ଦେଶକୁ ପୁଣି ଥରେ ରାସ୍ତା ଦେଖାଇଲା ଗୁଜୁରାଟ! ହାଇକୋର୍ଟ ଲାଇଭ ଷ୍ଟ୍ରିମିଂ ସିଷ୍ଟମକୁ ଆପଣାଇଲେ ଅନ୍ୟ ରାଜ୍ୟର ଉଚ୍ଚ ନ୍ୟାୟାଳୟ
Advertisement

ଦେଶକୁ ପୁଣି ଥରେ ରାସ୍ତା ଦେଖାଇଲା ଗୁଜୁରାଟ! ହାଇକୋର୍ଟ ଲାଇଭ ଷ୍ଟ୍ରିମିଂ ସିଷ୍ଟମକୁ ଆପଣାଇଲେ ଅନ୍ୟ ରାଜ୍ୟର ଉଚ୍ଚ ନ୍ୟାୟାଳୟ

ଗୁଜୁରାଟର ପଦକ୍ଷେପ ପରେ କର୍ଣ୍ଣାଟକ ହାଇକୋର୍ଟ ଚାରିମାସ ପୂର୍ବରୁ କୋର୍ଟ ରୁମର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିଥିଲେ କିନ୍ତୁ ଏହାକୁ ଜାରି ରଖିପାରିନଥିଲେ । କିନ୍ତୁ ବର୍ତ୍ତମାନ ଗୁଜୁରାଟ ହାଇକୋର୍ଟର ଅନଲାଇନ୍ ପ୍ରକ୍ରିୟାକୁ ଦେଖି ଖୁବ୍ ଶୀଘ୍ର କର୍ଣ୍ଣାଟକ ହାଇକୋର୍ଟର ଶୁଣାଣି ମଧ୍ୟ ଅନଲାଇନରେ ଦେଖାଯାଇପାରିବ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଗୁଜୁରାଟ (Gujarat) ପୁଣି ଥରେ ସମଗ୍ର ଦେଶକୁ ନୂଆ ବାଟ ଦେଖାଇଛି । ଯାହାକୁ  ଆଜି ସମଗ୍ର ଦେଶ ଅନୁସରଣ କରୁଛି । ବିକାଶଶୀଳ ଚିନ୍ତାଧାରା ଓ ବିକାଶ ପଥରେ ଗତି କରୁଥିବା ଗୁଜୁରାଟ ପୁଣି ଥରେ ଦର୍ଶାଇଛି ଯେ ଗୁଜୁରାଟ ପ୍ରତ୍ୟେକ ବିଷୟର ଆଗୁଆ ରହିଛି । ବିଗତ ଦିନରେ ଗୁଜୁରାଟ ହାଇକୋର୍ଟ (Gujarat High Court) ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂ (Live Streaming) ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ଲୋକମାନେ ଆଜି ଗୁଜୁରାଟ ହାଇକୋର୍ଟର କାର୍ଯ୍ୟ ପ୍ରଣାଳୀର ଲାଇଭ ପ୍ରସାରଣ ୟୁଟ୍ୟୁବ (YouTube) ରେ ଦେଖିପାରୁଛନ୍ତି । ଯେଉଁଥିପାଇଁ ଆଜି ଜନସାଧାରଣ ସେମାନଙ୍କ ଟିଭି ଓ ମୋବାଇଲ୍ ସ୍କ୍ରିନରେ ଅନଲାଇନରେ ସେମାନଙ୍କର ମାମଲା ଓ କୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଖିପାରୁଛନ୍ତି । ଗୁଜୁରାଟ ହାଇକୋର୍ଟ ହେଉଛି ଦେଶର ପ୍ରଥମ ହାଇକୋର୍ଟ ଯାହାକି ଏହି ପ୍ରକାରେ ଲାଇଭ କୋର୍ଟ (High Court Live Streaming) ପ୍ରକ୍ରିୟା ଚଳାଇଛନ୍ତି । ଦେଶର ଅନ୍ୟ ହାଇକୋର୍ଟମାନେ ବର୍ତ୍ତମାନ ଗୁଜୁରାଟର ଏହି ବ୍ୟବସ୍ଥା ଗ୍ରହଣ କରିବାକୁ ଆଗ୍ରହୀ ଅଟନ୍ତି ଓ ଦେଶର ଅନ୍ୟାନ୍ୟ ରାଜ୍ୟର ହାଇକୋର୍ଟ ନିଜର କାର୍ଯ୍ୟ ପ୍ରଣାଳୀକୁ ଲାଇଭ୍ ଷ୍ଟ୍ରିମିଂ କରିବା ଉପରେ ଧୀରେ ଧୀରେ ଗୁରୁତ୍ୱ ଦେଉଛନ୍ତି ।

ନ୍ୟାୟିକ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ 

ତିନିମାସ ପୂର୍ବେ ଗୁଜୁରାଟ ହାଇକୋର୍ଟ ନିଜର ସମସ୍ତ କାର୍ଯ୍ୟ ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୁଜୁରାଟ ହାଇକୋର୍ଟର ଏହି ଲାଇଭ ପ୍ରସାରଣର ଉଦ୍ଦେଶ୍ୟ ହେଉଛି ଦେଶର ନାଗରିକଙ୍କ ନ୍ୟାୟଳୟ ପ୍ରତି ଯେଉଁ ଛବି ରହିଛି ଯେପରି ବିଚାରାଧୀନ ମାମଲା, ଦୀର୍ଘ ନ୍ୟାୟିକ ପ୍ରକ୍ରିୟା ଭଳି ଭାବମୂର୍ତ୍ତିକୁ ହଟାଇବା ଏବଂ ଭାରତୀୟ ନ୍ୟାୟିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା । ନ୍ୟାୟିକ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ କୋର୍ଟରେ ବିଚାରାଧୀନ ମାମଲା ବିରୁଦ୍ଧରେ ଲଢ଼ିବାରେ ତଥା ପ୍ରକ୍ରିୟାରେ ବିଳମ୍ବ ହେବାରେ ପ୍ରଭାବଶାଳୀ ହେବ, ଯାହା ନ୍ୟାୟିକ ପ୍ରକ୍ରିୟାକୁ ଶୀଘ୍ର ଓ ସ୍ୱଚ୍ଛ କରିବ । କୋର୍ଟର ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟରେ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଦେଖାଯିବ ଏବଂ ଏହି ବ୍ୟବସ୍ଥାରେ କୋର୍ଟରେ କାର୍ଯ୍ୟ କରୁଥିବା ଆଇନଜୀବୀଙ୍କ ଆଚରଣରେ ମଧ୍ୟ ପରିବର୍ତ୍ତନ ଆସିଛି । ଗୁଜୁରାଟ ହାଇକୋର୍ଟର ୨୦ଟି ବ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହୋଇଛି । ତେଣୁ ଏଥି ସହିତ ଗୁଜୁରାଟର ଏହି ବୈପ୍ଳବିକ ନିଷ୍ପତ୍ତିକୁ ଅନ୍ୟ ରାଜ୍ୟର ହାଇକୋର୍ଟ ମଧ୍ୟ ସ୍ୱାଗତ କରୁଛନ୍ତି ଓ ଏହି ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ଗ୍ରହଣ କରିବାକୁ ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥାରେ ଲୋକଙ୍କ ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ଏହି ସୁବିଧା ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ଆପଣ ଗୁଜୁରାଟ ହାଇକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲରେ ଅନେକ ମାମଲା ଅନଲାଇନରେ ଦେଖିପାରିବେ ।

ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ନେତାଙ୍କୁ ଅନୁଶାସନରେ ଆଣିଥିଲେ ଚନ୍ଦ୍ରବାବୁ ନାଇଡୁ 

ଗୁଜୁରାଟ ହାଇକୋର୍ଟ ଭଳି କର୍ଣ୍ଣାଟକ ହାଇକୋର୍ଟ ଓ ଓଡ଼ିଶା ହାଇକୋର୍ଟ ବର୍ତ୍ତମାନ ବିଚାରାଧୀନ ମାମଲାଗୁଡ଼ିକର ଅନଲାଇନ୍ ଷ୍ଟ୍ରିମିଂ ଆରମ୍ଭ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଯେତେବେଳେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଓ ସରକାରୀ କାର୍ଯ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା କଥା ଆସେ ତ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର (Chandrababu Naidu Government) ଦେଶରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନେଇଥିଲେ । ଲୋକମାନଙ୍କୁ ତାଙ୍କ ମନ୍ତ୍ରୀଙ୍କ ପ୍ରଦର୍ଶନ ଦେଖାଇବା ଓ ବିଧାନସଭାରେ ଶୃଙ୍ଖଳା ଆଣିବା ପାଇଁ ଚନ୍ଦ୍ରବାବୁ ନାଇଡୁ ବିଧାନସଭାର ପ୍ରକ୍ରିୟାକୁ ସିଧା ପ୍ରସାରଣ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଆଶା କରାଯାଉଥିବା ଫଳାଫଳ ମଧ୍ୟ ମିଳିଥିଲା ଓ ଲାଇଭ୍ ଷ୍ଟ୍ରିମିଂ ହେତୁ ଆନ୍ଧ୍ରପ୍ରଦେଶ ବିଧାନସଭାରେ ବିଧାୟକଙ୍କ ହଙ୍ଗାମର ପରିମାଣ ଯଥେଷ୍ଟ ହ୍ରାସ ପାଇଲା ଏବଂ ନେତାମାନଙ୍କୁ ଶୃଙ୍ଖଳିତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେଲା ।

ଲାଇଭ୍ ଷ୍ଟ୍ରିମିଂର ଅତୀତ 

ଗୁଜୁରାଟ ହାଇକୋର୍ଟର ଏହି ପଦକ୍ଷେପ ଲାଇଭ୍ ଷ୍ଟ୍ରିମିଂ ଯୁଗର ଆରମ୍ଭର ପ୍ରତୀକ ବୋଲି ମନେ କରାଯାଉଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ଉଦ୍ୟମ ପରେ ଦିଲ୍ଲୀ ବିଧାନସଭା, ୟୁପି ବିଧାନସଭାରେ ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହୋଇଛି । ଲାଇଭ୍ ଷ୍ଟ୍ରିମିଂ ହେତୁ ଉତ୍ତରପ୍ରଦେଶ ବିଧାନସଭାରେ ମାଇକ୍ ଭାଙ୍ଗିବାର ଘଟଣା ସାଧାରଣ ଜନତାଙ୍କ ଦ୍ୱାରା ପ୍ରଥମେ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଲୋକମାନେ ବିଧାନସଭାରେ ନେତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକଳାପ ଦେଖିପାରିଲେ । ରାଜ୍ୟସଭା ଓ ଲୋକସଭାରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ସ୍ଥାପନ ବିଷୟରେ  ଆଲୋଚନା କରିବା ତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ (Rajiv Gandhi) ରାଜ୍ୟସଭା ଓ ଲୋକସଭାର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିଥିଲେ । 

ଗୁଜୁରାଟର ପଦକ୍ଷେପ ପରେ କର୍ଣ୍ଣାଟକ ହାଇକୋର୍ଟ ଚାରିମାସ ପୂର୍ବରୁ କୋର୍ଟ ରୁମର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିଥିଲେ କିନ୍ତୁ ଏହାକୁ ଜାରି ରଖିପାରିନଥିଲେ । କିନ୍ତୁ ବର୍ତ୍ତମାନ ଗୁଜୁରାଟ ହାଇକୋର୍ଟର ଅନଲାଇନ୍ ପ୍ରକ୍ରିୟାକୁ ଦେଖି ଖୁବ୍ ଶୀଘ୍ର କର୍ଣ୍ଣାଟକ ହାଇକୋର୍ଟର ଶୁଣାଣି ମଧ୍ୟ ଅନଲାଇନରେ ଦେଖାଯାଇପାରିବ ।

ଗୁଜୁରାଟ ହାଇକୋର୍ଟର ଅନଲାଇନ୍ ଷ୍ଟ୍ରିମିଂ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ୨୬ ଅକ୍ଟୋବର ୨୦୨୦ରେ କରାଯାଇଥିଲା । ଜୁଲାଇ ୧୭,୨୦୨୧ରେ ଭାରତର ପ୍ରଧାନ ବିଚାରପତି ଏନ.ଏସ. ଭି.ରମନ୍ନା ଭର୍ଚୁଆଲ୍ ମାଧ୍ୟମରେ ଗୁଜୁରାଟ ହାଇକୋର୍ଟର ଏହି ନୂତନ ନିଷ୍ପତ୍ତିର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ଗୁଜୁରାଟର ସାଧାରଣ ଜନତା ଗୁଜୁରାଟ ହାଇକୋର୍ଟର ଅନଲାଇନ୍ ଷ୍ଟ୍ରିମିଂର ଲାଭ ଉଠାଉଛନ୍ତି । ଗୁଜୁରାଟ ହାଇକୋର୍ଟ ୟୁଟ୍ୟୁବ୍ ପେଜରେ ମାତ୍ର ତିନି ମାସ ମଧ୍ୟରେ ୭୯,୦୦୩ ହଜାର ସବ୍ସକ୍ରାବର୍ସ ହୋଇଯାଇଛି । 

ଏହା ବି ପଢ଼ନ୍ତୁ:-ଋଷରେ ତାଣ୍ଡବ କରୁଛି କୋରୋନା, ଦିନକରେ ରେକର୍ଡ ମୃତ୍ୟୁ; ସାରା ଦୁନିଆରେ ପୁଣି ବଢିବାକୁ ଲାଗିଛି କୋଭିଡ-19 ସଙ୍କଟ

ଏହା ବି ପଢ଼ନ୍ତୁ:-ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା, ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ଏହା ବି ପଢ଼ନ୍ତୁ:-ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ୧୫ ଟଙ୍କା ଯାଏ ଶସ୍ତା ହେବ ଖାଇବା ତେଲ