ଗୁରୁବାର ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଆସିନାହିଁ । ବୁଧବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିବାବେଳେ ଗୁରୁବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୯୦୦ ଟଙ୍କା ରହିଛି ।
Trending Photos
ନୂଆଦିଲ୍ଲୀ: Gold-Silver Rate: ଗୁରୁବାର ସୁନା ମୂଲ୍ୟ (Gold Price) ରେ ବୃଦ୍ଧି ଘଟିଛି । ଅନ୍ୟପଟେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ସେହିପରି ବୈଶ୍ୱିକ ସ୍ତରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ବୁଧବାର ସୁନା ମୂଲ୍ୟରେ ୩୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେହିପରି ଗୁରୁବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୧୯୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୭,୧୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୧୯୦ ଟଙ୍କାରେ ପହଞ୍ଚିଛି । ସେପଟେ ବୁଧବାର ଏହାର ମୂଲ୍ୟ ୪୬,୧୫୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍
ସେହିପରି ଗୁରୁବାର ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଆସିନାହିଁ । ବୁଧବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିବାବେଳେ ଗୁରୁବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୯୦୦ ଟଙ୍କା ରହିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୯୦ ଟଙ୍କା ରହିଛି । ଯାହା ବୁଧବାର ୬,୭୯୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଟିକା ନ ଲଗାଇଲେ ବିଧାନସଭାରେ ବିଧାୟକଙ୍କୁ ମିଳିବନି ଏଣ୍ଟ୍ରି, ବାଚସ୍ପତିଙ୍କ ଆଦେଶ
ଅନ୍ୟପଟେ ଗୁରୁବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ବୁଧବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୧୧୦ ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୦୦୦ ଟଙ୍କାରେ ପହଞ୍ଚିଛି । ବୁଧବାର ଏହାର ମୂଲ୍ୟ ୪୪,୧୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ନିଜକୁ ହିନ୍ଦୁ କହି ତିନି ସନ୍ତାନର ମା' ସହ କଲା ବିବାହ, ଏମିତି ସାମ୍ନାକୁ ଆସିଲା ସତ
ଗୁରୁବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ବୁଧବାର ରାଜଧାନୀରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଗୁରୁବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୩,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୩,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୩୧୦ ଟଙ୍କା ରହିଛି । ଯାହା ବୁଧବାର ୭,୩୪୦ ଟଙ୍କା ଥିଲା ।