ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗତକାଲି ଅର୍ଥାତ ଶୁକ୍ରବାର ଭୁବନେଶ୍ୱରରେ ସୁନା ଦରରେ ୧୪୦ ଟଙ୍କାର ବୃଦ୍ଧି ଘଟିଥିଲା ।
Trending Photos
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଗତକାଲି ସୁନା ମୂଲ୍ୟରେ ୨୦ ଟଙ୍କାର ହ୍ରାସ ଘଟିଛି । ଅନ୍ୟପକ୍ଷେ ଆଜି (ଶନିବାର) ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୬୦ ଟଙ୍କା ବଢ଼ିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୮୯୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୦,୮୩0 ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୬୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୯,୮୯୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୯,୮୩୦ ଟଙ୍କା ଥିଲା ।
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ କୌଣସି ବୃଦ୍ଧି ଘଟି ନଥିବା ବେଳେ ଆଜି ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୨୩୦ ଟଙ୍କାରେ ରହିଛି । ଯାହା ଗତକାଲି ୬,୧୬୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'
ଅନ୍ୟପକ୍ଷେ ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗତକାଲି ଅର୍ଥାତ ଶୁକ୍ରବାର ଭୁବନେଶ୍ୱରରେ ସୁନା ଦରରେ ୧୪୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୪୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୩୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୧,୨୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୬,୯୦୦ ଟଙ୍କା ରହିଥିଲା ।
ଅଧିକ ପଢ଼ନ୍ତୁ:-୪ ମାସରେ ଭାରତୀୟଙ୍କୁ ମିଳିଯିବ କୋରୋନା ଭ୍ୟାକ୍ସିନ, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ
ସେପଟେ ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ଆଜି ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୭୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୭୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬,୬୫୦ ଟଙ୍କା ଥିଲା ।