LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା
Advertisement

LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା

LIC ଅନୁଯାୟୀ, ପୋଲିସି ସରେଣ୍ଡର କରାଇ ଭଲ ରିଟର୍ଣ୍ଣ ପାଇବାର ଲୋଭ ଦେଇ କିଛି ଗ୍ରାହକଙ୍କଠାରୁ ଭଲ ରାଶି ମଧ୍ୟ ଆଦାୟ କରାଯାଇଛି । 

LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା

ତମାଲ ବାକଚିନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ(LIC) ନିଜ ଗ୍ରାହକଙ୍କୁ ଠକାମିରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଜାରି କରିଛି । LIC ଅନୁଯାୟୀ ଗ୍ରାହକଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ କିମ୍ୱା ଲ୍ୟାଣ୍ଡଲାଇନକୁ କଲ କରି ଭ୍ରମିତ କରାଯାଉଛି । କିଛି ଠକମାନେ LIC ଅଧିକାରୀ, ଏଜେଣ୍ଟ କିମ୍ବା ବୀମା ନିୟନ୍ତ୍ରକ IRDA ଅଧିକାରୀ ହୋଇ ଗ୍ରାହକଙ୍କୁ ଫୋନ କରୁଛନ୍ତି । ଏହି କଲରେ ସେମାନେ ବୀମା ପଲିସି ସହିତ ଜଡିତ ଲାଭକୁ ବଢ଼ାଇଚଢ଼ାଇ କହନ୍ତି । ଏହି ଉପାୟରେ ସେମାନେ ଗ୍ରାହକଙ୍କୁ ବର୍ତ୍ତମାନ ପୋଲିସି ସରେଣ୍ଡର କରିବାକୁ ପ୍ରବର୍ତ୍ତାନ୍ତି ।

LIC ଅନୁଯାୟୀ, ପୋଲିସି ସରେଣ୍ଡର କରାଇ ଭଲ ରିଟର୍ଣ୍ଣ ପାଇବାର ଲୋଭ ଦେଇ କିଛି ଗ୍ରାହକଙ୍କଠାରୁ ଭଲ ରାଶି ମଧ୍ୟ ଆଦାୟ କରାଯାଇଛି । ଯେତେବେଳେ କି, କିଛି ଗ୍ରାହକଙ୍କ ଦ୍ୱାରା ସରେଣ୍ଡର କରାଯାଇଥିବା ଅର୍ଥ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ନିବେଶ କରାଇ ଦିଆଯାଇଛି । ଏହିପରି ଭାବରେ କମ୍ପାନୀର ପ୍ରତିନିଧୀ ହୋଇ ପୋଲିସି ହୋଲ୍ଡର୍ସଙ୍କୁ ବିଭ୍ରାନ୍ତ କରାଯାଉଛି ।

ଅଧିକ ପଢ଼ନ୍ତୁ:-ବୁଡ଼ିଯିବ ଏଲଆଇସି ଟଙ୍କା!

LIC ନିଜ ତରଫରୁ ଜାରି କରାଯାଇଥିବା ଆଲର୍ଟରେ ସ୍ପଷ୍ଟ ଭାବରେ କହିଛି ଯେ, ଗ୍ରାହକଙ୍କୁ କୌଣସି ପୋଲିସି ସରେଣ୍ଡର କରିବାକୁ କମ୍ପାନୀ ପରାମର୍ଶ ଦେଉନାହିଁ ।  ଅଚିହ୍ନା ନମ୍ବରରୁ ଆସୁଥିବା ଫୋନ୍ କଲକୁ ନ ଧରିବା ପାଇଁ କମ୍ପାନୀ ଗ୍ରାହକଙ୍କୁ ନିବେଦନ କରିଛି । LIC ଗ୍ରାହକଙ୍କୁ ପରାମର୍ଶ ଦେଇଛି ଯେ ସେମାନେ LICର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ପୋଲିସି ପଞ୍ଜିକରଣ କରାନ୍ତୁ ଏବଂ ସେଠାରେ ସମସ୍ତ ସୂଚନା ପାଇଁ ପାରିବେ ।

ଅଧିକ ପଢ଼ନ୍ତୁ:-ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ଏହା ବ୍ୟତୀତ, LIC ନିଜର ଗ୍ରାହକମାନଙ୍କୁ ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛି ।

1. କମ୍ପାନୀ କହିଛି ଯେ ସେମାନେ କେବଳ ଏପରି ଏଜେଣ୍ଟଙ୍କଠାରୁ ପଲିସି କିଣିବା ଉଚିତ୍ ଯାହାର ଆଇଆରଡିଏ ଦ୍ୱାରା ଦିଆଯାଇଥିବା ଲାଇସେନ୍ସ କିମ୍ବା ଏଲଆଇସି ଦ୍ୱାରା ଦିଆଯାଇଥିବା ଆଇଡି କାର୍ଡ ଅଛି ।

2. ଏହା ବ୍ୟତୀତ, ଯଦି କୌଣସି ଗ୍ରାହକଙ୍କୁ କିଛି ବିଭ୍ରାନ୍ତିକର କଲ ଆସୁଛି, ସେମାନେ co_crm_fb @ licindiaକୁ ଇମେଲ କରି ଅଭିଯୋଗ ଦାଖଲ କରିପାରିବେ ।

3. ଗ୍ରାହକମାନେ LIC ୱେବସାଇଟ୍ ଯାଇ ସେମାନଙ୍କ ସହ ଯୋଗାଯୋଗ କରି ଗ୍ରୀଭେନ୍ସ ରେଡ୍ରେସାଲ୍ ଅଧିକାରୀଙ୍କ ଡିଟେଲ୍ସ ନିଅନ୍ତୁ ଓ ସେମାନଙ୍କ ସହ ଯୋଗାଯୋଗ କରିବାର ବିକଳ୍ପ ରହିଛି । 

ଅଧିକ ପଢ଼ନ୍ତୁ:-ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍