ଆହୁରି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha814050

ଆହୁରି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଆଜି ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୬୦୦ ଟଙ୍କାରେ ପହଞ୍ଚିଛି ।

ଆହୁରି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଲଗାତର ତୃତୀୟ ଦିନ ସୁନା-ରୁପା ମୂଲ୍ୟ (Gold-Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ଆଜି ମୂଲ୍ୟବାନ ଧାତୁ ଦର ମଧ୍ୟ ଖସିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ବୁଧବାର ସୁନା ମୂଲ୍ୟରେ ୪୯୦ ଟଙ୍କାର ହ୍ରାସ ଘଟିଥିଲା । ଆଜି (ଗୁରୁବାର) ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର (Gold Price) ରେ ୭୦ ଟଙ୍କା ଖସିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୭୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୭୭୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୭୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୭୭୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ନିର୍ମାଣ ହେବ କୃଷ୍ଣ ମନ୍ଦିର, ଇମ୍ରାନ ସରକାରରୁ ମିଳିଲା ମଞ୍ଜୁରୀ

ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଆଜି ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୬୦ ଟଙ୍କା ରହିଛି । ଯାହା ଗତକାଲି ୬,୬୯୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଡରାଉଛି କୋରୋନାର ଆଉ ଏକ ନୂଆ ରୂପ, ବ୍ରିଟେନରେ ମିଳିଥିବା ନୂତନ ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ବିପଜ୍ଜନକ

ସେପଟେ ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ବୁଧବାର ଭୁବନେଶ୍ୱରରେ ସୁନା ଦରରେ ୪୪୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୯୪୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୦,୮୩୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୬,୬୦୦ ଟଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ:-ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ

ଅନ୍ୟପଟେ ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ  ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ ୧,୫୦୦ ଟଙ୍କାର ହ୍ରାସ ଘଟିଥିଲା । ଆଜି ରୁପା ମୂଲ୍ୟରେ ୯୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୦,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୪୦ ଟଙ୍କା ରହିଛି । ଯାହା ଗତକାଲି ୭,୦୫୦ ଟଙ୍କା ଥିଲା ।