ରାଜ୍ୟସଭାକୁ ମନୋନୀତ ହେଲେ ଇଲିୟାରାଜା ଓ ପି.ଟି ଉଷା; ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
Advertisement
Article Detail0/zeeodisha/odisha1247071

ରାଜ୍ୟସଭାକୁ ମନୋନୀତ ହେଲେ ଇଲିୟାରାଜା ଓ ପି.ଟି ଉଷା; ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

Rajya Sabha: ଜଣାଶୁଣା ଆଥଲେଟ୍ ପି.ଟି ଉଷା ଓ ସଙ୍ଗୀତକାର, ଗୀତିକାର ତଥା ଗାୟକ ଇଲିୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ସୌ: ସୋସିଆଲ ମିଡିଆ

Rajya Sabha: ଜଣାଶୁଣା ଆଥଲେଟ୍ ପି.ଟି ଉଷା ଓ ସଙ୍ଗୀତକାର, ଗୀତିକାର ତଥା ଗାୟକ ଇଲିୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ଏହା ସହ ସାମାଜିକ କର୍ମୀ ବିରେନ୍ଦ୍ର ହେଗଡେ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

 

 

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଇଲିୟାରାଜା ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କର ସୃଜନଶୀଳ ପ୍ରତିଭା ଲୋକମାନଙ୍କୁ ବିସ୍ମିତ କରିଛି । ତାଙ୍କର କାର୍ଯ୍ୟଗୁଡ଼ିକ ଅନେକ ଭାବନାକୁ ସୁନ୍ଦର ଭାବରେ ଚିତ୍ରଣ କରିଥାଏ । ତାଙ୍କ ଜୀବନ ଯାତ୍ରା ମଧ୍ୟ ସମାନ ପ୍ରେରଣାଦାୟକ । ସେ ଏକ ନମ୍ର ପୃଷ୍ଠଭୂମିରୁ ଉଠି ଅନେକ କିଛି ହାସଲ କଲେ । ସେ ରାଜ୍ୟସଭାରେ ମନୋନୀତ ହୋଇଥିବାରୁ ଖୁସି ।

ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭେଟେରାନ ଆଥଲେଟ୍ ପି.ଟି ଉଷାଙ୍କୁ ରାଜ୍ୟସଭାରେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ପିଏମ ମୋଦି କହିଛନ୍ତି ଯେ କ୍ରୀଡା କ୍ଷେତ୍ରରେ ପିଟି ଉଷାଙ୍କ ସଫଳତା ବହୁ ଜଣାଶୁଣା ହୋଇଥିବାବେଳେ ବର୍ଷ ବର୍ଷ ଧରି ନୂତନ ଆଥଲେଟମାନଙ୍କୁ ମାର୍ଗଦର୍ଶନ କରିବାରେ ତାଙ୍କର କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ ।

ଏହା ବି ପଢ଼ନ୍ତୁ: 'ହର ଘର ତ୍ରିରଙ୍ଗା' ଅଭିଯାନ ଉପରେ ଫାରୁକଙ୍କ ବେତୁକା ବୟାନ, କହିଲେ-ତୁମ ଘରେ ରଖ