'ହର ଘର ତ୍ରିରଙ୍ଗା' ଅଭିଯାନ ଉପରେ ଫାରୁକଙ୍କ ବେତୁକା ବୟାନ, କହିଲେ-ତୁମ ଘରେ ରଖ
Advertisement
Article Detail0/zeeodisha/odisha1247008

'ହର ଘର ତ୍ରିରଙ୍ଗା' ଅଭିଯାନ ଉପରେ ଫାରୁକଙ୍କ ବେତୁକା ବୟାନ, କହିଲେ-ତୁମ ଘରେ ରଖ

Farooq Abdullah: ଫାରୁକ୍ ଅବଦୁଲ୍ଲା ଏକ ବେତୁକା ବୟାନ ଦେଇଛନ୍ତି । 'ହର ଘର ତ୍ରିରଙ୍ଗା'କୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଫାରୁକ୍ କାଶ୍ମୀରୀ ଭାଷାରେ ଉତ୍ତର ଦେଇଥିଲେ । ସେ କହିଛନ୍ତି- ଏହାକୁ ତୁମ ଘରେ ରଖ ।

ସୌ: ସୋସିଆଲ ମିଡିଆ

Farooq Abdullah Har Ghar Tiranga: ନେସନାଲ କନଫରେନ୍ସ ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା (Farooq Abdullah) ଏକ ବିବାଦୀୟ ବୟାନ ଦେଇଛନ୍ତି । 'ହର ଘର ତ୍ରିରଙ୍ଗା'କୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଫାରୁକ୍ କାଶ୍ମୀରୀ ଭାଷାରେ ଉତ୍ତର ଦେଇଥିଲେ । ସେ କହିଛନ୍ତି- ଏହାକୁ ତୁମ ଘରେ ରଖ । ଫାରୁକଙ୍କ ବୟାନ ପରେ ବିବାଦ ଆରମ୍ଭ ହୋଇଛି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି ଫାରୁକଙ୍କୁ ଦେଶଦ୍ରୋହୀ କହିଛନ୍ତି ଓ ତାଙ୍କୁ ଜେଲରେ ରଖିବାକୁ ଦାବି କରିଛନ୍ତି ।

ଶ୍ରୀନଗର, ଜମ୍ମୁ କାଶ୍ମୀରରେ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଫାରୁକ୍ ରାଗିଯାଇ ନିଜ ଭାଷାରେ ତ୍ରିରଙ୍ଗାକୁ ନେଇ ଅପମାନିତ ଶବ୍ଦ କହିଥିଲା । ଜମ୍ମୁ କାଶ୍ମୀରରେ ଚାଲିଥିବା 'ହର ଘର ତ୍ରିରଙ୍ଗା' ଅଭିଯାନରେ ସେ କ’ଣ କହିବାକୁ ଚାହାଁନ୍ତି ବୋଲି ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ଫାରୁକ୍ କହିଛନ୍ତି, 'ପାନି କେରି ଥାଉ' । ଫାରୁକ୍ କାଶ୍ମୀରୀ ଭାଷାରେ ଉତ୍ତର ଦେଇଥିଲେ । ଯାହାର ଅର୍ଥ ହିନ୍ଦୀରେ - ତୁମ ଘରେ ରଖ ।

ବାସ୍ତବରେ, ଜମ୍ମୁ କାଶ୍ମୀରର ଗ୍ରାମୀଣ ବିଭାଗ 'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳ କରିବା ପାଇଁ ଆବେଦନ କରିଛି । ଫାରୁକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଫାରୁକଙ୍କ ବୟାନ ଉପରେ ନିଜର କ୍ରୋଧ ବ୍ୟକ୍ତ କରୁଛନ୍ତି ।

ବିଜେପି ଫାରୁକ୍ ଅବଦୁଲ୍ଲାଙ୍କ ବୟାନକୁ ଅବୈଧ ବୋଲି କହିଛି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସି.ଟି ରବି ଏକ ଭିଡିଓ ଟ୍ୱିଟରେ ସେୟାର କରି ଲେଖିଛନ୍ତି, 'ଏହି ଦେଶଦ୍ରୋହୀ ଫାରୁକ୍ ଅବଦୁଲ୍ଲା, ଆଜୀବନ କାରାଦଣ୍ଡରେ ରହିବାକୁ ଯୋଗ୍ୟ । ଏହି ପାକିସ୍ତାନୀ କାଠକଣ୍ଢେଇ ଆମ ଜାତୀୟ ପତାକା ବିଷୟରେ ଅପମାନଜନକ କଥା କହିବାକୁ କିପରି ସାହସ କରିବ? '

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଫାରୁକ୍ ଇଦକୁ ନେଇ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ନିରାପଦରେ ରୁହ ଓ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅ । ୟୁପିଏ ସରକାରର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଉପରେ ସେ କହିଛନ୍ତି ଯେ ସେ ଜୁଲାଇ ୯ ରେ ଜମ୍ମୁ କାଶ୍ମୀରକୁ ଆସୁଛନ୍ତି ଓ ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।

ଏହା ବି ପଢ଼ନ୍ତୁ: TMC ସାଂସଦ ମହୁଆଙ୍କ ବିରୋଧରେ ଭୋପାଳରେ FIR, ଶିବରାଜ କହିଲେ-ବରଦାସ୍ତ କରାଯିବ ନାହିଁ ...

ଏହା ବି ପଢ଼ନ୍ତୁ: ବିବାହ କରିବାକୁ ଯାଉଛନ୍ତି ଭଗବନ୍ତ ମାନ, ୬ବର୍ଷ ପୂର୍ବେ ନିଜର ପ୍ରଥମ ପତ୍ନୀଙ୍କୁ ଦେଇଥିଲେ ଛାଡପତ୍ର