

ଶିବସେନାର ମୁଖପତ୍ର 'ସାମାନା'ରେ ମନ୍ତ୍ରୀମାନଙ୍କ ବିଭାଗ ଆବଣ୍ଟନ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ଦଳ କହିଛି ଯେ, ବିଜେପି ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ପରିହାସ କରିଛି । ଏହି ଆର୍ଟିକିଲରେ ଲେଖା ଯାଇଛି ଯେ ବିଜେପି ନିଜ ଅଂଶରେ ସମସ୍ତ ବଡ଼ ମନ୍ତ୍ରଣାଳୟ ରଖିଛି । ତେବେ ଭୁମରେ ଓ ଭୁସେ କୌଣସି ଅସନ୍ତୋଷ କଥାକୁ ଅସ୍ୱୀକାର କରିଛନ୍ତି । ଯେତେବେଳେ କି, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ସାମନାରେ କରାଯାଇଥିବା ସମାଲୋଚନା ଉପରେ ପ୍ରଶ୍ନ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ମୋଦିଙ୍କ ବୟାନ ଯୋଗୁଁ ସଙ୍କଟରେ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ବିଜେପି!

ଏହା ବି ପଢ଼ନ୍ତୁ:-ଋଷ ଓ ଆମେରିକା ବିବାଦ ମଧ୍ୟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଯଦି ପରମାଣୁ ଯୁଦ୍ଧ ହୁଏ ତ ମରିବେ ୫୦୦ କୋଟିରୁ ଅଧିକ ଲୋକ!

ଏହା ବି ପଢ଼ନ୍ତୁ:-ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

ସେପଟେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ବିଭାଗଗୁଡ଼ିକ ଜରୁରୀ ନୁହେଁ, କାର୍ଯ୍ୟ ଓ ଦାୟିତ୍ୱ ଜରୁରୀ ହୋଇଥାଏ । ବ୍ୟକ୍ତିଙ୍କୁ ଦିଆଯାଇଥିବା ବିଭାଗ ସହ ନ୍ୟାୟ କରିବା ଆବଶ୍ୟକ । ଜଣେ ମନ୍ତ୍ରୀ କେବଳ ତାଙ୍କ ବିଭାଗର ମୁଖ୍ୟ ନୁହଁନ୍ତି ସମଗ୍ର ରାଜ୍ୟର ମୁଖ୍ୟ ମଧ୍ୟ ଅଟନ୍ତି । ରାଜ୍ୟର ସମ୍ପୂର୍ଣ୍ଣ ବିକାଶ ଓ ପ୍ରଗତି ପାଇଁ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ ହୋଇଥାଏ ।