ଯଦି ଆପଣଙ୍କ ପାଖରେ ଅଛି ଏହି ୩ଟି ନୋଟ୍ ତ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା! ପ୍ରତ୍ୟେକ ନୋଟର ମୂଲ୍ୟ ଭିନ୍ନ ଭିନ୍ନ, ଜାଣନ୍ତୁ କିପର...
Advertisement
Article Detail0/zeeodisha/odisha935385

ଯଦି ଆପଣଙ୍କ ପାଖରେ ଅଛି ଏହି ୩ଟି ନୋଟ୍ ତ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା! ପ୍ରତ୍ୟେକ ନୋଟର ମୂଲ୍ୟ ଭିନ୍ନ ଭିନ୍ନ, ଜାଣନ୍ତୁ କିପର...

ଆପଣଙ୍କୁ କହି ରଖୁଛୁ ଯେ ଏହିପରି ନୋଟ୍ ଗୁଡିକ ଆଜି ପ୍ରଚଳନରେ ନଥାଇପାରେ, କିନ୍ତୁ ଯଦି ସେଗୁଡ଼ିକ ଆପଣଙ୍କ ପିଗି ବ୍ୟାଙ୍କ କିମ୍ବା ପର୍ସରେ ଅଛି, ତେବେ ଏହି ନୋଟଗୁଡ଼ିକ ଆପଣଙ୍କୁ ଭଲ ଲାଭ ପହଞ୍ଚାଇପାରେ । 

ଯଦି ଆପଣଙ୍କ ପାଖରେ ଅଛି ଏହି ୩ଟି ନୋଟ୍ ତ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା! ପ୍ରତ୍ୟେକ ନୋଟର ମୂଲ୍ୟ ଭିନ୍ନ ଭିନ୍ନ, ଜାଣନ୍ତୁ କିପର...

ନୂଆଦିଲ୍ଲୀ: ଯଦି ଆପଣ କୋରୋନା ମହାମାରୀ (Coronavirus Pandemic) ରେ ଚାକିରି ହରାଇଛନ୍ତି ଏବଂ ଆପଣ ଖାଲି ବସିଛନ୍ତି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଅନଲାଇନରେ ଟଙ୍କା ରୋଜଗାର କରିବାର ଏକ ଉପାୟ (way to earn money online) କହୁଛୁ, ଯେଉଁଠାରେ ଆପଣ କିଛି ମିନିଟରେ ଲକ୍ଷପତି ହୋଇପାରିବେ (how to be a billionaire) । ଆମେ ୧,୫ ଏବଂ ୧୦ ଟଙ୍କାର ପୁରୁଣା ନୋଟ୍ ବିଷୟରେ କହୁଛୁ । ଆଜ୍ଞା ହଁ! ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍ ଅଛି, ତେବେ ଆପଣଙ୍କର ଭାଗ୍ୟ ରାତାରାତି ବଦଳିପାରେ । ତେବେ ଆସନ୍ତୁ ଜାଣିବା ଆପଣ କିପରି ୧, ୫ ଏବଂ ୧୦ ଟଙ୍କିଆ ନୋଟ୍ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ..

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ୱରର କୌଣସି ନୋଟ୍ ତ ଘରେ ବସି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...

ପୁରୁଣା ନୋଟରୁ କରନ୍ତୁ ଟଙ୍କା ରୋଜଗାର (Earning money From rare Currency)

ଆପଣଙ୍କୁ କହି ରଖୁଛୁ ଯେ ଏହିପରି ନୋଟ୍ ଗୁଡିକ ଆଜି ପ୍ରଚଳନରେ ନଥାଇପାରେ, କିନ୍ତୁ ଯଦି ସେଗୁଡ଼ିକ ଆପଣଙ୍କ ପିଗି ବ୍ୟାଙ୍କ କିମ୍ବା ପର୍ସରେ ଅଛି, ତେବେ ଏହି ନୋଟ ଗୁଡ଼ିକ ଆପଣଙ୍କୁ ଭଲ ଲାଭ ପହଞ୍ଚାଇପାରେ । ଯଦି ଏହିପରି ପୁରୁଣା ନୋଟଗୁଡିକ ଆପଣଙ୍କ ଘରେ ଏଠାରେ ସେଠାରେ ଅଛି କିମ୍ବା ଯଦି ଆପଣ ବିରଳ ମୁଦ୍ରା ରଖିବାକୁ ଭଲ ପାଆନ୍ତି, ତେବେ ଏହା ଆପଣଙ୍କ ରୋଜଗାରର ମାଧ୍ୟମ ହୋଇପାରେ । ଆପଣ ଏହାକୁ ଅନଲାଇନରେ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଇପାରିବେ ।

ଟଙ୍କିଆ ନୋଟ୍ ବଦଳରେ ମିଳିବ ୪୫ ହଜାର ଟଙ୍କା

ଯଦି ଆପଣ ୧ ଟଙ୍କା ମୂଲ୍ୟର ଏହି ପୁରୁଣା ନୋଟ୍ ରଖିଛନ୍ତି, ତେବେ ଆପଣ ଘରେ ବସି ଧନୀ ହୋଇପାରିବେ । ଯଦିଓ ଭାରତ ସରକାରଙ୍କ ଦ୍ୱାରା ଗୋଟିଏ ଟଙ୍କା ନୋଟର ପ୍ରଚଳନ ବନ୍ଦ କରାଯାଇଛି । କିନ୍ତୁ ବଜାରରେ ଏହାର ମୂଲ୍ୟ ହଜାର ହଜାର ଟଙ୍କା ରହିଛି । ଏପରି ଟଙ୍କିଆ ନୋଟର ବଣ୍ଡଲ୍ ଅନଲାଇନ୍ ପ୍ଲାଟଫର୍ମରେ ୪୫ ହଜାରରେ ବିକ୍ରି ହେଉଛି । ୧୯୫୭ ମସିହାରେ RBI ଗଭର୍ଣ୍ଣର ଏଚଏମ ପଟେଲଙ୍କ ଦ୍ୱାରା ଏହି ନୋଟ୍ ସ୍ୱାକ୍ଷରିତ ହୋଇଛି । ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ୧୨୩୪୫୬ । ଆପଣ ଏହି ନୋଟ୍ କଏନବାଜାର (Coinbazzar) ୱେବସାଇଟରେ ବିକ୍ରି କରିପାରିବେ । ଏଠାରେ ପୁରୁଣା ଟଙ୍କିଆ ବଣ୍ଡଲର ମୂଳ ମୂଲ୍ୟ ହେଉଛି ୪୪,୯୯୯ ଟଙ୍କା । ରିହାତି ପରେ ଏହାର ମୂଲ୍ୟ ୪୪,୯୯୯ ଟଙ୍କା ସ୍ଥିର କରାଯାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୭୨୫ ସଂକ୍ରମିତ

୫ ଟଙ୍କା ବଦଳରେ ମିଳିବ ୩୦ ହଜାର ଟଙ୍କା

ଯଦି ଆପଣଙ୍କ ପାଖରେ ପୁରୁଣା ପାଞ୍ଚ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ଏହାକୁ ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ । ଏହି ପୁରୁଣା ପାଞ୍ଚ ଟଙ୍କିଆ ନୋଟ୍ (5 rupees old note) ଆପଣଙ୍କୁ ହଜାର ହଜାର ଟଙ୍କାର ଲାଭ ପହଞ୍ଚାଇପାରେ । ଏହି ପାଞ୍ଚ ଟଙ୍କିଆ ନୋଟରେ କିଛି ବୈଶିଷ୍ଟ୍ୟ ରହିବା ବାଧ୍ୟତାମୂଳକ, କେବଳ ସେତେବେଳେ ଆପଣ ପାଞ୍ଚ ଟଙ୍କିଆ ନୋଟ୍ ବଦଳରେ ୩୦ ହଜାର ପାଇବାକୁ ସକ୍ଷମ ହେବେ । ପାଞ୍ଚ ଟଙ୍କାର ସେହି ନୋଟ୍ ଯେଉଁଥିରେ ଟ୍ରାକ୍ଟର ରହିଛି, ତାହା ବଦଳରେ ଆପଣ ଅନଲାଇନରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହାସହ ଏହି ନୋଟରେ ୭୮୬ ନମ୍ୱର ଲେଖା ହୋଇଥିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଜାରି କରାଯାଇଥିବା ଏହି ନୋଟ୍ ଅତ୍ୟନ୍ତ ବିରଳ ବୋଲି ମନେ କରାଯାଏ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ନୋଟ୍ ଅଛି, ତେବେ ଆପଣ ମଧ୍ୟ ଗୋଟିଏ ବଦଳରେ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଆପଣ ଏହାକୁ କେବଳ ଅନଲାଇନରେ ବିକ୍ରି କରିପାରିବେ । coinbazzar.com ଆପଣଙ୍କୁ ପୁରୁଣା ନୋଟ୍ ବଦଳରେ ଭଲ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛି ।

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

୧୦ ଟଙ୍କା ନୋଟ ବଦଳରେ ମିଳିବ ୨୫ ହଜାର

ଯଦି ଆପଣଙ୍କ ପାଖରେ ଏକ ପୁରୁଣା ୧୦ ଟଙ୍କା ନୋଟ୍ ଅଛି, ତେବେ ଆପଣ ଏଥିରୁ ବହୁତ ରୋଜଗାର କରିପାରିବେ । ତଥାପି, ମନେରଖନ୍ତୁ ଯେ କୌଣସି ୧୦ ଟଙ୍କିଆ ନୋଟ୍ ସହିତ ଏହା ସମ୍ଭବ ନୁହେଁ, ଏଥିପାଇଁ ଆପଣଙ୍କୁ ଏକ ସ୍ୱତନ୍ତ୍ର ୧୦ ଟଙ୍କିଆ ନୋଟ୍ ଆବଶ୍ୟକ । ଏହି ୧୦ ଟଙ୍କିଆ ନୋଟ୍ ଉପରେ ଏକ ଅଶୋକ ସ୍ତମ୍ଭ ରହିବା ଆବଶ୍ୟକ । ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ବିଶେଷ ପ୍ରକାରର ୧୦ ଟଙ୍କିଆ ନୋଟ୍ ବହୁ ପୂର୍ବରୁ ପ୍ରଚଳନରେ ଥିଲା । ଏହି ଦଶ ଟଙ୍କିଆ ନୋଟ ୧୯୪୩ ମସିହାରେ ବ୍ରିଟିଶ ରାଜ ସମୟରେ ଜାରି କରାଯାଇଥିଲା । ଏହି ନୋଟରେ ଭାରତୀୟ ଗଭର୍ଣ୍ଣର ସିଡି ଦେଶମୁଖଙ୍କ ଦସ୍ତଖତ ରହିଛି । ଦଶ ଟଙ୍କାର ଏହି ନୋଟରେ ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଅନ୍ୟ ପଟେ ଗୋଟିଏ ଡଙ୍ଗା ରହିଛି । ଏହା ବ୍ୟତୀତ ପଛ ପଟେ ଏହି ନୋଟର ଉଭୟ ପାର୍ଶ୍ୱରେ ଇଂରାଜୀ ଭାଷାରେ 10 Rupees ଲେଖାଯାଇଛି । କେବଳ ସେତେବେଳେ ଆପଣ ଏହି ନୋଟ୍ ବଦଳରେ ୨୦-୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଯଦି ଆପଣଙ୍କ ପାଖରେ ଏହାର ତିନୋଟି ନୋଟ୍ ଅଛି, ତେବେ ଆପଣ ସହଜରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସମର୍ଥ ହେବେ ।

ଅନଲାଇନ୍ ନିଲାମ ପାଇଁ ଆପଣଙ୍କୁ ଆପଣଙ୍କ ପାଖରେ ଥିବା ଏହି ଖାସ୍ ପ୍ରକାରର ନୋଟର ଫଟୋ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ନିଲାମ ୱେବସାଇଟରେ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ । ପରେ ଏହି ଫଟୋ ସାଇଟରେ ଅପଲୋଡ୍ କରିବାକୁ ପଡିବ । ଏହା ପରେ କିଣିବାକୁ ଆଗ୍ରହୀ ଲୋକମାନେ ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ସେମାନଙ୍କ ସହ କଥାବାର୍ତ୍ତା କରି ଆପଣ ଖାସ୍ ନୋଟର ମୂଲ୍ୟ ସ୍ଥିର କରିପାରିବେ । ଆହୁରି ମଧ୍ୟ ନୋଟର ଡେଲିଭରୀ କିପରି ଏବଂ କେଉଁଠାରେ କରାଯିବ ତାହା ସ୍ଥିର କରିପାରିବେ ।

(ଡିସକ୍ଲେମର: ଏହା ବିଭିନ୍ନ ୱେବସାଇଟର ସୂଚନା ଉପରେ ଆଧାରିତ । ଜୀ ଓଡ଼ିଶା ଏହି ଖବରକୁ ନିଶ୍ଚିତ କରେ ନାହିଁ ।)