ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ
Advertisement
Article Detail0/zeeodisha/odisha813788

ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ

ଦିଲ୍ଲୀ ସ୍ଥିତ ଏକ ସଂସ୍ଥା ଗଭର୍ଣ୍ଣ ଆଇ ସିଷ୍ଟମ ଦ୍ୱାରା ଏହି ସର୍ଭେ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିଲା । ସର୍ଭେରେ ନାମାଙ୍କନପତ୍ରକୁ ଭିତ୍ତି କରି ୨୫ ଜଣ ଲୋକସଭା ସାଂସଦଙ୍କୁ ଏଥିପାଇଁ ସର୍ଟଲିଷ୍ଟ କରାଯାଇଥିଲା ଏବଂ ସେହି ସମସ୍ତ ସାଂସଦଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗ୍ରାଉଣ୍ଡ ସାକ୍ଷାତକାର ଏବଂ ମତାମତ ଆଧାରରେ ଶ୍ରେଷ୍ଠ-10 ସାଂସଦ ଚୟନ କରାଯାଇଥିଲା ।

ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ

ନୂଆଦିଲ୍ଲୀ: କୋରୋନା ଭାଇରସ୍ (Coronavirus) ଯୋଗୁଁ ଲାଗିଥିବା ଲକଡାଉନ୍ (Lockdown) ସମୟରେ ନିଜ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Ganhi) ମଧ୍ୟ ସାମିଲ ଅଛନ୍ତି । ଏକ ସର୍ଭେ ଅନୁଯାୟୀ, ଉଜ୍ଜୈନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ ଅନୀଲ ଫିରୋଜିଆ, ନେଲ୍ଲୋରରୁ YSRCP ସାଂସଦ ଅଡାଲା ପ୍ରଭାକର ରେଡ୍ଡୀ ଏବଂ ୱାୟନାଡରୁ କଂଗ୍ରେସ ସାଂସଦ (Congress MP) ରାହୁଲ ଗାନ୍ଧୀ (Rahul Gandhi) ସେହି ଅଳ୍ପ କିଛି ନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନେ ଲକଡାଉନ୍ ସମୟରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସର୍ବାଧିକ ସହାୟତା ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଡରାଉଛି କୋରୋନାର ଆଉ ଏକ ନୂଆ ରୂପ, ବ୍ରିଟେନରେ ମିଳିଥିବା ନୂତନ ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ବିପଜ୍ଜନକ

ଦିଲ୍ଲୀ ସ୍ଥିତ ଏକ ସଂସ୍ଥା ଗଭର୍ଣ୍ଣ ଆଇ ସିଷ୍ଟମ ଦ୍ୱାରା ଏହି ସର୍ଭେ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିଲା । ସର୍ଭେରେ ନାମାଙ୍କନପତ୍ରକୁ ଭିତ୍ତି କରି ୨୫ ଜଣ ଲୋକସଭା ସାଂସଦଙ୍କୁ ଏଥିପାଇଁ ସର୍ଟଲିଷ୍ଟ କରାଯାଇଥିଲା ଏବଂ ସେହି ସମସ୍ତ ସାଂସଦଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗ୍ରାଉଣ୍ଡ ସାକ୍ଷାତକାର ଏବଂ ମତାମତ ଆଧାରରେ ଶ୍ରେଷ୍ଠ-10 ସାଂସଦ ଚୟନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଜାନୁଆରୀରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ?

ଏହି ୧୦ ଜଣ ସାଂସଦଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ବିଜେପିର ଅନିଲ ଫିରୋଜିଆ ଅଛନ୍ତି । ଏହି କ୍ରମରେ ଦ୍ୱିତୀୟରେ YSRCP ଅଡାଲା ପ୍ରଭାକର ରେଡ୍ଡୀ, ତୃତୀୟରେ କଂଗ୍ରେସର ରାହୁଲ ଗାନ୍ଧୀ, ଚତୁର୍ଥରେ ଟିଏମସି (TMC) ର ମହୁଆ ମିତ୍ର, ପଞ୍ଚମରେ ବିଜେପିର ତେଜସ୍ୱୀ ସୂର୍ଯ୍ୟ, ଷଷ୍ଠରେ ଶିବସେନା (Shiv Sena) ର ହେମନ୍ତ ତୁକାରାମ ଗୋଡସେ, ସପ୍ତମରେ ଅକାଳୀ ଦଳ (SAD) ର ସୁଖବୀର ସିଂ ବାଦଲ, ଅଷ୍ଟମରେ ବିଜେପିର ଶଙ୍କର ଲଲୱାନି, ନବମରେ ଡିଏମକେ (DMK) ର ଡକ୍ଟର ଟି ସୁମତି ଥାମିଝାଚି ଥାଙ୍ଗାପାଣ୍ଡିଆନ୍ ଏବଂ ଦଶମ ସ୍ଥାନରେ ବିଜେପିର ନିତିନ ଜୟରାମ ଗଡକରୀ ସାମିଲ ଅଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗଭର୍ଣ୍ଣ ଆଇ ଏକ ବୟାନରେ କହିଛି ଯେ ଅକ୍ଟୋବର ୧ରୁ ଅକ୍ଟୋବର ୧୫ ମଧ୍ୟରେ ୫୧୨ ଲୋକସଭା ସାଂସଦଙ୍କ ପାଇଁ ୩୩,୮୨,୫୬୦ ବୈଧ ନାମାଙ୍କନ ପ୍ରାପ୍ତ କରାଯାଇଥିଲା ।