ବୋଝ ଉପରେ ନଳିତା ବିଡା: CNG ପରେ ଏବେ PNG ମୂଲ୍ୟରେ ବୃଦ୍ଧି
Advertisement
Article Detail0/zeeodisha/odisha1005950

ବୋଝ ଉପରେ ନଳିତା ବିଡା: CNG ପରେ ଏବେ PNG ମୂଲ୍ୟରେ ବୃଦ୍ଧି

ଆଜି (ବୁଧବାର) ଅର୍ଥାତ ଅକ୍ଟୋବର ୧୩ ରାଜଧାନୀ ଦିଲ୍ଲୀରେ CNG ମୂଲ୍ୟ କିଲୋଗ୍ରାମ ପିଛା ୪୯ ଟଙ୍କା ୭୬ ପଇସାକୁ ବୃଦ୍ଧି ପାଇଥିବାବେଳେ କାନପୁର, ଫତେହପୁର ଏବଂ ହମିରପୁରରେ CNG କିଲୋଗ୍ରାମ ପିଛା ୬୬.୫୪ ଟଙ୍କାରେ ମିଳିବ ।

ବୋଝ ଉପରେ ନଳିତା ବିଡା: CNG ପରେ ଏବେ PNG ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ଲଗାତର ବୋଝ ବଢ଼ି ବଢ଼ି ଚାଲିଛି । ଦେଶରେ ପେଟ୍ରୋଲ-ଡିଜେଲ, LPG ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ବଢ଼ିବାରେ ଲାଗିଛି ।  CNG ପରେ ବର୍ତ୍ତମାନ PNG ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ମଙ୍ଗଳବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (IGL) ଅନେକ ସହରରେ ଉଭୟ CNG ଓ PNG ର ମୂଲ୍ୟ ବୃଦ୍ଧି କରିଛି । CNG ଓ PNG ର ମୂଲ୍ୟ ୨ ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ ଥର ପାଇଁ CNG-PNG ର ମୂଲ୍ୟ ବୃଦ୍ଧି ଘଟିଛି ।

ରାଜଧାନୀରେ ନୂତନ ଦର ଲାଗୁ 

ଆଜି (ବୁଧବାର) ଅର୍ଥାତ ଅକ୍ଟୋବର ୧୩ ରାଜଧାନୀ ଦିଲ୍ଲୀରେ CNG ମୂଲ୍ୟ କିଲୋଗ୍ରାମ ପିଛା ୪୯ ଟଙ୍କା ୭୬ ପଇସାକୁ ବୃଦ୍ଧି ପାଇଥିବାବେଳେ କାନପୁର, ଫତେହପୁର ଏବଂ ହମିରପୁରରେ CNG କିଲୋଗ୍ରାମ ପିଛା ୬୬.୫୪ ଟଙ୍କାରେ ମିଳିବ ।

ଏହା ବ୍ୟତୀତ ଦିଲ୍ଲୀରେ PNG ମୂଲ୍ୟ ୩୫.୧୧ ଟଙ୍କା ପ୍ରତି SCM ରହିଛି । ବୁଧବାର ଠାରୁ ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ପିଏନଜି ମୂଲ୍ୟ SCM ପିଛା ୩୪.୮୬ ଟଙ୍କାରେ ପହଞ୍ଚିଛି । ଗୁରୁଗ୍ରାମରେ PNG ର ମୂଲ୍ୟ ୩୩.୩୧ ଟଙ୍କା SCM ହେବ ।

ଏହି ସହରଗୁଡିକରେ ନୂତନ ଦର ଲାଗୁ 

ସକାଳ ୬ଟାରୁ ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ CNG ର ମୂଲ୍ୟ ୫୬.୦୨ ଟଙ୍କା ପ୍ରତି କୋଲିଗ୍ରାମ ହେବ । ଗୁରୁଗ୍ରାମରେ CNG ର ମୂଲ୍ୟ ପ୍ରତି କିଲୋଗ୍ରାମ ୫୮.୨୦ ଟଙ୍କାରେ ପହଞ୍ଚିଛି । ଏଥି ସହିତ ମୁଜାଫରନଗର, ମେରୁଟ ଏବଂ ଶାମଲିରେ CNG ର ମୂଲ୍ୟ ପ୍ରତି କୋଲିଗ୍ରାମ ୬୩.୨୮ ଟଙ୍କାରେ ମିଳିବ । କାନପୁର, ଫତେହପୁର ଏବଂ ହମିରପୁର ଏହା ପ୍ରତି କିଲୋଗ୍ରାମ ୬୬.୫୪ ଟଙ୍କା ପହଞ୍ଚିଛି । ସେପଟେ ମୁଜାଫରନଗର, ମେରୁଟ ଏବଂ ଶାମଲିରେ PNG ର ମୂଲ୍ୟ SCM ପ୍ରତି ୩୮.୩୭ ଟଙ୍କାରେ ପହଞ୍ଚିଛି ।

ଏହାପୂର୍ବରୁ ଅକ୍ଟୋବର ୨ରେ ମଧ୍ୟ CNG ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେତେବେଳେ ଦିଲ୍ଲୀରେ କେଜି ପିଛା ୨.୨୮ ଟଙ୍କା ଏବଂ ନୋଏଡା-ଗାଜିଆବାଦରେ କେଜି ପିଛା ୨.୫୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାପୂର୍ବରୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ୬୨ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ସହିତ CNG, PNG ମଧ୍ୟ ମହଙ୍ଗା ହେବ ବୋଲି ଆଶା କରାଯାଉଥିଲା ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା; ନଦୀରେ ବସ୍ ଖସି ପଡ଼ିବାରୁ ୨୮ ମୃତ, ୧୪ ଆହତ

ଅଧିକ ପଢ଼ନ୍ତୁ:-ଆର୍ୟନଙ୍କ ଜାମିନ କରାଇପାରିଲେନି ସତୀଶ ମାନଶିନ୍ଦେ, ବର୍ତ୍ତମାନ ଶାହରୁଖ ନେଲେ ଏହି ବଡ଼ ନିଷ୍ପତ୍ତି