Gujarat Election Opinion Poll 2022: ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ, ପ୍ରଥମ ସର୍ଭେରେ ହେଲା ବଡ଼ ଖୁଲାସା
Advertisement
Article Detail0/zeeodisha/odisha1377849

Gujarat Election Opinion Poll 2022: ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ, ପ୍ରଥମ ସର୍ଭେରେ ହେଲା ବଡ଼ ଖୁଲାସା

Gujarat Election Opinion Poll 2022: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଏକ ସର୍ଭେ କରାଯାଇଛି । ଯଦି ଆମେ ଏହି ସର୍ଭେର ଆକଳନକୁ ଦେଖିବା ତେବେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଯୋଗୁଁ ବିଜେପିକୁ ମଧ୍ୟ କ୍ଷତି ସହିବାକୁ ପଡ଼ୁଛି । କିନ୍ତୁ ଅଧିକ ନୁହେଁ । ରାଜ୍ୟରେ ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ୪୯ ପ୍ରତିଶତ ଭୋଟ୍ ପାଇଥିଲା । ଏଥର ଦଳ ୪୭ ପ୍ରତିଶତ ଭୋଟ୍ ପାଇବ ବୋଲି ଆକଳନ କରାଯାଉଛି । 

Gujarat Election Opinion Poll 2022: ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ, ପ୍ରଥମ ସର୍ଭେରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: Gujarat Election Opinion Poll 2022: ଗୁଜରାଟ ବିଧାନସଭା ନିର୍ବାଚନ (Gujarat Assembly Elections 2022) ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ । ରାଜ୍ୟର ବିଧାନସଭା ନିର୍ବାଚନରେ ​ଭାରତୀୟ ଜନତା ପାର୍ଟି (BJP) ଓ କଂଗ୍ରେସ (Congress) ମଧ୍ୟରେ ସିଧା ଲଢ଼େଇ ରହିଛି, କିନ୍ତୁ ଚଳିତ ଥର ଆମ୍ ଆଦମୀ ପାର୍ଟି (AAP) ର ଉପସ୍ଥିତି ନିର୍ବାଚନକୁ ଆହୁରି ରୋଚକ କରିଦେଇଛି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି କ୍ଷମତା ହାସଲ କରିବା ପାଇଁ ଜୋରଦାର ପ୍ରଚାର କରୁଛି । ଗୁଜୁରାଟ ବିଧାନସଭା ନିର୍ବାଚନକୁ ୨୦୨୪ର ସାଧାରଣ ନିର୍ବାଚନ ସହିତ ଯୋଡ଼ି ଦେଖାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଗୃହ ରାଜ୍ୟ ହେବା ସହିତ ଏଠାରେ ବିଜେପିର ସ୍ଥିତି ବହୁତ ମଜବୁତ ରହିଛି । 

ସେପଟେ ଗୁଜୁରାଟ ନିର୍ବାଚନ ଘୋଷଣା ପୂର୍ବରୁ ସି ଭୋଟର ଓ ଏବିପି ନ୍ୟୁଜ୍ ଦ୍ୱାରା ଏକ ସର୍ଭେ କରାଯାଇଛି । ଆମ୍ ଆଦମୀ ପାର୍ଟିକୁ ନେଇ ଯେମିତି ଚର୍ଚ୍ଚା ଚାଲିଛି ସେତେଟା ଦଳକୁ ସଫଳତା ମିଳୁ ନଥିବାର ଦେଖିବାକୁ ମିଳୁଛି ଏହି ସର୍ଭେରେ । କିନ୍ତୁ ଶାସକ ଦଳ ବିଜେପି ତୁଳନାରେ କଂଗ୍ରେସକୁ ବ୍ୟାପକ କ୍ଷତି ପହଞ୍ଚାଇବାରେ ଆପ୍ ସଫଳ ହେଉଥିବାର ଦେଖାଯାଉଛି । ଆମ୍ ଆଦମୀ ପାର୍ଟି ୦-୨ଟି ଆସନ ପାଇବ ବୋଲି ସର୍ଭେ ଆକଳନ କରିଛି । ସର୍ଭେରେ ଜଣାପଡିଛି ଯେ ଚଳିତ ବିଧାନସଭା ନିର୍ବାଚନ ବିଜେପି ସପକ୍ଷରେ ଯାଉଛି । 

ଗୁଜରାଟକୁ ନେଇ କରାଯାଇଥିବା ପ୍ରଥମ ଓପିନିୟନ ପୋଲରେ ବିଜେପି ୪୭ ପ୍ରତିଶତ ଭୋଟ୍ ପାଇବ ବୋଲି ଆକଳନ କରାଯାଇଛି । ଏଥି ସହିତ ୩୨ ପ୍ରତିଶତ ଭୋଟ ପ୍ରତିଶତ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ସର୍ଭେରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଲାଭ ସହ ୧୭ ପ୍ରତିଶତ ଭୋଟ୍ ଜିତିଥିବା ବେଳେ ଚାରି ପ୍ରତିଶତ ଅନ୍ୟଙ୍କ ପାଖକୁ ଯାଉଥିବା ଜଣାପଡିଛି । ଯଦି ଆମେ ଏହି ଆକଳନକୁ ଦେଖିବା ତେବେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଯୋଗୁଁ ବିଜେପିକୁ ମଧ୍ୟ କ୍ଷତି ସହିବାକୁ ପଡ଼ୁଛି । କିନ୍ତୁ ଅଧିକ ନୁହେଁ । ରାଜ୍ୟରେ ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ୪୯ ପ୍ରତିଶତ ଭୋଟ୍ ପାଇଥିଲା । ଏଥର ଦଳ ୪୭ ପ୍ରତିଶତ ଭୋଟ୍ ପାଇବ ବୋଲି ଆକଳନ କରାଯାଉଛି । ଏହାର ଅର୍ଥ ହେଉଛି ବିଜେପି ଦୁଇ ପ୍ରତିଶତ କ୍ଷତି ସହିବାକୁ ପଡ଼ିପାରେ ।

ବର୍ତ୍ତମାନ, ଯଦି ଆମେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ କଂଗ୍ରେସ ବିଷୟରେ ଚର୍ଚ୍ଚା କରିବା । ତେବେ ଆମ୍ ଆଦମୀ ପାର୍ଟି ଯୋଗୁଁ କଂଗ୍ରେସକୁ ବଡ଼ କ୍ଷତି ସହିବାକୁ ପଡ଼ିବ  ବୋଲି ଆଶା କରାଯାଉଛି । ଆସନ୍ତା ନିର୍ବାଚନରେ ​​କଂଗ୍ରେସ ୩୨ ପ୍ରତିଶତ ଭୋଟ୍ ପାଇବ ବୋଲି କୁହାଯାଉଛି । ଅନ୍ୟପଟେ ଗତ ନିର୍ବାଚନରେ ​ଦଳ ୪୧.୪ ପ୍ରତିଶତ ଭୋଟ୍ ଥିଲା । ପରିସ୍ଥିତି ସ୍ପଷ୍ଟ ଯେ ଆମ୍ ଆଦମୀ ପାର୍ଟି ବିଜେପି ଅପେକ୍ଷା କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଉଛି । କଂଗ୍ରେସ ୯ ପ୍ରତିଶତରୁ ଅଧିକ ଭୋଟ୍ ହରାଇପାରେ ।

ଅଧିକ ପଢ଼ନ୍ତୁ:-'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା

ଅଧିକ ପଢ଼ନ୍ତୁ:-ଆରମ୍ଭ ହୋଇସାରିଛି ତୃତୀୟ ବିଶ୍ୱଯୁଦ୍ଧ, ମାନିବାକୁ ପ୍ରସ୍ତୁତ ନୁହଁନ୍ତି ପାଶ୍ଚାତ୍ୟ ଦେଶ!

 

ଏହି ସର୍ଭେରେ ଭାରତୀୟ ଜନତା ପାର୍ଟି ଗୁଜୁରାଟରେ ପୁଣି ଥରେ ଫେରୁଛି । ରାଜ୍ୟର ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୧୩୫ରୁ ୧୪୩ଟି ଆସନ ବିଜେପି ଖାତାରେ ଯାଉଥିବାର ଦେଖାଯାଉଛି । କଂଗ୍ରେସକୁ କେବଳ ୩୬-୪୪ଟି ଆସନ ଦିଆଯାଇଛି । ଗତ ନିର୍ବାଚନରେ ​​କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । କଂଗ୍ରେସ ୭୭ଟି ଆସନ ଜିତିଥିଲା । ତେବେ ପରେ ଅନେକ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏହି ସର୍ଭେରେ ଆମ୍ ଆଦମୀ ପାର୍ଟି ଶୂନରୁ ମାତ୍ର ଦୁଇଟି ଆସନ ପାଇଥିବାର ନଜର ଆସିଛି । ଏଥି ସହିତ ୩ଟି ଆସନ ଅନ୍ୟମାନଙ୍କ ଖାତାକୁ ଯାଇପାରେ ।