Rajasthan Congress Crisis: 'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ
Advertisement
Article Detail0/zeeodisha/odisha1376921

Rajasthan Congress Crisis: 'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ

Ashok Gehlot vs Sachin Pilot​: ରାଜସ୍ଥାନ ରାଜନୀତିରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଶୋକ ଗେହଲୋତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ । ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହି ସମୟରେ ଅଶୋକ ଗେହଲୋତ ସଚିନ ପାଇଲଟଙ୍କୁ ଅତୀତରେ କରିଥିବା ବିଦ୍ରୋହ କଥାକୁ ତାଙ୍କୁ ମନେ ପକାଇଦେଇଛନ୍ତି । 

Rajasthan Congress Crisis: 'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ

ଜୟପୁର: Rajasthan Congress Crisis: ରାଜସ୍ଥାନରେ କଂଗ୍ରେସ (Rajasthan Congress) ର ଗୋଷ୍ଠୀ କନ୍ଦଳ କମ୍ ହେବାର ନାମ ନେଉନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋତ (Ashok Gehlot) ପୁଣି ଥରେ ସଚିନ ପାଇଲଟ (Sachin Pilot) ଙ୍କୁ ଅତୀତର ବିଦ୍ରୋହ କରିବା କଥାକୁ ମନେ ପକାଇଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସରକାରକୁ ହଟାଇବା ପାଇଁ ଅମିତ ଶାହ (Amit Shah) ଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତେ ଏହା ଜାଣନ୍ତି । କିଛି ବିଧାୟକ ମଧ୍ୟ ସେହି ବୈଠକକୁ ଯାଇଥିଲେ । ଗେହଲୋତ ଏହା ମଧ୍ୟ କହିଛନ୍ତି ଯେ,  ସେହି ସମୟରେ ଅମିତ ଶାହଙ୍କ ଘରେ ଧର୍ମେନ୍ଦ୍ର ପ୍ରଧାନ ଓ ଜାଫର ଇସଲାମ ମଧ୍ୟ ଉପସ୍ଥିତ ଥିଲେ । ସଚିନ ପାଇଲଟଙ୍କ ନାମ ନ ନେଇ ମୁଖ୍ୟମନ୍ତ୍ରୀ ଗେହଲୋଟ ତାଙ୍କୁ ଟାର୍ଗେଟ କରିଛନ୍ତି । 

ରାଜସ୍ଥାନ ସିଏମ ଗେହଲୋତ କହିଛନ୍ତି ଯେ, "ଅମିତ ଶାହ ଆମ ବିଧାୟକମାନଙ୍କୁ ମିଠା ଖୁଆଉଥିଲେ । ଟିକେ ଅପେକ୍ଷା କରିବାକୁ କହିଥିଲେ । ଶେଷରେ ସତ୍ୟର ବିଜୟ ହେଲା । ଆମ ସରକାର ବଞ୍ଚି ଯାଇଛି । ସରକାରଙ୍କୁ ବଞ୍ଚାଇଥିବା ବିଧାୟକମାନଙ୍କୁ ଆମେ କିପରି ଭୁଲି ପାରିବା? ମୁଁ କିପରି ୧୦୨ ବିଧାୟକଙ୍କୁ ଭୁଲି ପାରିବି? ମୁଁ କେଉଁଠି ରହେ ବା ନ ରହେ, ଏକ ଭିନ୍ନ ବିଷୟ । ମୁଁ ବିଧାୟକଙ୍କ ଅଭିଭାବକ । ଆଜି ଯଦିଓ ଦୁଇ କିମ୍ବା ଚାରିଜଣ ବିଧାୟକ ମୋ ବିରୁଦ୍ଧରେ ମନ୍ତବ୍ୟ ଦିଅନ୍ତି, ତଥାପି ମୁଁ କିଛି ଖରାପ ଭାବେ ନାହିଁ ।"

ଗେହଲୋତ ଆଗକୁ କହିଛନ୍ତି ଯେ, ପ୍ରତ୍ୟେକ ବିଧାୟକଙ୍କୁ ୧୦-୧୦ କୋଟି ଟଙ୍କା ମିଳିଥିଲା । ହୋଟେଲରୁ ବାହାର ଯିବା ଉପରେ ହିଁ କେବଳ ୧୦ କୋଟିର ଅଫର ଥିଲା । ପରେ ପରିସ୍ଥିତି ଅନେକ ଥର ବଦଳିଛି । କିଛି ଲୋକ ବଦଳି ଯାଆନ୍ତୁ । କିନ୍ତୁ ମୁଁ ତାଙ୍କ ଅନୁଗ୍ରହକୁ ଭୁଲି ପାରିବି ନାହିଁ । ଦେଶରେ ବିଜେପି ଘୋଡ଼ା ବ୍ୟବସାୟର ଖେଳ ଖେଳୁଛି । ବିଜେପିର ଲୋକମାନେ ଗଣତନ୍ତ୍ରର ହତ୍ୟାକାରୀ । ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ସରକାର ପରିବର୍ତ୍ତନ କରାଯାଇଛି । ମହାରାଷ୍ଟ୍ର ସରକାର ବଦଳାଇଛନ୍ତି । ରାଜସ୍ଥାନରେ ସେମାନଙ୍କ ଚାଲ୍ କାମ କରିନଥିଲା । କାରଣ ଆମର ଲୋକଙ୍କ ସମର୍ଥନ ଥିଲା । ମୋତେ ସର୍ବସାଧାରଣଙ୍କଠାରୁ କଲ୍ ଆସୁଥିଲା, ଯଦି ୩ ମାସ ବି ହୋଟେଲରେ ରହିବାକୁ ପଡ଼ୁଛି ତେବେ ରୁହନ୍ତୁ । କିନ୍ତୁ ମଜବୁତ ରୁହନ୍ତୁ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା

ଅଧିକ ପଢ଼ନ୍ତୁ:-ଆରମ୍ଭ ହୋଇସାରିଛି ତୃତୀୟ ବିଶ୍ୱଯୁଦ୍ଧ, ମାନିବାକୁ ପ୍ରସ୍ତୁତ ନୁହଁନ୍ତି ପାଶ୍ଚାତ୍ୟ ଦେଶ!

ଅଧିକ ପଢ଼ନ୍ତୁ:-ଘରର ଏହି ସ୍ଥାନରେ ଲଗାନ୍ତୁ ଘଣ୍ଟା, ଖୋଲି ଯିବ ଆପଣଙ୍କ ଭାଗ୍ୟର ତାଲା

ଏଠାରେ କହି ରଖୁଛୁ ଯେ, ସଚିନ ପାଇଲଟ୍ ୨୦୨୦ରେ ବିଦ୍ରୋହ କରି ଗେହଲୋତ ସରକାରଙ୍କୁ ଅସୁବିଧାରେ ପକାଇଥିଲେ । ଗେହଲୋତ କ୍ୟାମ୍ପର ବିଧାୟକମାନେ ଗୁରୁଗାଓଁର ମାନସର ଏକ ହୋଟେଲରେ ରହିଥିଲେ । କଂଗ୍ରେସ ହାଇକମାଣ୍ଡ ୧୦୨ ବିଧାୟକଙ୍କୁ ସମ୍ମାନ ଦେଉନାହିଁ କି? ଏହାର ଜବାବରେ ସିଏମ୍ ଗେହଲୋତ କହିଛନ୍ତି ଯେ ଅନେକ ଥର କେତେକ କାରଣରୁ ଏପରି ନିଷ୍ପତ୍ତି ନିଆଯାଏ । ଯାହାକୁ ଗ୍ରହଣ କରିବା ପଡ଼ିଥାଏ । କେଉଁ ପରିସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ମୁଁ ଜାଣେ ନାହିଁ, ମୁଁ ତାହା ଉପରେ ଯିବାକୁ ଚାହେଁ ନାହିଁ । ମୁଁ କାହାକୁ ଦାୟୀ କରୁ ନାହିଁ ।